ୟୁକ୍ରେନରେ ରିପୋର୍ଟିଂ ସାରି ଫେରୁଥିବାବେଳେ ସାମ୍ବାଦିକଙ୍କ ଗାଡି ଉପରକୁ ଆକ୍ରମଣ

Advertisment

ଆକ୍ରମଣରେ ଦୁଇ ସାମ୍ବାଦିକ ଆହତ, ଗାଡି ଡ୍ରାଇଭର ମୃତ

ଆକ୍ରମଣରେ ଦୁଇ ସାମ୍ବାଦିକ ଆହତ, ଗାଡି ଡ୍ରାଇଭର ମୃତ

ୟୁକ୍ରେନରେ ରିପୋର୍ଟିଂ ସାରି ଫେରୁଥିବାବେଳେ ସାମ୍ବାଦିକଙ୍କ ଗାଡି ଉପରକୁ ଆକ୍ରମଣ

Image Courtesy of 19FortyFive

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧକୁ ୩ମାସ ବିତିସାରିଥିଲେ ମଧ୍ୟ ଏବେ ବି ଯୁଦ୍ଧ ଜାରି ରହିଛି। ୟୁକ୍ରେନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ନକରିବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ରୁଷ ରାଷ୍ଟ୍ରପତି ପୁଟିନ୍। ତେବେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି | ନ୍ୟୁଜ ଏଜେନ୍ସି ପକ୍ଷରୁ ମିଳିଥିବା ସୂଚନା ମୁତାବକ ସେଭେରଦନେସ୍କରୁ ଫେରୁଥିବାବେଳେ ରଏଟର୍ସର ସାମ୍ବାଦିକଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିଲା |


ଏଥିରେ ରଏଟର୍ସର ଦୁଇ ସାମ୍ବାଦିକ ଆହତ ହୋଇଥିବାବେଳେ ସେମାନଙ୍କୁ ନେଇ ଯାଉଥିବା ଗାଡିର ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି | ତେବେ ଏହି ଆକ୍ରମଣ ପଛରେ କାହାର ହାତ ଅଛି ତାହା ଜଣାପଡିନଥିବାବେଳେ ୟୁକ୍ରେନର ହାତ ଥିବା ସନ୍ଦେହ କରାଯାଉଛି |

କାରଣ ସାମ୍ବାଦିକମାନେ ଯେଉଁ ଗାଡ଼ିରେ ଯାଉଥିଲେ, ରୁଷିଆ ସମର୍ଥିତ ବିଛିନ୍ନତାବାଦୀଙ୍କ ଦ୍ୱାରା ଏହା ପ୍ରଦାନ କରାଯାଇଥିଲା | ତେଣୁ ଏହାକୁ ବିରୋଧ କରି ଆକ୍ରମଣ ହୋଇଥିବାର ସନ୍ଦେହ କରାଯାଉଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe