ରୁଷୀୟ ବୋମା ମାଡ଼ରେ ଆହତ ପ୍ରଖ୍ୟାତ ୟୁକ୍ରେନୀୟ ବେଲେ ତାରକା ଆର୍ତିଓମ୍‌ ଦାତ୍‌ସିଶିନ୍‌ଙ୍କ ଦେହାନ୍ତ

Advertisment
ରୁଷୀୟ ବୋମା ମାଡ଼ରେ ଆହତ ପ୍ରଖ୍ୟାତ ୟୁକ୍ରେନୀୟ ବେଲେ ତାରକା ଆର୍ତିଓମ୍‌ ଦାତ୍‌ସିଶିନ୍‌ଙ୍କ ଦେହାନ୍ତ

Image Courtesy of NDTV

କିବ୍‌: ରୁଷୀୟ ବୋମା ମାଡ଼ରେ କିବ୍‌ରେ ଆହତ ହୋଇଥିବା ୟୁକ୍ରେନୀୟ ବେଲେ ନର୍ତ୍ତକ ଆର୍ତିଓମ୍‌ ଦାତ୍‌ସିଶିନ୍‌ ଗୁରୁବାର ଦିନ ଏକ ଡାକ୍ତରଖାନାରେ ପ୍ରାଣ ହରାଇଛନ୍ତି।

୪୩ ବର୍ଷିୟ ବେଲେ ନୃତ୍ୟଶିଳ୍ପୀ ଦାତ୍‌ସିଶିନ୍‌ଙ୍କ ଦେହାନ୍ତ ହୋଇଥିବା ଖବର ତାଙ୍କର ବନ୍ଧୁ ତାତିଆନା ବୋରୋକିଭ୍‌ଙ୍କ ଫେସ୍‌ବୁକ୍‌ ପୋଷ୍ଟ୍‌ରୁ ଜଣାପଡ଼ିଥିଲା। ୩ ସପ୍ତାହ ପୂର୍ବେ ଫେବ୍ରୁଆରି ୨୬ ତାରିଖରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ତଥା ‘ୟୁକ୍ରେନ୍‌ର ସମ୍ମାନିତ କଳାକାର’ କିବ୍‌ରେ ରୁଷୀୟ ବୋମା ମାଡ଼ରେ ସାଙ୍ଘାତିକ ଆହତ ହୋଇଥିଲେ।

‘ସ୍ବାନ୍‌ ଲେକ୍‌’, ‘ଦି ନଟ୍‌କ୍ରାକର୍‌’, ‘ସ୍ଲିପିଙ୍ଗ୍‌ ବିୟୁଟି’, ‘ଜିସେଲି’ ଏବଂ ‘ରୋମିଓ ଆଣ୍ଡ୍‌ ଜୁଲିଏଟ୍‌’ରେ ଦାତ୍‌ସିଶିନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ନୃତ୍ୟ ପରିବେଶଣ ପାଇଁ ସେ ଅନେକଥର ୟୁରୋପ ଓ ଆମେରିକା ଗସ୍ତ କରିଛନ୍ତି। ତାଙ୍କ ନୃତ୍ୟ ଶୈଳୀରେ ଶୈକ୍ଷିକ ପରିସ୍ଫୁଟନ, ରସିକୀୟ ପୁଲକ ଏବଂ ମାନସିକ ଗଭୀରତା ଥିଲା ବୋଲି କୁହାଯାଏ।

publive-image Image Courtesy of Evening Standard

ତାଙ୍କ ମୃତ୍ୟୁ ଯୋଗୁଁ ରୁଷ୍‌ର ଅନ୍ୟତମ ଖ୍ୟାତନାମା କୋରିଓଗ୍ରାଫର୍‌ ଆଲେକ୍ସି ରାତ୍‌ମାନସ୍କି ମଧ୍ୟ କ୍ରୋଧ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୁଁ ଭୀଷଣ କ୍ରୋଧାନ୍ବିତ। ରୁଷୀୟ ଆକ୍ରମଣକାରୀଙ୍କ ହାତରେ ଦାତ୍‌ସିଶିନ୍‌ଙ୍କ ମୃତ୍ୟୁ ମତେ ଅସହ୍ୟ ଯନ୍ତ୍ରଣା ଦେଉଛି। ସେଥିଲେ ‘ନ୍ୟାସ୍‌ନାଲ୍‌ ଅପେରା ହାଉସ୍‌ ଅଫ୍‌ ୟୁକ୍ରେନ୍‌’ର ଜଣେ ପ୍ରମୁଖ ନର୍ତ୍ତକ। ତାଙ୍କ ଭଳି ସୁନ୍ଦର ନର୍ତ୍ତକଙ୍କୁ ତାଙ୍କର ସମସ୍ତ ସହକର୍ମୀଗଣ ଶ୍ରଦ୍ଧା କରୁଥିଲେ। ତାଙ୍କ ବିୟୋଗଜନିତ ଯନ୍ତ୍ରଣା ଅସହ୍ୟ।

ଗୁରୁବାର ଦିନ କିବ୍‌ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe