Image Courtesy of NDTV
ଖେର୍ସନ୍: ୟୁକ୍ରେନ୍ର ଖେର୍ସନ୍ ନଗରୀ ଅଧିକାର କରିବାରେ ମସ୍କୋକୁ ସହଯୋଗ କରିଥିବା ବ୍ୟକ୍ତିମାନଙ୍କୁ ଧରି ଶାସ୍ତି ଦେବା ପାଇଁ ସରକାରୀ ଅଧିକାରୀମାନେ ତତ୍ପର ହୋଇ ଉଠିଛନ୍ତି।
ସେହି ଅଭିଯାନରେ, ନିପ୍ରୋ ନଦୀର ୟୁକ୍ରେନ୍ ନିୟନ୍ତ୍ରଣାଧୀନ ପଶ୍ଚିମ ତଟ ଓ ରୁଷ୍ ଅଧିକୃତ ପୂର୍ବ ତଟକୁ ପୃଥକ୍ କରୁଥିବା ‘ଗ୍ରେ ଜୋନ୍’ ଅନ୍ତର୍ଗତ ଗୋଟାଏ ଦ୍ବୀପରୁ ୟୁକ୍ରେନ୍ ପୁଲିସ ଦୁଇଜଣ ବିଶ୍ବାସଘାତକଙ୍କୁ ବନ୍ଧୁକ ଦେଖାଇ ଧରିଛନ୍ତି। ବୋଟ୍ରେ ଆସିଥିବା ସେ ଦୁଇଜଣ ସ୍ଥାନାନ୍ତରିତ ହେଉଥିବା କଥା କହିଥିଲେ ବି ପୁଲିସ ସେମାନଙ୍କ କଥାରେ ଗୁରୁତ୍ବ ଦେଇ ନ ଥିଲା।
ଜଣେ ପୁଲିସ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, କେବଳ ବନ୍ଦରରେ ହିଁ ଜନସ୍ଥାନାନ୍ତରଣ ସ୍ବୀକୃତିପ୍ରାପ୍ତ। ଏଠାରେ ଜନସ୍ଥାନାନ୍ତରଣ ବେଆଇନ। ବନ୍ଦରରେ ‘ଷ୍ଟାବିଲାଇଜେସନ୍ ମେଜର୍’ ଦାୟିତ୍ବରେ ଥିବା ସରକାରୀ ଅଧିକାରୀମାନେ ଯାଞ୍ଚ କରି ଦେଖିବେ ଯେ, ସ୍ଥାନାନ୍ତରଣ ହେଉଥିବା ଲୋକମାନେ ରୁଷୀୟ ଅଧିକୃତଙ୍କୁ ସହଯୋଗ କରିଥିଲେ କି, ନାହିଁ।
Image Courtesy of South China Morning Postଉଲ୍ଲେଖଯୋଗ୍ୟ, ଖେର୍ସନ୍ରୁ ରୁଷୀୟମାନଙ୍କୁ ବିତାଡ଼ିତ କରିବା ପରେ ନିପ୍ରୋ ନଦୀ ଏବେ ଦକ୍ଷିଣ ୟୁକ୍ରେନ୍ରେ ଯୁଦ୍ଧର ପ୍ରମୁଖ ସମ୍ମୁଖସ୍ଥଳୀ ପାଲଟିଛି।
ଆଞ୍ଚଳିକ ଗଭର୍ଣ୍ଣର୍ ୟାରୋସ୍ଲାଭ୍ ୟାନୁଶେଭିଚ୍ ଗଣମାଧ୍ୟମକୁ କହିଛନ୍ତି, ରୁଷୀୟ ରାଜୁତି ପାଇଁ କାର୍ଯ୍ୟ କରିବାକୁ କିଛି ଲୋକ ଏଠାରେ ୮ ମାସରୁ ଅଧିକ ଦିନ ହେବ ବାସ କରୁଛନ୍ତି। କିନ୍ତୁ, ଏବେ ଆମ ନିକଟରେ ସମସ୍ତଙ୍କ ବିଷୟରେ ସୂଚନା ରହିଛି। ସେମାନଙ୍କ ବିଷୟରେ ଆମ ପୁଲିସ ସବୁ ଜାଣିଛି। ଗୋଟି ଗୋଟି କରି ସମସ୍ତଙ୍କୁ ଶାସ୍ତି ଦିଆଯିବ।
ସୂଚନାଯୋଗ୍ୟ, ନଭେମ୍ବର ମାସରେ ଖୁବ୍ ଅଳ୍ପ ଦିନ ପାଇଁ ରୁଷ୍ ଖେର୍ସନ୍ ନଗରୀ ଅଧିକାର କରିଥିଲା। ରୁଷ୍ କବଳରୁ ମୁକ୍ତ ହେବା ପରେ ବିଶ୍ବାସଘାତକମାନଙ୍କୁ ଧରିବା ପାଇଁ ବ୍ୟାପକ ବିଜ୍ଞାପନ ଓ ଅଭିଯାନ ଆରମ୍ଭ ହୋଇଛି। ଏଯାବତ୍ ୧୩୦ଜଣଙ୍କୁ ଗିରଫ କରାଯାଇ ସାରିଛି।
Follow Us