ୟୁକ୍ରେନ୍‌ ସଙ୍କଟର କୂଟନୈତିକ ସମାଧାନ ପାଇଁ ରୁଷ୍‌ ପ୍ରସ୍ତୁତ, କିନ୍ତୁ…: ଭ୍ଲାଦିମିର୍‌ ପୁଟିନ୍‌

Advertisment
ୟୁକ୍ରେନ୍‌ ସଙ୍କଟର କୂଟନୈତିକ ସମାଧାନ ପାଇଁ ରୁଷ୍‌ ପ୍ରସ୍ତୁତ, କିନ୍ତୁ…: ଭ୍ଲାଦିମିର୍‌ ପୁଟିନ୍‌

ମସ୍କୋ: କୂଟନୈତିକ ସମାଧାନ ପାଇଁ ରୁଷ୍‌ ପ୍ରସ୍ତୁତ କିନ୍ତୁ, ଦେଶର ସ୍ବାର୍ଥକୁ ଜଳାଞ୍ଜଳି ଦିଆଯିବ ନାହିଁ ବୋଲି ୟୁକ୍ରେନ୍‌ ପରିସ୍ଥିତି ପାଇଁ ପାଶ୍ଚାତ୍ୟ ରାଷ୍ଟ୍ରସମୂହ ସହ ବୃଦ୍ଧି ପାଉଥିବା ଉତ୍ତେଜକ ବାତାବରଣରେ ଆଜି ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କହିଛନ୍ତି।

ଆଜି ରୁଷୀୟ ଛୁଟି ଦିବସ ‘ଡିଫେଣ୍ଡର୍‌ ଅଫ୍‌ ଦି ଫାଦର୍‌ଲାଣ୍ଡ୍‌ ଡେ’ ପାଳନ ଅବସରରେ ଦେଇଥିବା ଭିଡିଓ ଅଭିଭାଷଣରେ ପୁଟିନ୍ କହିଛନ୍ତି, ପ୍ରତ୍ୟକ୍ଷ ଏବଂ ନିଷ୍ଠାପର ଆଲୋଚନା ତଥା ସବୁଠୁ ଜଟିଳ ସମସ୍ୟାର କୂଟନୈତିକ ସମାଧାନ ଖୋଜି ବାହାର କରିବା ପାଇଁ ଆମ ଦେଶ ସର୍ବଦା ଉନ୍ମୁକ୍ତ।  କିନ୍ତୁ, ରୁଷ୍‌ର ସ୍ବାର୍ଥ, ଆମ ନାଗରିକମାନଙ୍କର ସୁରକ୍ଷା ଆମ ପାଇଁ ସାଲିସବିହୀନ।

publive-image Image Courtesy of BBC

ସୋମବାର ଦିନ ପୂର୍ବାଞ୍ଚଳ ୟୁକ୍ରେନ୍‌ର ଦୋନେତସ୍କ ଏବଂ ଲୁହାନସ୍କ୍‌କୁ ରୁଷ୍‌ ଦୁଇଟି ସ୍ବତନ୍ତ୍ର ସତ୍ତା ବା ଦେଶ ଭାବେ ସ୍ବୀକୃତି ଦେବା ଯୋଗୁଁ ବିଶ୍ବରେ ଚହଳ ପଡ଼ିଯାଇଛି। ପାଶ୍ଚାତ୍ୟ ରାଷ୍ଟ୍ରସମୂହ ଏହାକୁ ଯୁଦ୍ଧର ପ୍ରଥମ ସୋପାନ ବୋଲି ବିଚାର କରୁଛନ୍ତି।

ଉପରୋକ୍ତ ଘୋଷଣା ଅବସରରେ ଦେଇଥିବା ଉଦ୍‌ବୋଧନରେ ପୁଟିନ୍‌ କହି‌ଥିଲେ, ବହୁ ଦିନରୁ ପଡ଼ିରହିଥିବା ନିଷ୍ପତ୍ତି ବିଷୟରେ ବିଚାର କରିବା ଆବଶ୍ୟକ ବୋଲି ମଁ ବିବେଚନା କରିଛି। ତାହା ହେଉଛି ଦୋନେତସ୍କ୍‌ ପିପୁଲସ୍‌ ରିପବ୍ଲିକ୍‌ ଏବଂ ଲୁହାନସ୍କ ପିପୁଲ୍‌ସ୍ ରିପବ୍ଲିକ୍‌କୁ ତୁରନ୍ତ ସ୍ବାଧୀନ ଓ ସାର୍ବଭୌମ ରାଷ୍ଟ୍ର ଭାବେ ସ୍ବୀକୃତି ଦେବା।

publive-image Image Courtesy of India Today

ଅଭିଭାଷଣରେ ସେ ୟୁକ୍ରେନ୍‌ ଇତିହାସର ବିକଳ୍ପ ସଂସ୍କରଣ କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ୟୁକ୍ରେନ୍‌ ସଦାସର୍ବଦା ରୁଷ୍‌ର ଅଂଶବିଶେଷ ହୋଇ ରହିଥିଲା। ରୁଷ୍‌ ତା’ର ସ୍ବାର୍ଥ ପାଇଁ ଏକଥା କହୁଛି ବୋଲି ଯେଉଁ ପ୍ରଚାର ଚାଲିଛି, ତାହା ମନଗଢା କଥା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe