ରୁଷିଆର ଦୁଇ ସହର ଉପରେ ୟୁକ୍ରେନର ମିସାଇଲ୍‌ ଆକ୍ରମଣ

Advertisment
ରୁଷିଆର ଦୁଇ ସହର ଉପରେ ୟୁକ୍ରେନର ମିସାଇଲ୍‌ ଆକ୍ରମଣ

ANI

ନୂଆଦିଲ୍ଲୀ: ୟୁକ୍ରେନ ପକ୍ଷରୁ ରୁଷିଆର ଦୁଇ ସହର ବେଲଗୋରଦ ଓ କୁର୍ସ୍କ ଉପରେ ମିସାଇଲ୍‌ ଆକ୍ରମଣ କରାଯାଇଛି। ଜନବସତି ଉପରକୁ ଲକ୍ଷ୍ୟକରି ୟୁକ୍ରେନ ଟଚକା – ୟୁ ବାଲିଷ୍ଟିକ ମିସାଇଲ୍‌ ଓ ଟୁ -୧୪୩ ଡ୍ରୋନ ଦ୍ବାରା ଏହି ଆକ୍ରମଣ କରିଛି ବୋଲି ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ରବିବାର ପ୍ରକାଶ କରିଛି। ସେହି ଅଞ୍ଚଳ ଉପରେ ରାତି ୩ରୁ ସାଢ଼େ ୩ ଭିତରେ ୟୁକ୍ରେନ ଯୋଜନାବଦ୍ଧ ଭାବେ ଏଭଳି ଆକ୍ରମଣ କରିଛି।

ଏହା ଜଣାପଡିବା ପରେ ତତ୍‌କ୍ଷଣାତ ରୁଷିଆର ବାୟୁ ସେନା ପକ୍ଷରୁ ପାଲଟା ଆକ୍ରମଣ କରାଯାଇଛି। କୁର୍ସ୍କ ଅଞ୍ଚଳରେ ଉଡୁଥିବା ଦୁଇଟି ବିସ୍ଫୋରକ ଭର୍ତ୍ତି ଟୁ – ୧୪୩ ଡ୍ରୋନକୁ ଗୁଳି କରି ଖସାଇ ଦିଆଯାଇଛି। ସେହିପରି ୩ ଟଚକା –ୟୁ ବାଲିଷ୍ଟିକ ମିସାଇଲ୍‌କୁ ବୋଲଗୋରଦ ଅଞ୍ଚଳରେ ଗୁଳି କରି ଖସାଇ ଦିଆଯାଇଛି। ସେଥିରୁ ଗୋଟିଏ ମିସାଇଲ୍‌ର ଧ୍ବଂସାବଶେଷ ଏକ କୋଠା ଉପରେ ପଡିଛି। ତେବେ ଏହି ଆକ୍ରମଣ ଯୋଗୁ ବେଲଗୋରଦ ଅଞ୍ଚଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି। ୧୧ ବଡ କୋଠା ଓ ୩୦ ଘର ଭାଙ୍ଗିଛି ବୋଲି ବେଲଗୋରଦ ଅଞ୍ଚଳର ଗଭର୍ଣ୍ଣର ବ୍ୟାଚେସ୍ଲାଭ ଗ୍ଲାଡକୋଭ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe