Image Courtesy of India Today
ନୂଆଦିଲ୍ଲୀ: ରୁଷୀୟ ଆକ୍ରମଣରେ ଯଦି ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କୁ ହତ୍ୟା କରାଯାଏ, ତେବେ ମଧ୍ୟ ଶାସନ ଚାଲୁ ରଖିବା ଲାଗି ୟୁକ୍ରେନ୍ ଯୋଜନା କରି ସାରିଛି ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି।
ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ବାରମ୍ବାର କହି ଆସୁଛନ୍ତି ଯେ, ରୁଷ୍ ଏବେ ତାଙ୍କ ଉପରେ ଆକ୍ରମଣ କରିବାକୁ ଆଦେଶ ଦେଇଛି। ୟୁକ୍ରେନ୍ କହିବା ଅନୁସାରେ, ଜେଲେନ୍ସ୍କିଙ୍କୁ ହତ୍ୟା କରିବା ଲାଗି କ୍ରେମ୍ଲିନ୍ରୁ ଆଦେଶ ପାଇଥିବା ଅସଂଖ୍ୟ ଭଡ଼ାଟିଆ ସୈନିକ କିବ୍ରେ କାମ କରୁଛନ୍ତି।
Image Courtesy of India.comପାଶ୍ଚାତ୍ୟ ନିରାପତ୍ତାସୂତ୍ର ମଧ୍ୟ କହିଛି ଯେ, ଆକ୍ରମଣ ପୂର୍ବରୁ ୟୁକ୍ରେନ୍ରେ ମସ୍କୋର ଗୁପ୍ତଚରମାନଙ୍କ ସହ ସମ୍ପର୍କ ରଖିଥିବା ରୁଷ୍ର ଭଡ଼ାଟିଆ ସୈନିକମାନଙ୍କ ଉପସ୍ଥିତି ବୃଦ୍ଧି ପାଇଛି।
ଜେଲେନ୍ସ୍କିଙ୍କ ହତ୍ୟା ଆଶଙ୍କା ବିଷୟରେ ଗୋଟାଏ ନିଉଜ୍ ଚାନେଲ୍କୁ ବ୍ଲିଙ୍କେନ୍ କହିଛନ୍ତି, ୟୁକ୍ରେନୀୟ ସରକାରଙ୍କ ନେତୃତ୍ବ ଉଲ୍ଲେଖନୀୟ। ମୁଁ ୟୁକ୍ରେନୀୟ ବୈଦେଶିକ ମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା କରିଥିଲି। ସରକାର ଚଳାଇ ରଖିବା ପାଇଁ ସୁନିଶ୍ଚିତ ହେବା ଲାଗି ତାଙ୍କ ଦେଶରେ ଯୋଜନା ହୋଇସାରିଛି।
ଗତ ସପ୍ତାହରେ ୟୁକ୍ରେନୀୟ ସରକାରୀ ଅଧିକାରୀମାନେ କହିଥିଲେ ଯେ, ଷଡ଼ଯନ୍ତ୍ର ଯୋଜନା ବିଷୟରେ ଜାଣି ତାହାକୁ ଭଣ୍ଡୁର କରିଦେବାରୁ ଜେଲେନ୍ସ୍କି ହତ୍ୟା ଉଦ୍ୟମରୁ ବର୍ତ୍ତିଗଲେ। ଏ ସଂକ୍ରାନ୍ତରେ ରୁଷ୍ର ନିରାପତ୍ତା ଏଜେନ୍ସି ‘ଏଫ୍ଏସ୍ବି’ କିବ୍କୁ ସତର୍କ କରାଇଥିଲା।
Follow Us