Image Courtesy of Los Angeles Times
କିବ୍: ଆଜି ୟୁକ୍ରେନ୍ ରୁଷ୍ କରିଥିବା ଆକ୍ରମଣର ଦ୍ବିତୀୟ ବାର୍ଷିକୀ ପାଳନ କରୁଛି। ଆଜି ୨ ବର୍ଷ ପୂରି ୩ ବର୍ଷ ଆରମ୍ଭ ହୋଇଥିବା ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ସମୟରେ ୟୁରୋପରେ ସଙ୍ଗଠିତ ଭୟାବହ ଯୁଦ୍ଧ ଭାବେ ପରିଗଣିତ ହେଉଛି।
ଏହି ଯୁଦ୍ଧର ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ସପ୍ତାହ ଧରି ୟୁକ୍ରେନ୍ ରୁଷ୍ର ଟ୍ୟାଙ୍କ୍ ଓ ସୈନିକମାନଙ୍କୁ ପ୍ରତିହତ କରିବାରେ ସମର୍ଥ ହୋଇଥିଲା। ୟୁକ୍ରେନ୍ର ୪୦ ନିୟୁତ ଲୋକେ ଆଶା କରିଥିଲେ କ୍ରେମ୍ଲିନ୍ର ଏଭଳି ଯୋଜନାବଦ୍ଧ ଆକ୍ରମଣକୁ ସେମାନେ ଅଚିରେ ପରାସ୍ତ କରିବେ।
କିନ୍ତୁ, ଯୁଦ୍ଧ ଚାଲିଲା। ଆଜି ଏହି ଯୁଦ୍ଧ ତା’ର ତୃତୀୟ ବାର୍ଷିକୀରେ ପ୍ରବେଶ କରିଥିବା ବେଳେ ୟୁକ୍ରେନ୍କୁ କ୍ରମଶଃ ଆନ୍ତର୍ଜାତିକ ସହାୟତା ଓ ସାମରିକ ଯୋଗାଣ ହ୍ରାସ ପାଇବାରେ ଲାଗିଛି। ଫଳରେ କିଭ୍ ଏବେ ରୁଷ୍ ଠିକ୍ ଭାବେ ମୁକାବିଲା କରିପାରୁ ନାହିଁ।
Image Courtesy of USNews.comଏବେ ମଧ୍ୟ ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କର ଅନେକ ମିତ୍ର ଅଛନ୍ତି। ନିରାପତ୍ତା ଗ୍ୟାରେଣ୍ଟି, ରୁଷ୍ ଉପରେ କଟକଣା ଜାରି କରିବା ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସମସ୍ୟା ସଂକ୍ରାନ୍ତରେ ଶନିବାର ଦିନ ସେ ପାଶ୍ଚାତ୍ୟ ନେତୃବୃନ୍ଦଙ୍କୁ ସ୍ବାଗତ କରିଛନ୍ତି।
ୱାସିଂଟନ୍ରେ ରାଜନୈତିକ ବିବାଦ ଯୋଗୁଁ ୬୧ ବିଲିୟନ୍ ଡଲାର୍ ସାହାଯ୍ୟ ରାଶି ଅଟକି ରହିଥିଲେ ବି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଜେଲେନ୍ସ୍କିଙ୍କର ଦୃଢ଼ ସମର୍ଥକ ହୋଇ ରହିଛନ୍ତି।
ଚଳିତ ସପ୍ତାହରେ କିବ୍ରେ କୂଟନୀତିଜ୍ଞମାନଙ୍କୁ ଉଦ୍ବୋଧନ ଦେବା ବେଳେ ଭାବବିହ୍ବଳ ହୋଇ ଜେଲେନ୍ସ୍କି କହିଥିଲେ, ଆମେ ବିଜୟୀ ହେବୁ ବୋଲି ମୋର ହୃଦ୍ବୋଧ ହୋଇଛି। ବିଶେଷ କରି, ମୁଁ ଆପଣମାନଙ୍କ ଏକତା ଓ ସମର୍ଥନ ପ୍ରତି କୃତଜ୍ଞତା ଜଣାଉଛି।
Follow Us