ନାଟୋ ସଦସ୍ୟ ହେବାରୁ ୟୁକ୍ରେନ୍ ଓହରିପାରେ: ରାଷ୍ଟ୍ରଦୂତ

ନାଟୋ ସଦସ୍ୟ ହେବାରୁ ୟୁକ୍ରେନ୍ ଓହରିପାରେ: ରାଷ୍ଟ୍ରଦୂତ

UNIAN

ଲଣ୍ଡନ : ରୁଷିଆ ସହ ଯୁଦ୍ଧ ଏଡ଼ାଇବା ଲାଗି ୟୁକ୍ରେନ୍ ନାଟୋରେ ଯୋଗଦେବା ଯୋଜନା ଛାଡ଼ିପାରେ। ବ୍ରିଟେନ‌ରେ ଅବସ୍ଥାପିତ ୟୁକ୍ରେନ୍‌ର ରାଷ୍ଟ୍ରଦୂତ ସୋମବାର ଏହା କହିଛନ୍ତି।

ରାଷ୍ଟ୍ରଦୂତ ବାଦିମ ପ୍ରିଷ୍ଟେକୋ କହିଛନ୍ତି, ୟୁକ୍ରେନ୍ ଚାହୁଁଥିଲା ନାଟୋ ସହ ଯୋଗ ଦେବା ପାଇଁ। କିନ୍ତୁ ସେପରି କଲେ ରୁଷିଆ ସହ ଯୁଦ୍ଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଧମକ ଦେଇଛନ୍ତି। ରୁଷିଆ ଆମକୁ ଧମକାଉଛି, ବ୍ଲାକ୍‌ମେଲ କରୁଛି ବୋଲି ପ୍ରିଷ୍ଟିକୋ କହିଛନ୍ତି। ନାଟୋ ସଦସ୍ୟତା ନେଇ କିବ୍‌ ଏହାର ସ୍ଥିତି ବଦଳାଇବ କି ବୋଲି ପ୍ରଶ୍ନର ଉତ୍ତରରେ ପ୍ରିଷ୍ଟେକୋ କହିଲେ ଯେ, ୟୁକ୍ରେନ୍ ନାଟୋର ସଦସ୍ୟ ନୁହେଁ। କିନ୍ତୁ ଭବିଷ୍ୟତରେ ଏହାକୁ ନାଟୋର ସଦସ୍ୟତା ମିଳିପାରେ ବୋଲି ୨୦୦୮ରେ ପ୍ରତିଶ୍ରୁତି ମିଳିଥିଲା। ସେମିତି ହେଲେ ଆମେରିକା ନେତୃତ୍ବାଧୀନ ମେଣ୍ଟ ରୁଷିଆର ସୀମା ଯାଏ ଚାଲିଆସିବ।

ପୁଟିନଙ୍କ କହିବା ଅନୁସାରେ ମେଣ୍ଟ ସହ ୟୁକ୍ରେନ୍‌ର ଯେପରି ବନ୍ଧୁତା ବଢ଼ୁଛି ଭବିଷ୍ୟରେ ରୁଷିଆ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ନାଟୋକୁ ସେଠାରେ ଲଞ୍ଚ ପ୍ୟାଡ୍ ଲାଗି ଅନୁମତି ମିଳିପାରେ। ମସ୍କୋ ୟୁକ୍ରେନ୍ ଉପରେ ଆକ୍ରମଣ କରିବାକୁ ଯୋଜନା କରୁନାହିଁ ବୋଲି କହିଆସୁଛି। କିନ୍ତୁ ଏହା ଦାବି କରୁଛି ଯେ ନାଟୋ ୟୁକ୍ରେନ୍‌କୁ ନିଜ ଦଳରେ ମିଶାଇବାକୁ ଏବଂ ପୂର୍ବ ଆଡ଼କୁ ଅଧିକ ସମ୍ପ୍ରସାରଣ କରିବାକୁ ଚେଷ୍ଟା ନ କରୁ। ନାଟୋ ସଦସ୍ୟମାନେ ଏହି ଦାବିକୁ ପ୍ରତ୍ୟାହାର କରିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ୟୁକ୍ରେନୀୟ ପ୍ରତିପକ୍ଷ ଭ୍ଲାଡିମିର ଜେଲେନ୍‌ସ୍କିଙ୍କୁ ରବିବାର କହିଥିଲେ ଯେ ସଂକଟ ଟାଳିବା ପାଇଁ ସେ କୂଟନୈତିକ ଉଦ୍ୟମ ଅବ୍ୟାହତ ରଖିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe