ରୁଷ୍‌ କବ୍‌ଜାରେ ପରମାଣୁ କେନ୍ଦ୍ର, ପ୍ରଚଣ୍ଡ ଆକ୍ରମଣ ପରେ ଜପୋରିଜିଆ ପରମାଣୁ କେନ୍ଦ୍ର ଦଖଲ

Advertisment

କୌଣସି ରିଆକ୍ଟର ପ୍ରଭାବିତ ହୋଇନି: ୟୁଏନ୍‌ ପରମାଣୁ ମୁଖ୍ୟ

କୌଣସି ରିଆକ୍ଟର ପ୍ରଭାବିତ ହୋଇନି: ୟୁଏନ୍‌ ପରମାଣୁ ମୁଖ୍ୟ

ରୁଷ୍‌ କବ୍‌ଜାରେ ପରମାଣୁ କେନ୍ଦ୍ର, ପ୍ରଚଣ୍ଡ ଆକ୍ରମଣ ପରେ ଜପୋରିଜିଆ ପରମାଣୁ କେନ୍ଦ୍ର ଦଖଲ

Department of Energy

କିବ୍‌ : ୟୁକ୍ରେନରେ ଜପୋରିଜିଆ ପରମାଣୁ ଶକ୍ତି କେନ୍ଦ୍ର ଶୁକ୍ରବାର ଦିନ ସଂପୂର୍ଣ୍ଣ ଭାବେ ରୁଷ୍‌ ଦଖଲକୁ ଚାଲି ଯାଇଛି। ଏବେ ରୁଷ୍‌ କମାଣ୍ଡୋଙ୍କ ନିୟନ୍ତ୍ରଣରେ ଏହି କେନ୍ଦ୍ର ରହିଛି । ରୁଷ୍‌ ଆକ୍ରମଣ ଯୋଗୁଁ ଗତକାଲି ରାତିରେ ଏହି ପରମାଣୁ ଶକ୍ତି କେନ୍ଦ୍ରରେ ନିଆଁ ଲାଗି ଯାଇଥିଲା। ତେବେ ପରମାଣୁ କେନ୍ଦ୍ରର ଭିତର ଅଞ୍ଚଳରେ କୌଣସି କ୍ଷୟକ୍ଷତି ହୋଇନାହିଁ। ବାହ୍ୟ ଅଞ୍ଚଳରେ ଲାଗିଥିବା ନିଆଁକୁ ମାତ୍ର ଘଣ୍ଟାଏ ମଧ୍ୟରେ ନିୟନ୍ତ୍ରଣ କରାଯାଇଥିଲା। ୟୁରୋପରେ ଏହା ସବୁଠାରୁ ବଡ଼ ପରମାଣୁ କେନ୍ଦ୍ର। ତେବେ ପରମାଣୁ ଶକ୍ତି କେନ୍ଦ୍ର‌ରେ ନିଆଁ ଲାଗିବା ଘଟଣା ପାଇଁ ରୁଷ୍‌ ଏବଂ ୟୁକ୍ରେନ୍‌ ପରସ୍ପରକୁ ଦାୟୀ କରିଛନ୍ତି। ୟୁକ୍ରେନ୍‌ ବିଶ୍ବ ସମୁଦାୟକୁ ବିଭ୍ରାନ୍ତ କରିବା ପାଇଁ ନିଜେ ନିଆଁ ଲଗାଇଥିଲା ବୋଲି ରୁଷ୍‌ କହିଛି।

publive-image The Independent

ଅନ୍ୟପକ୍ଷରେ ରୁଷ୍‌ ଚେର୍ନୋବିଲ୍‌ ପରମାଣୁ ବିପର୍ଯ୍ୟୟର ପୁନରାବୃତ୍ତି କରିବାକୁ ଚାହୁଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେ‌ଲେନ୍‌ସ୍କି କହିଛନ୍ତି। ରୁଷ୍‌ ଦଖଲକୁ ଏହି କେନ୍ଦ୍ର ଚାଲିଯିବା ଅତ୍ୟନ୍ତ ବିପଜ୍ଜନକ ଏବଂ ଏଠାରେ ବିସ୍ଫୋରଣ ହେଲେ ପୂରା ୟୁରୋପ ବରବାଦ ହେବ ବୋଲି ଜେଲେନ୍‌ସ୍କି କହିଛନ୍ତି।ରୁଷ୍‌ର ଏହି ଆକ୍ରମଣ ପରେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରସ୍‌ ଜନସନ୍‌ ପୁଟିନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ପୁଟିନ ସମଗ୍ର ୟୁରୋପ୍‌କୁ ବିପଦ ମଧ୍ୟକୁ ଠେଲି ଦେଉଛନ୍ତି ବୋଲି ଜନସନ୍‌ ଅଭିଯୋଗ କରିଛନ୍ତି।

ତେବେ ରୁଷ୍‌ ଆକ୍ରମଣ ଯୋଗୁଁ ଏହି ପରମାଣୁ ଶକ୍ତି କେନ୍ଦ୍ରର ୬ଟି ପରମା‌ଣୁ ରିଆକ୍ଟର ଆଦୌ ପ୍ରଭାବିତ ହୋଇନାହିଁ ବୋଲି କୁହାଯାଇଛି। ଆଇଏଇଏ (ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା‌) ମହାନିର୍ଦ୍ଦେଶକ ରାଫେଲ ମାରିଆଓ ଗ୍ରସି କହିଛନ୍ତି, ଜପୋରିଜିଆ ପରମାଣୁ ଶକ୍ତି କେନ୍ଦ୍ର ସହ ସଂସ୍ଥା ଯୋଗାଯୋଗରେ ରହିଛି। ବିକିରଣଜନିତ କୌଣସି ବିପଦ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe