ରୁଷ୍‌ର ୨୮ଟି ଗ୍ରାମ ଦଖଲ କଲା ୟୁକ୍ରେନ

ୟୁକ୍ରେନ ହସ୍ପିଟାଲ୍‌ ଉପରେ ରୁଷ୍‌ର ମିସାଇଲ ମାଡ଼, ୪ ମୃତ

ମସ୍କୋ: ରୁଷ୍‌ର କୁର୍ସ୍କ ଅଂଚଳରେ ଅତର୍କିତ ଆକ୍ରମଣ କରିଥିବା ୟୁକ୍ରେନ ରୁଷିଆର ୧୦୦୦ ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳ ଦଖଲ କରିଛି। ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ଏକ ସପ୍ତାହ ତଳେ ୟୁକ୍ରେନ୍ ସୈନିକମାନେ ରୁଷିଆର କୁର୍ସ୍କ ଅଞ୍ଚଳରେ ଆକ୍ରମଣ କରିଥିଲେ। ସେବେଠାରୁ ସେମାନେ ପ୍ରାୟ ୨୮ଟି ଗାଁକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଅଗଷ୍ଟ ୬ ତାରିଖରେ ୟୁକ୍ରେନର ପ୍ରାୟ ୧୦ ହଜାର ସୈନିକ ଟ୍ୟାଙ୍କ ଓ ଅନ୍ୟ ଯୁଦ୍ଧାସ୍ତ୍ର ସହ କୁର୍ସ୍କରେ ପ୍ରବେଶ କରିଥିଲେ। ଏହାପରେ ଅଗଷ୍ଟ ୮ତାରିଖରେ ରୁଷ୍ ସେଠାରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲା।

ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏହାକୁ ୟୁକ୍ରେନର ଉତ୍ତେଜନାମୂଳକ କାର୍ଯ୍ୟ ବୋଲି ବର୍ଣ୍ଣନା କରିଛନ୍ତି। ସେ ତାଙ୍କ ପ୍ରତିରକ୍ଷା ଅଧିକାରୀମାନଙ୍କୁ ଋଷୀୟ ଅଞ୍ଚଳରୁ ୟୁକ୍ରେନ୍ ସୈନ୍ୟଙ୍କୁ ହଟାଇବା ପାଇଁ ପ୍ରଚଣ୍ଡ ଆକ୍ରମଣ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ରୁଷ୍‌ର ୩୦ କିଲୋମିଟର ଭିତରକୁ ପ୍ରବେଶ କରି ୟୁକ୍ରେନ ସେନା ୨୮ଟି ଗ୍ରାମ ଦଖଲ କରିବା ଏକ ବିସ୍ମୟକର ଘଟଣା ବୋଲି ଅନେକ ମତ ଦେଉଛନ୍ତି। ୟୁକ୍ରେନର ଏହି ଆକ୍ରମଣରେ ୧୨ ଜଣ ରୁଷୀୟ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ୧୨୧ ଜଣ ଆହତ ହୋଇଛନ୍ତି। କୁର୍ସ୍କ ଅଂଚଳରେ ୧.୨୧ ଲକ୍ଷ ରୁଷୀୟଙ୍କୁ ସେମାନଙ୍କ ବାସସ୍ଥାନରୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe