୮୪,୬୦,୨୯୮ଟଙ୍କାରେ ନିଲାମ ହେଲା ମେଣ୍ଢାଲୋମରେ ତିଆରି ଜେଲେନ୍‌ସ୍କିଙ୍କ ପ୍ରସିଦ୍ଧ ସ୍ବେଟର୍‌

Advertisment
୮୪,୬୦,୨୯୮ଟଙ୍କାରେ ନିଲାମ ହେଲା ମେଣ୍ଢାଲୋମରେ ତିଆରି ଜେଲେନ୍‌ସ୍କିଙ୍କ ପ୍ରସିଦ୍ଧ ସ୍ବେଟର୍‌

Image Courtesy of NDTV

ନୂଆଦିଲ୍ଲୀ: ମେଣ୍ଢାଲୋମରେ ତିଆରି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କର ଗୋଟାଏ ପ୍ରସିଦ୍ଧ ଖାକି ସ୍ବେଟର୍‌କୁ ଇଂଲଣ୍ଡ୍‌ରେ ଦାତବ୍ୟ ନିଲାମରେ ଭାରତୀୟ ମୁଦ୍ରା ହିସାବରେ ୮୪,୬୦,୨୯୮ଟଙ୍କାରେ (୯୦,୦୦୦ ପାଉଣ୍ଡ୍‌) ବିକ୍ରୟ ହୋଇଥିବା କଥା ‘ଦି ଟେଲିଗ୍ରାଫ୍‌’ ରିପୋର୍ଟ କରିଛି।

ଲଣ୍ଡନର ଟେଟ୍‌ ମଡର୍ଣ୍ଣରେ ଥିବା ୟୁକ୍ରେନୀୟ ଦୂତାବାସ ପ୍ରାୟୋଜିତ ‘ବ୍ରେଭ୍‌ ୟୁକ୍ରେନ୍‌ ଫଣ୍ଡ୍‌ ରାଇଜିଙ୍ଗ୍‌’ ନିଲାମରେ ଉକ୍ତ ସ୍ବେଟର୍‌ଟିର ଦର ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଥିଲା।

ପ୍ରାପ୍ତ ରିପୋର୍ଟ ଅନୁସାରେ, ନିଲାମରେ ଉକ୍ତ ପୋଷାକର ପ୍ରାରମ୍ଭିକ ଦର ୫୦,୦୦୦ ପାଉଣ୍ଡ୍‌ ରଖାଯାଇଥିଲା, କିନ୍ତୁ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ନିଲାମ ଧରିବାକୁ ଆସିଥିବା ବ୍ୟକ୍ତିମାନଙ୍କୁ ନିବେଦନ କରି କହିଲେ କି, ସେମାନେ ଯେତେ ସମ୍ଭବ ଅଧିକ ମୂଲ୍ୟରେ ନିଲାମ ଧରନ୍ତୁ। ଫଳରେ ସ୍ବେଟର୍‌ଟିର ଦର ପ୍ରାୟ ୨ଗୁଣକୁ ବୃଦ୍ଧି ପାଇଲା।

publive-image Image Courtesy of The Telegraph

ସବୁଜ ସାମରିକ ବେଶପୋଷାକ ପାଇଁ ଜେଲେନ୍‌ସ୍କି ସୁପ୍ରସିଦ୍ଧ। ରୁଷ୍‌ ଅଧିକୃତ କିବ୍‌ ଅଞ୍ଚଳରେ ବୁଲିବା ବେଳେ ସେ ଖାକି ଉଲ୍‌ ସ୍ବେଟର୍‌ ପିନ୍ଧିଥିଲେ।

ନିଲାମଧାରୀମାନଙ୍କୁ ଉତ୍ସାହ ଦେଇ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଜନ୍‌ସନ୍‌ କହିଲେ, ବନ୍ଧୁଗଣ, ଆଜି ରାତିରେ ୟୁକ୍ରେନ୍‌କୁ ସହାୟତା କରନ୍ତୁ। ଫଳରେ ମହାନ୍‌ ପ୍ରାଚୀନ ୟୁରୋପୀୟ ରାଜଧାନୀ କିବ୍‌କୁ ପୁଣି କେହି ଧମକ ଦେଇପାରିବେ ନାହିଁ। ପୁଣି ୟୁକ୍ରେନ୍‌ ଅଖଣ୍ଡ ଓ ସ୍ବାଧୀନ ହେବ।

ଏହି କାର୍ଯ୍ୟକ୍ରମରେ ଜେଲେନ୍‌ସ୍କି ଧନ୍ୟବାଦ ଅର୍ପଣ କରିବା ସହ ରୁଷୀୟ ଆକ୍ରମଣ ବେଳେ ଇଂଲଣ୍ଡ୍‌ର ସହାୟତାକୁ ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe