ନାଟୋ କି ଆମେରିକା କେହି ବି ସହଯୋଗ କଲେନି, ଆବଶ୍ୟକତା ବେଳେ ସମସ୍ତେ ହାତ ଛାଡି ଦେଲେ: ୟୁକ୍ରେନ ରାଷ୍ଟ୍ରପତି

Advertisment
ନାଟୋ କି ଆମେରିକା କେହି ବି ସହଯୋଗ କଲେନି, ଆବଶ୍ୟକତା ବେଳେ ସମସ୍ତେ ହାତ ଛାଡି ଦେଲେ: ୟୁକ୍ରେନ ରାଷ୍ଟ୍ରପତି

କ୍ଵିଭ: ‘ଆମେ ନାଟୋ ଓ ଆମେରିକା ଠାରୁ ଆଶା କରିଥିଲୁ ଯେ ଋଷ ବିରୋଧରେ ଯୁଦ୍ଧରେ ସେମାନେ ଆମକୁ ସାହାଯ୍ୟ କରିବେ। କିନ୍ତୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନକୁ ସେନା ପଠାଇବାକୁ ମନା କିରଦେଲେ। ପୂରା ଦୁନିଆ ଆମକୁ ଏକା ଯୁଦ୍ଧ ଲଢିବାକୁ ଛାଡିଦେଲା।’ ୟୁକ୍ରେନର ରାଷ୍ଟ୍ରପତି ଭଲଡିମର ଜେଲେଂସ୍କି ବୟାନ ଜାରି କରି ଏକଥା କହିଛନ୍ତି।

ୟୁକ୍ରେନର ରାଷ୍ଟ୍ରପତି ଜେଲେଂସ୍କି ଋଷ ଆକ୍ରମଣର ପ୍ରଥମ ଦିନର ଶେଷରେ ରାଷ୍ଟ୍ରକୁ ସମ୍ବୋଧନ କରି ଏକ ଭିଡିଓରେ କହିଛନ୍ତି, ‘ଆମକୁ ନିଜ ଦେଶର ରକ୍ଷା କରିବା ପାଇଁ ଏକା ଛାଡି ଦିଆଗଲା। ୟୁକ୍ରେନ ଏବେ ନିଜ ସାମର୍ଥ୍ୟ ଅନୁସାରେ ଋଷ ବିରୋଧରେ ଯୁଦ୍ଧ ଲଢିବ। ଆମ ସହିତ ଲଢିବାକୁ କିଏ ପ୍ରସ୍ତୁତ ଅଛି ? ମୋତେ କେହି ଦେଖାଯାଉ ନାହାନ୍ତି। ୟୁକ୍ରେନକୁ ନାଟୋର ସଦସ୍ୟତା ଦେବାପାଇଁ କିଏ ପ୍ରସ୍ତୁତି ଅଛି ? ସମସ୍ତେ ଡରୁଛନ୍ତି। ଜ୍ମିନଇ ଦ୍ଵୀପର ରକ୍ଷା କରିବା ପାଇଁ ସୀମାରେ ମୁତୟନ ହୋଇଥିବା ୟୁକ୍ରେନୀୟ ସେନା ବୀରତାର ପରିଚୟ ଦେଇଛନ୍ତି। ସେମାନେ ଶହୀଦ ହୋଇଗଲେ କିନ୍ତୁ ଋଷ ସେନା ଆଗରେ ଆତ୍ମସମର୍ପଣ କଲେ ନାହିଁ। ଯେଉଁମାନେ ଶହୀଦ ହୋଇଛନ୍ତି ସେମାନଙ୍କୁ ୟୁକ୍ରେନ ସରକାରଙ୍କ ପକ୍ଷରୁ ମରଣୋତ୍ତର ୟୁକ୍ରେନର ନାୟକ ଭାବେ ସମ୍ମାନିତ କରାଯିବ। ୟୁକ୍ରେନ ପାଇଁ ନିଜ ଜୀବନ ଦେଇଥିବାରୁ ସେମାନଙ୍କୁ ସବୁବେଳେ ମନେ ରଖାଯିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe