ମାଆମାନଙ୍କୁ ଜେଲେନସ୍କିଙ୍କ ବିନମ୍ର ନିବେଦନ, ନିଜ ପୁଅଙ୍କୁ ଅଟକାନ୍ତୁ

Advertisment
ମାଆମାନଙ୍କୁ ଜେଲେନସ୍କିଙ୍କ ବିନମ୍ର ନିବେଦନ, ନିଜ ପୁଅଙ୍କୁ ଅଟକାନ୍ତୁ

ww.ndtv.com

ନୂଆଦିଲ୍ଲୀ: ରୁଷ୍‌-ୟକ୍ରେନ୍‌ ଯୁଦ୍ଧ ଏହା ଭିତରେ ୧୮ ଦିନରେ ପହଞ୍ଚିଛି। ଏହି ଯୁଦ୍ଧରେ ଅନେକ ମାଆଙ୍କ କୋଳ ‌ଶୂନ୍ୟ ହୋଇଯାଉଛି ତ ଅନେକ ସନ୍ତାନଙ୍କ ମୁଣ୍ଡରୁ ମାଆର ହାତ ଉଠିଯାଉଛି। ଆପଣ ଜାଣିିିଥିବେ ନିଶ୍ଚୟ ଯେ ନିକଟରେ ନିଜ ମାଆଙ୍କ ପାଇଁ ଔଷଧ ଯୋଗାଡ଼ରେ ଯାଉଥିବା ୟୁକ୍ରେନ୍‌ର ଜଣେ ଯୁବତୀ ରୁଷର ଆକ୍ରମଣରେ ପ୍ରାଣ ହରାଇବା ଘଟଣା ସମସ୍ତଙ୍କୁ ଦୁୁଃଖୀ କରାଇଛି। ଯୁବତୀ ଜଣକ ହେଉଛନ୍ତି ୩୧ ବର୍ଷୀୟା ଭାଲେରିଆ ମାକେଟସ୍କା। ତାଙ୍କ ମାଆ ଅସୁସ୍ଥ ଥିବାରୁ ସେ ‌ଔଷଧ ଯୋଗାଡ଼ରେ ବାହାରକୁ ବାହାରିଥିବା ବେଳେ କିବ୍‌ର ଏକ ଗ୍ରାମରେ ରୁଷିୟାନ୍ ଟ୍ୟାଙ୍କ୍‌ ଦ୍ବାରା ତାଙ୍କ ଜୀବନ ଯାଇଛି। ସେହିପରି ଅନେକ ମାଆ ମଧ୍ୟ ନିଜ କୋଳ ଶୂନ୍ୟ କରିବାକୁ ବାଧ୍ୟ ହୋଇ ପଡ଼ିଛନ୍ତି।

ଶନିବାର ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର୍‌ ଜେଲେନସ୍କି ରୁଷିଆର ମାଆମାନଙ୍କୁ ନିଜ ପୁଅ କେଉଁଠାରେ ଅଛନ୍ତି ବୋଲି ଥରେ ଜାଣିନିଅନ୍ତୁ ବୋଲି ଅନୁରୋଧ କରିଛନ୍ତି। ସେ କହିଛନ୍ତି କି , ‘ମୁଁ ରୁଷିଆର ମାଆମାନଙ୍କୁ ଆଉ ଥରେ କହିଦେବାକୁ ଚାହୁଁଛି ଯେ ନିଜ ପୁଅ କେଉଁଠାରେ ଅଛନ୍ତି ଜାଣିରଖନ୍ତୁ। ଏପରି ନହେଉ ଯେ ସେମାନେ ଯୁଦ୍ଧରେ ଆସି ପ୍ରାଣ ଦେଇ ଦିଅନ୍ତୁ କିମ୍ବା ଆମ ହାତରେ ଧରାପଡ଼ନ୍ତୁ। ଟେଲିଗ୍ରାମରେ ଏକ ଭିଡିଓ ଜରିଆରେ ଜେଲେନସ୍କିଏପରି କହୁଥିବାର ଶୁଣିବାକୁ ମିଳିଛି। ୟୁକ୍ରେନ ଏପରି ଯୁଦ୍ଧ ଚାହେଁ ନାହିଁ। ଆପଣ ଯଦି ଚାହାଁନ୍ତି ଆପଣଙ୍କ ପୁଅ ସୁରକ୍ଷିତ ରୁହନ୍ତୁ ବୋଲି ତେବେ ସେମାନଙ୍କୁ ଯୁଦ୍ଧକୁ ଆସିବାରୁ ଅଟକାନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe