Image Courtesy of India Today
କିବ୍: ଅସ୍ତ୍ରତ୍ୟାଗ କରି ଅଧିକୃତ ବନ୍ଦର ନଗରୀ ମାରିଉପୋଲ୍କୁ ସମର୍ପଣ କରିଦେବା ଲାଗି ଦଖଲକାରୀ ରୁଷୀୟ ସେନା ରବିବାର ଦିନ ୟୁକ୍ରେନୀୟ ସେନାଙ୍କୁ କହିଥିଲେ ବି ସେମାନେ ତାହା କରିବାକୁ ମନା କରି ଦେଇଛନ୍ତି।
ୟୁକ୍ରେନୀୟ ଉପପ୍ରଧାନମନ୍ତ୍ରୀ ଇରିନା ଭେରେସଚୁକ୍ କହିଛନ୍ତି, କୌଣସି ସମର୍ପଣ ବା ଅସ୍ତ୍ରତ୍ୟାଗର ପ୍ରଶ୍ନ ହିଁ ଉଠୁନାହିଁ। ଏ ସଂକ୍ରାନ୍ତରେ ଆମେ ରୁଷୀୟ ପକ୍ଷକୁ ସୂଚନା ଦେଇସାରିଛୁ।
ମାରିଉପୋଲ୍ରେ ଗୋଟାଏ ଭୟାବହ ମାନବୀୟ ସଙ୍କଟ ସୃଷ୍ଟି ହେଉଥିବା ବିଷୟରେ ସତର୍କ କରାଇ ‘ରଷିଆନ୍ ସେଣ୍ଟର୍ ଫର୍ ଡିଫେନ୍ସ୍ ମ୍ୟାନେଜ୍ମେଣ୍ଟ୍’ର ନିର୍ଦେଶକ କର୍ଣ୍ଣେଲ୍-ଜେନେରାଲ୍ ମିଖାଇଲ୍ ମିଜିନ୍ତ୍ସେଭ୍ କହିଛନ୍ତି, ଆପଣମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରନ୍ତୁ। ଯେଉଁମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରିବେ ସେମାନଙ୍କୁ ମାରିଉପୋଲ୍ରୁ ନିରାପଦରେ ବାହାରିଯିବାର ଗ୍ୟାରେଣ୍ଟି ଦେଉଛୁ।
Image Courtesy of NDTVସୂଚନାଯୋଗ୍ୟ, ରବିବାର ଦିନ ମାରିଉପୋଲ୍ରେ ସବୁଠୁ ଅଧିକ ବୋମାବର୍ଷଣ ହୋଇଥିଲା। ଯୁଦ୍ଧ ଯୋଗୁଁ ମୃତ ବ୍ୟକ୍ତିମାନଙ୍କୁ ରାସ୍ତାକଡ଼ରେ ନିର୍ମିତ କାମଚଳା ସାମାଧିସ୍ଥଳଗୁଡ଼ିକରେ କବର ଦିଆଯାଉଛି। ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି, ବୋମା ମାଡ଼ ଯୋଗୁଁ ସେମାନେ ମରି ନାହାନ୍ତି। ମରିଛନ୍ତି, ପ୍ରତିକୂଳ ପରିସ୍ଥିତି, ଶାରୀରିକ ପରିଶ୍ରମର ଅଭାବ, ମାନସିକ ଚାପ ଏବଂ ଥଣ୍ଡା ଯୋଗୁଁ।
ସେପଟେ, ଆଜି ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀ ଡିମିତ୍ରୋ କୁଲେବା କହିଛନ୍ତି ଯେ, ଆଗାମୀ ସପ୍ତାହରେ ରୁଷ୍ ପ୍ରତି ନୂତନ କଟକଣା ସବୁ ଲାଗୁ କରାଯିବ। ରୁଷ୍ ଛାଡ଼ି ଯାଇ ନ ଥିବା ‘ଡାନୋନ୍’, ‘ନେସ୍ଲେ’ ଏବଂ ‘ୟୁନିଲିଭର୍’ ଭଳି ପ୍ରମୁଖ କମ୍ପାନି ଏବଂ ରୁଷ୍କୁ କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବା ଲାଗି ଅନୁମତି ଦେଉଥିବା କମ୍ପାନିମାନଙ୍କ ପ୍ରତି ଏହିସବୁ କଟକଣା ଉଦ୍ଦିଷ୍ଟ।
Follow Us