ନୂଆଦିଲ୍ଲୀ: ରୁଷ୍ ଆଜି ସକାଳେ ୟୁକ୍ରେନର ବିଭିନ୍ନ ସହରରେ ଆକ୍ରମଣ କରିଛି। ତେବେ ଦିନକ ମଧ୍ୟରେ ୟୁକ୍ରେନରେ ୨୦୩ ଥର ଆକ୍ରମଣ କରିଛି ରୁଷ୍ । ଆକାଶ, ଜଳ ଓ ସଡ଼କ ପଥ ମାଧ୍ୟମ ଦେଇ ରୁଷ ତାର ଆକ୍ରମଣ ଜାରି ରଖିଛି। ଏହାରି ଭିତରେ ୟୁକ୍ରେନରୁ ଅନେକ ଭୟାବହ ଦୃଶ୍ୟ ସାମ୍ନାକୁ ଆସୁଛି।
ନିକଟରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଦୃଶ୍ୟରେ ଦେଖିବାକୁ ମିଳୁଛି, ୟୁକ୍ରେନରେ ଜଣେ ସାଇକେଲ ଆରୋହୀ ରାସ୍ତାରେ ଯାଉଛନ୍ତି। ତାଙ୍କୁ ଦେଖି ଲାଗୁଛି ଯୁଦ୍ଧର ଭୟ ନିଶ୍ଚୟ ତାଙ୍କ ମନରେ ଅଛି, କିନ୍ତୁ ତାଙ୍କ ସହିତ ହଠାତ ଏଭଳି ଘଟଣା ଘଟିବ ସେ ଭାବି ନଥିବେ।
ଉକ୍ତ ସାଇକେଲ ଆରୋହୀ ଜଣକ ରାସ୍ତାରେ ଯାଉଥିବା ବେଳେ ହଠାତ ବୋମା ବିସ୍ଫୋରଣ ହୋଇଥିଲା। ଉକ୍ତ ସ୍ଥାନଟି ନିଆଁ ପିଣ୍ଡୁଳାରେ ବଦଳି ଯାଇଥିଲା। ନିଆଁ ଲିଭିବା ପରେ ଉକ୍ତ ସାଇକେଲ ଅରୋହୀ ଜଣକଙ୍କୁ ରାସ୍ତାରେ ପଡ଼ି ହଲଚଲ ହେଉଥିବା ଦେଖିବାକୁ ମିଳିଥିଲା। ଏହାର କିଛି ସମୟ ପରେ ସେ ରାସ୍ତାରେ ଟଳି ପଡ଼ୁଥିବା ଦେଖିବାକୁ ମିଳୁଛି।
ଏତଦଦ୍ବାରା ୟୁକ୍ରେନରେ ରୁଷ୍ ୧୧ ଏୟାରଫିଲ୍ଡ ସମେତ ୭୦ରୁ ଅଧିକ ସାମରିକ ପ୍ରତିଷ୍ଠାନ ଧ୍ବଂସ କରିଦେଇଛି ବୋଲି ଦାବି କରୁଛି। ଏଥିସହିତ ୟୁକ୍ରେନର ୧୩୭ଜଣ ଲୋକଙ୍କ ରୁଷ ସେନା ଆକ୍ରମଣ କରି ନିହତ କରିଥିବା ବେଳେ ୧୦୦ରୁ ଅଧିକ ଲୋକଙ୍କ ଗୁରୁତର କରିଛି ବୋଲି କୁହାଯାଉଛି।
Follow Us