ୟୁକ୍ରେନ ରୁଷ୍‌ ଯୁଦ୍ଧ: ଆଜିଠାରୁ ତୁର୍କୀରେ ରୁଷ-ୟୁକ୍ରେନ୍‌ କଥାବାର୍ତ୍ତା

Advertisment

ରୁଷ୍‌ର ୧୬୬୦୦ ସୈନ୍ୟ ନିହତ, ୫୮୨ ଟ୍ୟାଙ୍କ ଧ୍ବସ୍ତ: ୟୁକ୍ରେନ୍‌

ରୁଷ୍‌ର ୧୬୬୦୦ ସୈନ୍ୟ ନିହତ, ୫୮୨ ଟ୍ୟାଙ୍କ ଧ୍ବସ୍ତ: ୟୁକ୍ରେନ୍‌

ୟୁକ୍ରେନ ରୁଷ୍‌ ଯୁଦ୍ଧ: ଆଜିଠାରୁ ତୁର୍କୀରେ ରୁଷ-ୟୁକ୍ରେନ୍‌ କଥାବାର୍ତ୍ତା

The Guardian

କିବ୍‌: ୟୁକ୍ରେନ ରୁଷ୍‌ ଯୁଦ୍ଧ ଗତମାସ ୨୪ ତାରିଖରୁ ଆରମ୍ଭ ହୋଇଛି। ଯୁଦ୍ଧକୁ ଇତିମଧ୍ୟରେ ଏକମାସରୁ ଅଧିକ ସମୟ ବିତିଯାଇଛି। ତେବେ ଯୁଦ୍ଧ ଏବେ ୩୨ ଦିନରେ ପହଞ୍ଚିଛି ଏବଂ ଆସନ୍ତାକାଲିଠାରୁ ତୁର୍କୀରେ ରୁଷ୍‌ ଏବଂ ୟୁକ୍ରେନ୍‌ ପ୍ରତିନିଧି ଦଳଙ୍କ ମଧ୍ୟରେ ଶାନ୍ତି ଆଲୋଚନା ପୁଣି ଆରମ୍ଭ ହେବ ବୋଲି ଘୋଷଣା କରାଯାଇଛି। ଏହି ଆଲୋଚନା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି । ୟୁକ୍ରେନ୍‌ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ରୁଷ୍‌ର ୧୬୬୦୦ ସୈନ୍ୟ ନିହତ ହୋଇଛନ୍ତି ଏବଂ ୫୮୨ଟି ଟ୍ୟାଙ୍କ ଧ୍ବଂସ କରାଯାଇଛି ବୋଲି ୟୁକ୍ରେନ୍‌ ଦାବି କରିଛି। ୟୁକ୍ରେନର ନ୍ୟୁଜ ୱେବସାଇଟ୍‌ କିବ୍‌ ଇଣ୍ଡିପେଣ୍ଡେଣ୍ଟ ପକ୍ଷରୁ ରିପୋର୍ଟ କରାଯାଇଛି ଯେ ରୁଷ୍‌ ସେନାକୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। ସେନାକୁ ନେବାଆଣିବା କରୁଥିବା ୧୬୬୪ଟି ଅସ୍ତ୍ରଶସ୍ତ୍ର ସଜ୍ଜିତ ଗାଡ଼ି, ୧୨୧ଟି ବିମାନ ଏବଂ ୧୨୭ଟି ହେଲିକପ୍ଟର ସହିତ ଅନ୍ୟାନ୍ୟ କ୍ଷତି କରାଯାଇଛି। କିନ୍ତୁ ରୁଷ୍‌ର ୧୩୫୧ ଜଣ ସୈନ୍ୟ ନିହତ ହୋଇଥିବାବେଳେ ୩୮୨୫ ଜଣ ଆହତ ହୋଇଥିବା ବିଷୟ ଗତ ଶୁକ୍ରବାର ମସ୍କୋ କହିଥିଲା। ନାଟୋ ପକ୍ଷରୁ ରୁଷ୍‌ ସୈନିକଙ୍କ ନିହତ ସଂଖ୍ୟା ୭୦୦୦ରୁ ୧୫୦୦୦ ମଧ୍ୟରେ ବୋଲି ଦର୍ଶାଯାଉଛି।

ରୁଷ୍‌ ସେନା ସାଧାରଣ ଲୋକଙ୍କ ଉପରେ ଅମାନୁଷିକ ଆକ୍ରମଣ ଚଳାଇଥିବା ସଂପର୍କରେ ୟୁକ୍ରେନସ୍ଥିତ ଆମେରିକା ଦୂତାବାସ କାର୍ଯ୍ୟାଳୟ ପକ୍ଷରୁ ଯେଉଁ ସୂଚନା ଦିଆଯାଇଛି ତାହାକୁ ଭାରତରେ ଅବସ୍ଥାପିତ ରୁଷ ଦୂତାବାସ କାର୍ଯ୍ୟାଳୟ ପକ୍ଷରୁ ଖଣ୍ଡନ କରାଯାଇଛି। ପାଉଁରୁଟି ପାଇଁ ଧାଡ଼ିରେ ଛିଡ଼ା ହୋଇଥିବାବେଳେ ଚେର୍ଣ୍ଣିହିବ୍‌ରେ ରୁଷ୍‌ ‌ସେନା ୟୁକ୍ରେନର ନାଗରିକଙ୍କୁ ଆକ୍ରମଣ କରିଥିବା ଆମେରିକା ଦୂତାବାସ ସୂଚନା ଦେଇଥିଲା। ରୁଷ୍‌ ବିରୋଧରେ ଆମେରିକା ଦୂତାବାସ ମିଥ୍ୟା ପ୍ରଚାର ଚଳାଇଛି ଏବଂ ଏହାର ପ୍ରତିଟି ବିଭ୍ରାନ୍ତିର ଆମେ ଜବାବ ଦେବୁ ବୋଲି ରୁଷ୍‌ ଦୂତାବାସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe