Image Courtesy of India Today
ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ରୁଷ୍ର ଆକ୍ରମଣ ପ୍ରସଙ୍ଗରେ ‘ଜି୨୦’ ରାଷ୍ଟ୍ରସଂଘ ଜାରି କରିଥିବା ଘୋଷଣାନାମାରେ ଖୁସି ହେବାର କିଛି ନାହିଁ ବୋଲି ଶନିବାର ଦିନ ୟୁକ୍ରେନ୍ର ବୈଦେଶିକ ମନ୍ତ୍ରାଳୟ କହିଛି।
ରୁଷ୍ର ନାଁ ଉଲ୍ଲେଖ କରାଯାଇ ନ ଥିବାରୁ ଏହି ଘୋଷଣାନାମାକୁ ୟୁକ୍ରେନ୍ ଓଲଟି ସମାଲୋଚନା କରିଛି। ‘ଫେସ୍ବୁକ’ରେ ୟୁକ୍ରେନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଓଲେଗ୍ ନିକୋଲେଙ୍କୋ ଲେଖିଛନ୍ତି, ଏହା ସୁସ୍ପଷ୍ଟ ଯେ, ‘ଜି୨୦’ ଶିଖର ସମ୍ମିଳନୀରେ ୟୁକ୍ରେନ୍ ଭାଗ ନେଇଥିଲେ ଅଂଶଗ୍ରହଣକାରୀଙ୍କୁ ପରିସ୍ଥିତି ବିଷୟରେ ଉତ୍ତମ ରୂପେ ଅବଗତ କରାଇ ପାରି ଥାଆନ୍ତେ। ଏହି ଘୋଷଣାନାମାରେ କଡ଼ା ଭାଷା ପ୍ରୟୋଗ କରିବାକୁ ଚେଷ୍ଟା କରିଥିବା ମିତ୍ର ରାଷ୍ଟ୍ରମାନଙ୍କ ପ୍ରତି ୟୁକ୍ରେନ୍ କୃତଜ୍ଞ। ୟୁକ୍ରେନ୍ର ଅନୁପସ୍ଥିତିରେ ୟୁକ୍ରେନ୍ ବିଷୟରେ କୌଣସି କଥା ଅସାର ବୋଲି ଏଥିରୁ ପ୍ରତିପାଦିତ ହେଉଛି।
Image Courtesy of Times Nowସୂଚନାଯୋଗ୍ୟ, ୟୁକ୍ରେନ୍ରେ ସାମଗ୍ରିକ, ସମୁଚ୍ଚିତ ଓ ଦୀର୍ଘସ୍ଥାୟୀ ଶାନ୍ତି ଆବଶ୍ୟକ ବୋଲି ‘ଜି୨୦’ ନୂଆଦିଲ୍ଲୀ ନେତାମାନେ ଉକ୍ତ ଘୋଷଣାନାମାରେ ଉଲ୍ଲେଖ କରିଛନ୍ତି। ଏହାଛଡ଼ା, ଆଣବିକ ଅସ୍ତ୍ର ପ୍ରୟୋଗ ଏବଂ ପ୍ରୟୋଗ ଲାଗି ଧମକ ଅଗ୍ରହଣୀୟ ବୋଲି ସଭିଏ ଏକମତ ହୋଇଛନ୍ତି।
Follow Us