ନୂଆଦିଲ୍ଲୀ: ରୁଷୀୟ ଆକ୍ରମଣର ୩୩ ଦିନରେ ୟୁକ୍ରେନ୍ର ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ଅଧିକ ସାହସ ପ୍ରଦର୍ଶନ କରିବା ପାଇଁ ପୁଣି ଥରେ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କୁ ପ୍ରବର୍ତ୍ତାଇଛନ୍ତି।
ରୁଷ୍ ୟୁକ୍ରେନ୍ର ବିଭାଜନ ଚାହୁଁଛି ବୋଲି କହିବା ସହିତ ରୁଷୀୟ ସେନାର ମୁକାବିଲା ଲାଗି ଅଧିକ କମାଣ, ଲଢୁଆ ବିମାନ ଏବଂ କ୍ଷେପଣାସ୍ତ୍ର ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି।
ରବିବାର ଦିନ ୟୁକ୍ରେନ୍ର ‘ଚିଫ୍ ଡିଫେନ୍ସ୍ ଇଣ୍ଟେଲିଜେନ୍ସ୍’ କିରିଲୋ ବୁଦାନୋଭ୍ କହିଛନ୍ତି, ଉତ୍ତର ଓ ଦକ୍ଷିଣ କୋରିଆ ପରି ୟୁକ୍ରେନ୍କୁ ବିଭାଜନ କରିବାକୁ ଚାହୁଁଛି। ଏ କଥା ବିଶ୍ବାସ କରିବାର କାରଣ ମଧ୍ୟ ରହିଛି। ତାହା ହେଲା ରୁଷ୍ ଆମ ଦେଶର ଅଧିକୃତ ଏବଂ ଅନଧିକୃତ ଅଞ୍ଚଳ ମଧ୍ୟରେ ବିଭାଜନ ରେଖା ଟାଣିପାରେ।
Image Courtesy of The Eagle-Tribuneସେହିପରି ମସ୍କୋ ପ୍ରତି ପାଶ୍ଚାତ୍ୟ ରାଷ୍ଟ୍ରମାନେ ଭୟଭୀତ ଥିବା ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସ୍କିଙ୍କର ସନ୍ଦେହ ହେଉଛି। ରୁଷ୍ ସେନା ସହ ମୁକାବିଲା କରିବା ଲାଗି ସେ ସେମାନଙ୍କୁ କମାଣ, ଲଢୁଆ ବିମାନ ଏବଂ କ୍ଷେପଣାସ୍ତ୍ର ଦେବାକୁ ଅନୁରୋଧ କରିଛନ୍ତି।
Image Courtesy of India Todayତେଣେ, ପଶ୍ଚିମାଞ୍ଚଳ ୟୁକ୍ରେନୀୟ ନଗରୀ ଲିଭିଭ୍ରେ ଥିବା ସାମରିକ ଘାଟିଗୁଡ଼ିକ ଉପରେ ରୁଷ୍ ସୁନିଦ୍ଦିଷ୍ଟ ଲକ୍ଷ୍ୟଭେଦୀ କ୍ରୁଜ୍ କ୍ଷେପଣାସ୍ତ୍ର ପ୍ରୟୋଗ କରୁଛି ବୋଲି ରବିବାର ଦିନ ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।
ସପେଟେ, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କୁ ‘କଂସେଇ’ ଏବଂ ‘ସେ କ୍ଷମତାରେ ରହିପାରିବେ ନାହିଁ’ ବୋଲି କହିବା ପରେ ଫରାସୀ ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନ୍ କଥା ଓ କାର୍ଯ୍ୟରେ ସଂଯମ ରକ୍ଷା କରିବାକୁ ସମସ୍ତଙ୍କୁ କହିଛନ୍ତି।
Follow Us