Image Courtesy of Reuters
କିବ୍: ୟୁକ୍ରେନ୍ ସେନାର ଗୁଇନ୍ଦା ମୁଖ୍ୟଙ୍କ ସ୍ତ୍ରୀଙ୍କୁ ବିଷ ଦିଆଯାଇଛି ଏବଂ ସେ ଡାକ୍ତରଖାନାରେ ଚିକିତ୍ସାଧୀନା ଥିବା କଥା ମଙ୍ଗଳବାର ଦିନ ଜଣେ ଗୁଇନ୍ଦା ମୁଖପାତ୍ର ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ କହିଛନ୍ତି।
୨୦୨୨ ଫେବ୍ରୁଆରିରେ ରୁଷ୍ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ସମୟରୁ ୟୁକ୍ରେନ୍ ସେନାର ଗୁଇନ୍ଦା ଏଜେନ୍ସି ‘ଜିୟୁଆର୍’ର ନେତୃତ୍ବ ନେଉଥିବା କିରିଲୋ ବୁଦାନୋଭ୍ ରୁଷୀୟ ସେନା ବିପକ୍ଷରେ ଗୋପନ ଅଭିଯାନ ଚଳାଇ ଆସୁଛନ୍ତି। ତାଙ୍କ ସ୍ତ୍ରୀ ମାରିଆନା ବୁଦାନୋଭା ବିଷକ୍ରିୟାରେ ଅସୁସ୍ଥ ହୋଇପଡ଼ିଛନ୍ତି।
‘ଜିୟୁଆର୍’ର ମୁଖପାତ୍ର ଆଣ୍ଡ୍ରିୟି ୟୁସୋଭ୍ ‘ରଏଟର୍ସ’କୁ କହିଛନ୍ତି, ହଁ, ଏ ସୂଚନାକୁ ମୁଁ ସୁନିଶ୍ଚିତ କରୁଛି। ଦୁର୍ଭାଗ୍ୟକୁ ସୂଚନାଟି ସତ୍ୟ। କେବଳ ସେ ନୁହନ୍ତି, ‘ଜିୟୁଆର୍’ର ଅନ୍ୟ କେତେକ ଅଧିକାରୀଙ୍କଠାରେ ବି ସାମାନ୍ୟ ବିଷକ୍ରିୟା ଲକ୍ଷଣ ଦେଖାଦେଇଥିଲା।
Image Courtesy of BBCମାରିନିଆ ବୁଦାନୋଭାଙ୍କୁ ବିଷ ଦିଆଯାଇଥିବା କଥା ପ୍ରଥମେ ୟୁକ୍ରେନ୍ ସମ୍ବାଦପତ୍ର ସବୁ ରିପୋର୍ଟ କରିଥିଲେ।
‘ବାବେଲ୍’ ନାମରେ ଏକ ସମ୍ବାଦପତ୍ର ଅଜ୍ଞାତସୂତ୍ରରୁ ତଥ୍ୟ ସଂଗ୍ରହ କରି ରିପୋର୍ଟ କରିଥିଲା ଯେ, ଦୁଦାନୋଭା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ବିଷକ୍ରିୟାରୁ ସୁସ୍ଥ ହେବା ଚିକିତ୍ସାର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି।
ଅଜ୍ଞାତସୂତ୍ରରୁ ‘ୟୁକ୍ରେନ୍ସ୍କା ପ୍ରଭ୍ଦା’ ନାମରେ ଆଉ ଏକ ସମ୍ବାଦପତ୍ର ରିପୋର୍ଟ କରିଛି ଯେ, ଖାଦ୍ୟରେ ବିଷ ଦିଆଯାଇଥିବା ପରି ମନେହେଉଛି।
ରୁଷ୍ ଉପରେ କରାଯାଉଥିବା ପ୍ରତିଆକ୍ରମଣର ମାଷ୍ଟର୍ମାଇଣ୍ଡ୍ ଗୁଇନ୍ଦା ମୁଖ୍ୟ ବୁଦାନୋଭ୍ ବୋଲି କହି ୟୁକ୍ରେନ୍ ଓ ପାଶ୍ଚାତ୍ୟ ରାଷ୍ଟ୍ର ସବୁ ତାଙ୍କର ପ୍ରଶଂସା କରୁଥିବା ବେଳେ ରୁଷ୍ ଗଣମାଧ୍ୟମ ତାଙ୍କର ନିନ୍ଦାଗାନ କରୁଛି। ୩୭ ବର୍ଷିୟ ବୁଦାନୋଭାଙ୍କୁ ହତ୍ୟା କରିବା ପାଇଁ ମଧ୍ୟ କେତେ ଥର ଟାର୍ଗେଟ୍ କରାଗଲାଣି। ଏଥିପାଇଁ ଥରେ କାର୍ ବମିଙ୍ଗ୍ ମଧ୍ୟ କରାଯାଇଥିଲା।
Follow Us