Image Courtesy of The Guardian
ନୂଆଦିଲ୍ଲୀ: ରୁଷ୍ ସେନା ୟୁକ୍ରେନ୍ର ପୂର୍ବାଞ୍ଚଳ ଆଡ଼କୁ ଯିବାରୁ ୟୁକ୍ରେନ୍ ସେନା ରାଜଧାନୀ କିବ୍ ଓ ତା’ର ଚର୍ତୁପାର୍ଶ୍ବସ୍ଥ ଅଞ୍ଚଳକୁ ସମ୍ପୂର୍ଣ୍ଣ ଅକ୍ତିଆର୍ କରିଥିବା କଥା ଶନିବାର ଦିନ ୟୁକ୍ରେନ୍ ଦାବି କରିଛି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି।
ୟୁକ୍ରେନୀୟ ସରକାରୀ ଅଧିକାରୀମାନେ କହିଛନ୍ତି, ଚଳିତ ସପ୍ତାହରେ ସେ ଅଞ୍ଚଳରୁ ରୁଷୀୟ ସେନା ଅପସରି ଯିବା ପରଠାରୁ କିବ୍ ଚାରିପଟେ ଥିବା ୩୦ରୁ ଅଧିକ ନଗରୀ ଓ ଗାଁ ଆମ ସୈନିକାମାନେ ଅକ୍ତିଆର କରିନେଇଛନ୍ତି।
ଫେସ୍ବୁକ୍ରେ ୟୁକ୍ରେନ୍ର ଉପ-ପ୍ରତିରକ୍ଷା ମନ୍ତ୍ରୀ ହାନ୍ନା ମାଲୟାର୍ ଲେଖିଛନ୍ତି, ଆକ୍ରମଣକାରୀଙ୍କ କବଳରୁ ସମ୍ପୂର୍ଣ୍ଣ କିବ୍ ଅଞ୍ଚଳକୁ ସ୍ବାଧୀନ କରାଯାଇଛି।
କିନ୍ତୁ, ଏଭଳି ଦାବି ଉପରେ ରୁଷ୍ କୌଣସି ମନ୍ତବ୍ୟ ଦେଇନାହିଁ। ‘ରଏଟର୍ସ’ ମଧ୍ୟ ଉକ୍ତ ଦାବିକୁ ପରଖି ନାହିଁ।
Image Courtesy of India TVଏହାଛଡ଼ା, ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କ ମଧ୍ୟରେ ତୁର୍କୀରେ ଶାନ୍ତି ଆଲୋଚନା ପ୍ରସ୍ତାବ ରହିଛି।
ତେଣେ, ୟୁକ୍ରେନୀୟ ସଶସ୍ତ୍ରବାହିନୀ ଦାବି କରିଛି ଯେ, ଶନିବାର ଦିନ ସେମାନେ ରୁଷୀୟ ବିମାନ ଓ କ୍ଷେପଣାସ୍ତ୍ର ଆକ୍ରମଣକୁ ନିଃଶେଷ କରିଦେଇଛନ୍ତି। କିନ୍ତୁ, ସେମାନେ କହୁଛନ୍ତି ଯେ, କିବ୍ ଅଞ୍ଚଳରୁ ଫେରୁଥିବା ରୁଷୀୟ ସୈନିକମାନେ ମାଇନ୍ ବିଛାଇ ଯାଉଛନ୍ତି।
ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ କହିଛି ଯେ, ସେମାନେ ନିକ୍ଷେପ କରିଥିବା କ୍ଷେପଣାସ୍ତ୍ର ପୋଲ୍ତାଭା ଏବଂ ଡିନିପ୍ରୋରେ ଥିବା ୟୁକ୍ରେନ୍ର ସାମରିକ ବିମାନ ଘାଟିକୁ ଅକ୍ଷମ କରି ପକାଇଛି। ପରେ ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା ଦେଇ କହିଛି ଯେ, ସମଗ୍ର ୟୁକ୍ରେନ୍ରେ ତା’ର ସୈନିକମାନେ ୨୮ଟି ୟୁକ୍ରେନୀୟ ସାମରିକ ଘାଟି ଓ ୨ଟି ଅସ୍ତ୍ରାଗାର ଉପରେ ଆକ୍ରମଣ କରି ସବୁକୁ ନଷ୍ଟ କରିଦେଇଛନ୍ତି।
Follow Us