ତେଲ ଟାଙ୍କି, ଖାଦ୍ୟ ଗୋଦାମକୁ ଧ୍ୱଂସ କରୁଛି ରୁଷ; ସହାୟତା ନମିଳିଲେ ସବୁକିଛି ଧ୍ୱଂସ ହେବ: ଜେଲେନ୍‌ସ୍କି

Advertisment
ତେଲ ଟାଙ୍କି, ଖାଦ୍ୟ ଗୋଦାମକୁ ଧ୍ୱଂସ କରୁଛି ରୁଷ; ସହାୟତା ନମିଳିଲେ ସବୁକିଛି ଧ୍ୱଂସ ହେବ: ଜେଲେନ୍‌ସ୍କି

କିବ୍‌ : ରୁଷ-ୟୁକ୍ରେନ୍‌ ଯୁଦ୍ଧର ୩୨ ଦିନରେ ପରିସ୍ଥିତି ଅତି ଭୟାନକ ରହିଛି। ରୁଷ୍‌ ସେନାର ବୋମାବର୍ଷା ଓ କ୍ଷେପଣାସ୍ତ୍ର ମାଡ଼ରେ ୨୦ରୁ ଅଧିକ ସହର ଛାରଖାର ହୋଇଯାଇଥିବା ବେଳେ ଏବେ ଅତ୍ୟାବଶ୍ୟକ ଗୋଦାମ ଓ ସେବା ଯୋଗାଣକାରୀ ପ୍ରତିଷ୍ଠାନଗୁଡ଼ିକୁ ଧ୍ବଂସ କରିବା ପାଇଁ ରୁଷ୍‌ର ଆକ୍ରମଣ ଜାରି ରହିଛି। ତୈଳ ଡିପୋ, ଅସ୍ତ୍ରାଗାର ଏବଂ ଖାଦ୍ୟ ଡିପୋଗୁଡ଼ିକୁ ନଷ୍ଟ କରି ରୁଷ୍‌ ୟୁକ୍ରେନ୍‌କୁ ପୂରା ଦୟନୀୟ କରିବାକୁ ଚାହୁଛି ବୋଲି ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନ୍‌ସ୍କି କହିଛନ୍ତି। ମାରିୟୁପୋଲ, ଚେର୍ଣ୍ଣିହିଭ୍, ଖାର୍‌କିଭ ଏବଂ ଓେଡ଼ଶାରେ ଥିବା ତୈଳ ଡିପୋ ଏବଂ ଅସ୍ତ୍ରାଗାର ସବୁ ଧ୍ବଂସ ପାଇଯାଇଛି। ପଶ୍ଚିମ ରାଷ୍ଟ୍ରମାନେ ଯଦି ତୁରନ୍ତ ଅସ୍ତ୍ର ଓ ମାନବୀୟ ସହାୟତା ଯୋଗାଇ ନଦେବେ ତା’ହେଲେ ସବୁକିଛି ଅନ୍ଧକାର ଭିତରକୁ ଚାଲିଯିବ ବୋଲି ଜେଲେନ୍‌ସ୍କି କହିଛନ୍ତି।

ଖାରକିଭ୍‌ ପରମାଣୁ କେନ୍ଦ୍ର ଉପରେ ପୁଣି ଆକ୍ରମଣ
ବିଭିନ୍ନ ସହରରେ କ୍ଷେପଣାସ୍ତ୍ର ମାଡ଼ ଜାରି

publive-image www1.cbn.com

ଗତରାତିରେ ବାଇଡେନ୍‌ ପଡ଼ୋଶୀ ପୋଲାଣ୍ଡ ଛାଡ଼ିବା ମାତ୍ରେ ରୁଷ୍‌ ସୀମାବର୍ତ୍ତୀ ସହର ଲଭିବ୍‌ ଉପରେ ଯେଭଳି ପ୍ରଚଣ୍ଡ ଆକ୍ରମଣ କଲା ତାହା ପଶ୍ଚିମ ରାଷ୍ଟ୍ରମାନଙ୍କ ପାଇଁ ଏକ କଡ଼ା ଚେତାବନୀ ବୋଲି ଜେଲେନ୍‌ସ୍କି କହିଛନ୍ତି। ଲଭିବ୍‌ରେ ବିମାନ ବନ୍ଦର ଓ ଅନ୍ୟ ପ୍ରତିଷ୍ଠାନଗୁଡ଼ିକୁ ନଷ୍ଟ କରି ରୁଷ୍‌ ସହାୟତା ଯୋଗାଣର ବାଟ ବନ୍ଦ କରୁଛି। ପଶ୍ଚିମ ରାଷ୍ଟ୍ରମାନଙ୍କୁ ଆମେ ସହାୟତା ମାଗି ମାଗି ଥକିଗଲୁଣି। ରୁଷ୍‌ ବିରୋଧରେ କିଛି ପଦକ୍ଷେପ ନେବାକୁ ସେମାନେ ସାହସ ଜୁଟାଇ ପାରୁନାହାନ୍ତି। ରୁଷ୍‌ ସେନା ବିଭିନ୍ନ ସହରରେ ଏବେ ୟୁକ୍ରେନ୍‌ର ସାହିତ୍ୟ ଓ ସଂସ୍କୃତିକୁ ନଷ୍ଟ କରିବା ପାଇଁ ମଧ୍ୟ ଅଭିଯାନ ଜାରି ରଖିଛି ବୋଲି ସେ ଅଭିଯୋଗ କରିଛନ୍ତି।

publive-image cer.eu

ଖାରକିଭ୍‌ ସ୍ଥିତ ପରମାଣୁ କେନ୍ଦ୍ର ଉପରେ ରବିବାର ଦିନ ରୁଷ୍‌ ସେନା ପୁଣି ଆକ୍ରମଣ କରିଛି। ପରମାଣୁ କେନ୍ଦ୍ର ଉପରକୁ ଗୋଳା ମାଡ଼ କରାଯାଇଛି ପରମାଣୁ ପର୍ଯ୍ୟବେକ୍ଷଣ ସଂସ୍ଥା କହିଛି। ଏଭଳି କରି ରୁଷ୍‌ କିଛି ବଡ଼ ଅନର୍ଥ ଘଟାଇବାକୁ ଚାହୁଛି ବୋଲି ଆଶଙ୍କା ପ୍ରକାଶ ପାଇଛି। ପଶ୍ଚିମରେ ଡୋନେସ୍କ ଏବଂ ଲୁହାନ୍ସ ଅଂଚଳକୁ ସ୍ବାଧୀନ ଘୋଷଣା ପରେ ସେଠାରେ ରୁଷ୍‌ ୟୁକ୍ରେନ୍‌କୁ ସଂପୂର୍ଣ୍ଣ ପ୍ରଭାବହୀନ କରିଦେଇଛି। ଏଭଳି ସ୍ଥିତିରେ ସେଠାରେ ଗଣଭୋଟ୍‌ ଦ୍ବାରା ଜନସାଧାରଣ ରୁଷ୍‌ରେ ସାମିଲ ହେବାକୁ ଚାହୁଛନ୍ତି। ତେବେ ଏଭଳି ନକରିବା ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଆଜି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe