ୟୁକ୍ରେନ୍‌ ଯୁଦ୍ଧ: ସପ୍ତାହକରେ ୭୦ ଲକ୍ଷ ବିସ୍ଥାପିତ

Advertisment

ଅସ୍ତ୍ର ଯୋଗାଉଥିବା ପଶ୍ଚିମ ରାଷ୍ଟ୍ରଙ୍କୁ ରୁଷ୍‌ର ଧମକ

ଅସ୍ତ୍ର ଯୋଗାଉଥିବା ପଶ୍ଚିମ ରାଷ୍ଟ୍ରଙ୍କୁ ରୁଷ୍‌ର ଧମକ

ୟୁକ୍ରେନ୍‌ ଯୁଦ୍ଧ: ସପ୍ତାହକରେ ୭୦ ଲକ୍ଷ ବିସ୍ଥାପିତ

କିବ୍‌ : ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ୧୦୦ ଦିନ ପୂରିଥିବା ବେଳେ ରୁଷ୍‌ ଆଜି ଏକ ବଡ଼ ଘୋଷଣା କରିଛି । ସବୁ ଲକ୍ଷ୍ୟ ହାସଲ ହେବାଯାଏଁ ରୁଷ୍‌ ୟୁକ୍ରେନ୍‌ରେ ଏହାର ସାମରିକ ଅପରେସନ୍‌ ଜାରି ରଖିବ ବୋଲି କ୍ରେମଲିନ ମୁଖପାତ୍ର ମିଟ୍ରି ପେସକଭ କହିଛନ୍ତି। ଡୋନବାସ୍‌ରେ ରୁଷ୍‌ ଆକ୍ରମଣ ଜୋରଦାର କରିଛି। ତେବେ ରୁଷ୍‌ର ୫ଟି ବଡ଼ ଆକ୍ରମଣକୁ ୟୁକ୍ରେନ୍‌ ବିଫଳ କରିଦେଇଥିବା ୟୁକ୍ରେନ୍‌ ଜଏଣ୍ଟ୍‌ ଟାସ୍କ ଫୋର୍ସ‌୍ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷେ ୟୁକ୍ରେନ୍‌ ଯୁଦ୍ଧ ପାଇଁ କେବଳ ମେ’ ଶେଷ ସପ୍ତାହରେ ୭୦ ଲକ୍ଷ ଲୋକ ଦେଶ ମଧ୍ୟରେ ବିସ୍ଥାପିତ ହୋଇଛନ୍ତି। ରୁଷ୍‌ ଗୋଟିଏ ପରେ ଗୋଟିଏ ସହର ଦଖଲ କରିବା ଏବଂ ବୋମାବର୍ଷା କରି ସବୁକିଛି ଛାରଖାର କରୁଥିବାରୁ ଏଭଳି ସ୍ଥିତି ଉପୁଜିଛି। ଫେବ୍ରୁଆରି ୨୪ ପରଠାରୁ ୫୦ ଲକ୍ଷରୁ ଅଧିକ ଲୋକ ୟୁରୋପୀୟ ରାଷ୍ଟ୍ରମାନଙ୍କୁ ଚାଲି ଯାଇଛନ୍ତି। ଇତିମଧ୍ୟରେ ରୁଷ୍‌ ଆଜି ପଶ୍ଚିମ ରାଷ୍ଟ୍ରମାନଙ୍କୁ କଡ଼ା ଚେତାବନୀ ଦେଇଛି।

ଆମେରିକା ଏବଂ ଜର୍ମାନୀ ସହିତ ତାଳ ଦେଇ ବ୍ରିଟେନ୍‌ ମଧ୍ୟ ଗତକାଲି କହିଲା ଯେ ଏହା ୟୁକ୍ରେନ୍‌କୁ ମିଡିୟମ୍‌ ରେଂଜ ରକେଟ୍‌ ସିଷ୍ଟମ୍‌ ପଠାଇବ। ରୁଷ୍‌ ଏହାକୁ କଡ଼ା ବିରୋଧ କରିଛି। ୟୁକ୍ରେନ୍‌କୁ ପଶ୍ଚିମ ରାଷ୍ଟ୍ରମାନେ ଅସ୍ତ୍ର ‌ଯୋଗାଣ ବୃଦ୍ଧି କରି ସାଂଘାତିକ ବିପଦକୁ ଆମନ୍ତ୍ରଣ କରୁଛନ୍ତି ବୋଲି ରୁଷ୍‌ କହିଛି। ପଶ୍ଚିମ ରାଷ୍ଟ୍ରର ଅସ୍ତ୍ର ଯୋଗାଣ ଦ୍ବାରା ୟୁକ୍ରେନ୍‌ରେ ଆହୁରି ବଡ଼ ବିପର୍ଯ୍ୟୟ ଆସିବ ବୋଲି ରୁଷ୍‌ କହିଛି। ଇତି ମଧ୍ୟରେ ରୁଷ୍‌ ସେଭେରୋଡୋନେସ୍କରେ ଲଗାତାର ଆକ୍ରମଣ ଜାରି ରଖିଛି। ବ୍ରିଟେନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ ରୁଷ୍‌ ସେଭେରୋଡୋନେକ୍ସର ପ୍ରାୟ ସବୁ ଅଂଚଳକୁ ଦଖଲକୁ ନେଇ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe