ରୁଷ୍‌ ବର୍ବରତାକୁ ବିଶ୍ବ ସାମ୍ନାକୁ ଆଣିବ ୟୁକ୍ରେନ୍‌: ୪୪୫ ଗଣ କବର ଠାବ

Advertisment
ରୁଷ୍‌ ବର୍ବରତାକୁ ବିଶ୍ବ ସାମ୍ନାକୁ ଆଣିବ ୟୁକ୍ରେନ୍‌: ୪୪୫ ଗଣ କବର ଠାବ

କିବ୍‌  : ପୂର୍ବ ୟୁକ୍ରେନ୍‌ ସହର‌ ଇଜିୟମରେ ୟୁକ୍ରେନ୍‌ ୪୪୫ଟି ଗଣ କବର ଠାବ କରିଛି। ରୁଷ୍‌ ଗତ ଏପ୍ରିଲରେ ଇଜିୟମରେ ଆକ୍ରମଣ କରିଥିଲା। ଏହି ସ୍ଥାନରୁ ରୁଷ୍‌ ଏହାର ସୈନ୍ୟବାହିନୀଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ଯୋଗାଣ କରୁଥିଲା। ତେବେ ଗତ କିଛିଦିନ ହେବ ୟୁକ୍ରେନର ଜରୁରୀ ସେବା କର୍ମୀମାନେ ଗୁପ୍ତ ଭାବେ ଉକ୍ତ ଅଞ୍ଚଳରେ ଥିବା ଜଙ୍ଗଲରେ ଖନନ କରି ଅନେକ ଗଣ କବର ଠାବ କରିଛନ୍ତି।

ଖାରକିଭର ଜଣେ ଅଧିକାରୀ କହିଛନ୍ତି, ରୁଷ୍‌ ଏଠାରେ ଯୁଦ୍ଧ ଅପରାଧ କରିଛି ଏବଂ ଏଥିରେ କୌଣସି ସନ୍ଦେହ ନାହିଁ। ରୁଷ୍‌ ପାଇଁ ଉକ୍ତ ଅଞ୍ଚଳରେ ପ୍ରାୟ ସ‌ମସ୍ତେ ପ୍ରାଣ ହରାଇଛନ୍ତି। କିଛି ଲୋକଙ୍କୁ ହତ୍ୟା କରାଯାଇଛି ଏବଂ କିଛି ଲୋକଙ୍କୁ ନିର୍ଯାତନା ଦିଆଯାଇଛି। ଅଧିକାରୀମାନେ କହିଛନ୍ତି ଗୋଟିଏ କବରରୁ ପ୍ରାୟ ୨୦ ସୈନିକଙ୍କ ମୃତଦେହ ମିଳିଛି। ସେମାନଙ୍କ ହାତ ବନ୍ଧାଯାଇଛି। ୟୁକ୍ରେନ୍‌ ରୁଷ୍‌ର ଏଭଳି ବର୍ବରତାକୁ ସମଗ୍ର ବିଶ୍ବ ସାମ୍ନାକୁ ଆଣିବ। ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି କହିଛନ୍ତି, ୟୁକ୍ରେନ ଏବଂ ଅନ୍ତର୍ଜାତୀୟ ସାମ୍ବାଦିକମାନେ ରୁଷ୍‌ର ବର୍ବରତାକୁ ସମଗ୍ର ବିଶ୍ବ ସାମ୍ନାକୁ ଆଣିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe