ରୁଷ୍ ୟୁକ୍ରେନ୍କୁ ଜିଣିପାରିବ ନାହିଁ: ଜୋ ବାଇଡେନ୍

ରୁଷ୍ ୟୁକ୍ରେନ୍କୁ ଜିଣିପାରିବ ନାହିଁ: ଜୋ ବାଇଡେନ୍

Image Courtesy of NDTV

ୱାର୍‌ସଅ: ରୁଷ୍‌ ୟୁକ୍ରେନ୍‌କୁ ଜିଣିପାରିବ ନାହିଁ ବୋଲି ମଙ୍ଗଳବାର ଦିନ ପୋଲାଣ୍ଡ୍‌ରେ ଦେଇଥିବା ଭାଷଣରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି।

ମସ୍କୋର ୟୁକ୍ରେନ୍‌ ଆକ୍ରମଣର ପ୍ରଥମ ବାର୍ଷିକୀ ଅବ୍ୟବହିତ ପୂର୍ବରୁ ଗତକାଲି ଦେଇଥିବା ଉଦ୍‌ବୋଧନରେ ରାଷ୍ଟ୍ରପତି ବାଇଡେନ୍‌ କହିଛନ୍ତି, ସାମ୍ରାଜ୍ୟ ପୁନର୍ଗଠନ ନିମନ୍ତେ ବଦ୍ଧପରିକର ଏକଚ୍ଛତ୍ରବାଦୀ କଦାପି ଜନତାଙ୍କର ସ୍ବାଧୀନତା ଲାଗି ଥିବା ଶ୍ରଦ୍ଧା ପୂରଣ କରିବାରେ ସମର୍ଥ ହେବନାହିଁ। ବର୍ବରତା କଦାପି ମୁକ୍ତିର ଇଚ୍ଛାକୁ ଦମନ କରିପାରିବ ନାହିଁ।

ୟୁକ୍ରେନ୍‌ କଦାପି ରୁଷ୍‌ ପାଇଁ ବିଜୟମଣ୍ଡିତ ହେବନାହିଁ, କଦାପି ନୁହେଁ ବୋଲି ରାଷ୍ଟ୍ରପତି ବାଇଡେନ୍‌ ରୟାଲ୍‌ କ୍ୟାସେଲ୍‌ ବାହାରେ ସମବେତ ହଜାର ହଜାର ଜନସାଧାଣଙ୍କୁ କହିଛନ୍ତି।

କିବ୍‌ ଅଟଳ ‌ରହିଛି, କିବ୍‌ ସଗର୍ବ ଦଣ୍ଡାୟମାନ ରହିଛି, ଆତ୍ମବିଶ୍ବାସର ସହ ଠିଆ ହୋଇଛି ଏବଂ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କିବ୍‌ କାହା ଉପରେ ନିର୍ଭର ନ କରୁନାହିଁ।

publive-image Image Courtesy of India Today

ଏହାଛଡ଼ା, ବାଇଡେନ୍‌ ମଙ୍ଗଳବାର ଦିନ ରୁଷ୍‌ ରାଷ୍ଟ୍ରପତି ଦେଇଥିବା ପାଶ୍ଚାତ୍ୟରାଷ୍ଟ୍ର ବିରୋଧୀ ଭାଷଣର ବି ପ୍ରତ୍ୟୁତ୍ତର ଦେଇଛନ୍ତି। ସେ କହିଛନ୍ତି, ଆଜି ପୁଟିନ୍‌ଙ୍କ କହିବା ଅନୁସାରେ, ପାଶ୍ଚାତ୍ୟ ରାଷ୍ଟ୍ର ରୁଷ୍‌ ଆକ୍ରମଣ କରିବା ଲାଗି ଷଡ଼ଯନ୍ତ୍ର କରୁନାହିଁ। ପଡ଼ୋଶୀମାନଙ୍କ ସହିତ ଶାନ୍ତିରେ ରହିବାକୁ ଚାହୁଁଥିବା କୋଟି କୋଟି ରୁଷୀୟ ନାଗରିକମାନେ ଶତ୍ରୁ ନୁହନ୍ତି।

କିନ୍ତୁ, ପାଶ୍ଚାତ୍ୟ ରାଷ୍ଟ୍ର ୟୁକ୍ରେନ୍‌କୁ ସମର୍ଥନ କରିବା ଉପରେ ବାଇଡେନ୍‌ ଗୁରୁତ୍ବାରୋପ କରି କହିଛନ୍ତି, ୟୁକ୍ରେନ୍‌ ପ୍ରତି ଆମର ସମର୍ଥନ ପ୍ରତ୍ୟାହୃତ ହେବ ନାହିଁ, ନାଟୋ ବିଭାଜନ ହେବନାହିଁ ଏବଂ ଆମେ କ୍ଳାନ୍ତ ହୋଇପଡ଼ିବୁ ନାହିଁ। ଏକଥା ଉପରେ ସନ୍ଦେହ କରିବା ଅନୁଚିତ।

ପୁଟିନ୍‌ ଭାବି‌ଥିଲେ, ତାଙ୍କ ଭଳି ସ୍ବେଚ୍ଛାଚାରୀମାନେ କଠୋର ଏବଂ ଗଣତନ୍ତ୍ରର ନେତାମାନେ ନରମା। କିନ୍ତୁ, ସେ ଆମେରିକାର ଓ ଅନ୍ୟ ରାଷ୍ଟ୍ରମାନଙ୍କର ଦୃଢ଼ ଅଭେଦ୍ୟ ଇଚ୍ଛା ହାବୁଡ଼ରେ ପଡ଼ିଛନ୍ତି। ଦୁନିଆକୁ ଭୟଦ୍ବାରା ଶାସନ କରାଯିବ ବୋଲି ଏଭଳି ଦୃଢ଼ ଇଚ୍ଛାଧାରୀ ଦେଶମାନେ ବିଶ୍ବାସ କରନ୍ତି ନାହିଁ।

ଉଲ୍ଲେଖଯୋଗ୍ୟ, ଗତ ୧୨ ମାସ ମଧ୍ୟରେ ଏହାଥିଲା ବାଇଡେନ୍‌ଙ୍କ ଦ୍ବିତୀୟ ପୋଲାଣ୍ଡ୍‌ ଗସ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe