ମସ୍କୋ ଉପରେ ୟୁକ୍ରେନର ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ

ମସ୍କୋ ଉପରେ ୟୁକ୍ରେନର ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ

ମସ୍କୋ: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ ଏହା ଚରମ ସ୍ଥିତିରେ ପହଞ୍ଚିଛି। କ୍ରମାଗତ ଆକ୍ରମଣ ଯୋଗୁ ଉଭୟ ଦେଶ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ସମୟରେ, ଖବର ଆସିଛି ଯେ ରୁଷିଆର ରାଜଧାନୀ ମସ୍କୋ ଉପରେ ୟୁକ୍ରେନ ସବୁଠାରୁ ବଡ଼ ଡ୍ରୋନ୍ ଆକ୍ରମଣ କରିଛି। ତେବେ ରୁଷିଆର ସେନା ସାହସର ସହିତ ଏହାର ମୁକାବିଲା କରି ଡ୍ରୋନ୍‌କୁ ଗୁଳି କରି ଖସାଇ ‌ଦେଇଛନ୍ତି।

ବୁଧବାର ଦିନ ମସ୍କୋ ଉପରେ ୟୁକ୍ରେନ ଦ୍ବାରା ୧୧ ଡ୍ରୋନ୍ ଆକ୍ରମଣ କରାଯାଇଥିଲା। ଏହାକୁ ରୋକିବା ପାଇଁ ରୁଷିଆ ‌ସେନା ପକ୍ଷରୁ ଗୁଳି ଚାଳନା କରାଯାଇଥିଲା। ଏହି ଆକ୍ରମଣ ପରେ ରୁଷିଆର ଅଧିକାରୀମାନେ କହିଛନ୍ତି ଯେ ଫେବୃଆରୀ ୨୦୨୨ରେ ୟୁକ୍ରେନ ସହିତ ଯୁଦ୍ଧ ଆରମ୍ଭ ହେବା ପରଠାରୁ ମସ୍କୋ ଉପରେ ଏହା ହେଉଛି ସବୁଠାରୁ ବଡ ଡ୍ରୋନ୍ ଆକ୍ରମଣ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମସ୍କୋ ମେୟର ସର୍ଗେଇ ସୋବିୟାନିନ ସୂଚନା ଦେଇଛନ୍ତି ପୋଡୋଲସ୍କ ସହର ଉପରେ କିଛି ଡ୍ରୋନ୍‌କୁ ନଷ୍ଟ କରାଯାଇଥିଲା। ସୋବିୟାନିନ୍ କହିଛନ୍ତି ଯେ ଡ୍ରୋନ୍ ବ୍ୟବହାର କରି ମସ୍କୋ ଉପରେ ଆକ୍ରମଣ କରିବା ଏପର୍ଯ୍ୟନ୍ତ ଏହା ୟୁକ୍ରେନର ସବୁଠାରୁ ବଡ଼ ପ୍ରୟାସ। ଏହି ଆକ୍ରମଣରେ କେହି ହତାହତ ହୋଇନାହାନ୍ତି ଏବଂ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ନାହିଁ।

ରୁଷି୍ରାର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ମସ୍କୋ ରାତିସାରା ୪୫ ୟୁକ୍ରେନ ଡ୍ରୋନ୍‌କୁ ଧ୍ୱଂସ କରିଦେଇଛି। ଏଥିରେ କୁହାଯାଇଛି ଯେ ମସ୍କୋ ଅଞ୍ଚଳରେ ୧୧ ଟି ଡ୍ରୋନ୍ ଧ୍ୱଂସ ହୋଇଛି, ବ୍ରାଇଂକ୍ସ ଅଞ୍ଚଳରେ ୨୩ ଟି ଡ୍ରୋନ୍, ବେଲଗୋରୋଡ୍ ଉପରେ ୬ ଟି, କାଲୁଗା ଉପରେ ତିନୋଟି ଏବଂ କୁର୍ସ ଅଞ୍ଚଳରେ ଦୁଇଟି ଡ୍ରୋନ୍ ଧ୍ୱଂସ ହୋଇଛି।

ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଡ୍ରୋନ୍‌ଗୁଡିକ ନଷ୍ଟ କରାଯାଉଥିବା କିଛି ରୁଷିଆର ସୋସିଆଲ ମିଡିଆ ଚ୍ୟାନେଲରେ ଦେଖିବାକୁ ମିଳିଛି। ବ୍ରାଇଂକ୍ସ ଅଞ୍ଚଳର ରାଜ୍ୟପାଳ ଆଲେକ୍ସଜାଣ୍ଡାର୍ ବୋଗୋମାଜୀ କହିଛନ୍ତି ଯେ ତାଙ୍କ ଅଞ୍ଚଳରେ ବଡ଼ ଆକ୍ରମଣ ହୋଇଛି, କିନ୍ତୁ ୨୩ଟି ଡ୍ରୋନ୍ ଧ୍ୱଂସ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe