ପୂର୍ବ ଓ ଦକ୍ଷିଣ ପ୍ରାନ୍ତରେ ନିର୍ଦ୍ଧାରଣ ହେବ ୟୁକ୍ରେନ୍‌ର ଜୟପରାଜୟ: ଜେଲେନ୍‌ସ୍କି

Advertisment
ପୂର୍ବ ଓ ଦକ୍ଷିଣ ପ୍ରାନ୍ତରେ ନିର୍ଦ୍ଧାରଣ ହେବ ୟୁକ୍ରେନ୍‌ର ଜୟପରାଜୟ: ଜେଲେନ୍‌ସ୍କି

Image Courtesy of India Today

ନୂଆଦିଲ୍ଲୀ: ରୁଷ୍‌ର ଲକ୍ଷ୍ୟ କ’ଣ ଜାଣିବା ପରେ ମଧ୍ୟ ପୂର୍ବ ଓ ଦକ୍ଷିଣ ପ୍ରାନ୍ତରେ ୟୁକ୍ରେନ୍‌ର ଜୟପରାଜୟ ନିର୍ଦ୍ଧାରଣ ହେବ ବୋଲି ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି କହିଛନ୍ତି। ପ୍ରାୟ ୨ ମାସ ଧରି ଚାଲିଥିବା ଯୁଦ୍ଧରେ ରୁଷ୍‌ ତା’ର ଲକ୍ଷ୍ୟ ପରିବର୍ତ୍ତନ କରି ୟୁକ୍ରେନ୍‌ର ପୂର୍ବାଞ୍ଚଳ ଓ ଦକ୍ଷିଣାଞ୍ଚଳ ଅଧିକାର କରିବାକୁ ଚାହୁଁଥିବା କଥା କହିଛି।

ଶୁକ୍ରବାର ଦିନ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି, ଆଇଜିୟୁମ୍‌ ଡିରେକ୍ସନ୍‌, ଡୋନ୍‌ବାସ୍, ଅଜୋଭ୍‌ ଉପକୂଳ, ମାରିୟୁପୋଲ୍‌, ଖେର୍ସୋନ୍‌ ଓବ୍ଲାଷ୍ଟ୍‌ ପ୍ରଭୃତି ସ୍ଥାନରେ ଏହି ଯୁଦ୍ଧର ଜୟପରାଜୟ ଆମ ଦେଶର ଭବିଷ୍ୟତ ନିର୍ଦ୍ଧାରଣ ହେବ।

ୟୁରୋପ୍‌ର ବାକି ଦେଶମାନଙ୍କୁ କଡ଼ା ଚେତାବନୀ ଦେଇ ଜେଲେନ୍‌ସ୍କି କହିଛନ୍ତି, ରୁଷ୍‌ର ୟୁକ୍ରେନ୍‌ ଆକ୍ରମଣ ଅୟମାରମ୍ଭ ମାତ୍ର। ଶେଷରେ ଅନ୍ୟ ଦେଶଗୁଡ଼ିକୁ ଦଖଲ କରିବା ପାଇଁ ଭ୍ଲାଦିମିର୍‌ ପୁଟିନ୍‌ ତାଙ୍କ ସେନାକୁ ନିର୍ଦେଶ ଦେବେ।

publive-image Image Courtesy of Newsweek

ଜେଲେନ୍‌ସ୍କି କହିଛନ୍ତି, ଆମ ଭଳି ମୃତ୍ୟୁ ଉପରେ ଜୀବନର ବିଜୟକୁ ବିଶ୍ବାସ କରୁଥିବା ଅନ୍ୟ ରାଷ୍ଟ୍ରମାନେ ଆମ ସହିତ ମିଶି ଯୁଦ୍ଧ କରିବା ଆବଶ୍ୟକ। ସେମାନେ ଆମକୁ ସାହାଯ୍ୟ କରିବା ଉଚିତ। କାରଣ, ଆମେ ହିଁ ପ୍ରଥମେ ଆକ୍ରମଣର ସରବ୍ୟ ହୋଇଛୁ। ଆମ ପରେ କାହାର ପାଳି ପଡ଼ିବ?

କେବଳ ପୂର୍ବ ୟୁକ୍ରେନ୍‌ ନୁହେଁ, ଦକ୍ଷିଣ ୟୁକ୍ରେନ୍‌ ମଧ୍ୟ ଆମ ନିୟନ୍ତ୍ରଣକୁ ନେବୁ ବୋଲି ରୁଷୀୟ ଜେନେରାଲ୍‌ ରୁସ୍ତମ୍‌ ମିନେକାୟେଭ୍‌ କହିବା ପରେ ଜେଲନ୍‌ସ୍କି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe