ନୂଆଦିଲ୍ଲୀ: ୟୁକ୍ରେନ୍ରେ ଚଳାଇଥିବା ଆକ୍ରମଣ ଅଭିଯାନରେ ରୁଷୀୟ ସୈନିକମାନେ ଦୁଷ୍କର୍ମ ଓ ଯୌନ ନିର୍ଯାତନାକୁ ‘ଅସ୍ତ୍ର’ରୂପେ ବ୍ୟହବାର କରୁଥିବା କଥା ୟୁକ୍ରେନ୍ର ‘ଫାଷ୍ଟ୍ଲେଡି’ ତଥା ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କ ପତ୍ନୀ ଓଲେନା ଜେଲେନ୍ସ୍କା କହିଛନ୍ତି ବୋଲି ବ୍ରିଟିସ୍ ଟେଲିଭିଜନ୍ ନିଉଜ୍ ଚାନେଲ୍ ‘ସ୍କାଏ ନିଉଜ୍’ ରିପୋର୍ଟ କରିଛି।
ଯୁଦ୍ଧ ସମୟରେ ‘ଯୌନହିଂସା’ ମୁକାବିଲା ଉପରେ ଲଣ୍ଡନରେ ଆୟୋଜିତ ଆନ୍ତର୍ଜାତିକ ସମ୍ମିଳନୀରେ ଉଦ୍ବୋଧନ ଦେବା ବେଳେ ଜେଲେନ୍ସ୍କା ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
୪୪ ବର୍ଷୀୟ ଜେଲେନ୍ସ୍କା ଆହୁରି ମଧ୍ୟ କହିଛନ୍ତି ଯେ, ୟୁକ୍ରେନୀୟ ମହିଳାଙ୍କ ସହିତ ଦୁଷ୍କର୍ମ କରିବା ଲାଗି ରୁଷୀୟ ସୈନିକଙ୍କ ପତ୍ନୀମାନେ ସେମାନଙ୍କୁ ଉତ୍ସାହ ଦେଉଛନ୍ତି।
ଫେବ୍ରୁଆରି ମାସରେ ରୁଷ୍ ଆରମ୍ଭ କରିଥିବା ଯୁଦ୍ଧରେ ଆକ୍ରମଣକାରୀମାନେ ବ୍ୟବସ୍ଥିତ ଏବଂ ସର୍ବସାଧାରଣରେ ଯୌନହିଂସା ଚାଲିଥିବା ବିଷୟରେ ଜେଲେନ୍ସ୍କା କହିଥିବା କଥା ‘ସ୍କାଏ ନିଉଜ୍’ କହିଛି।
Image Courtesy of Stylistସେ କହିଛନ୍ତି, କାହା ଉପରେ ନିୟନ୍ତ୍ରଣ ସାବ୍ୟସ୍ତ କରିବା ଲାଗି ଯୌନହିଂସା ହେଉଛି ନିଷ୍ଠୁରତମ ତଥା ସବୁଠୁ ପାଶବିକ ଉପାୟ। ଏବଂ ଯୁଦ୍ଧ ସମୟରେ କେହି ନିରାପଦ ମଣୁ ନ ଥିବାରୁ ଏଭଳି ହିଂସା ପ୍ରମାଣ କରିବା ପୀଡ଼ିତାମାନଙ୍କ ପକ୍ଷେ କଷ୍ଟକର।
ରୁଷୀୟ ସୈନିକ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ରଗୁଡ଼ିକ ମଧ୍ୟରେ ଏହା ହେଉଛି ଆଉ ଗୋଟାଏ ଉପକରଣ। ସେଥିପାଇଁ ସେମାନେ ଏହାକୁ ସୁବ୍ୟବସ୍ଥିତ ଓ ସର୍ବସାଧାଣରେ ପ୍ରୟୋଗ କରୁଛନ୍ତି ବୋଲି ସେ କହିଛନ୍ତି।
Image Courtesy of NDTVସେ ଆହୁରି ମଧ୍ୟ କହିଛନ୍ତି, ଆମେ ଜାଣିବାକୁ ପାଉଛୁ, ରୁଷୀୟ ସୈନିକମାନେ ଏ ବାବଦରେ ଖୁବ୍ ସ୍ପଷ୍ଟବାଦୀ। ଫୋନ୍ ଯୋଗେ ସେମାନେ ସେମାନଙ୍କ ଆତ୍ମୀୟଙ୍କୁ ଏ କଥା କହୁଥିବା ଆମେ ଟ୍ରାପିଙ୍ଗ୍ କରିଛୁ। ପ୍ରକୃତ କଥା ହେଲା, ରୁଷୀୟ ସୈନିକମାନଙ୍କ ପତ୍ନୀମାନେ ଦୁଷ୍କର୍ମ କରିବା ଲାଗି ଉତ୍ସାହ ଦେଉଛନ୍ତି। ସେମାନେ କହୁଛନ୍ତି, ଆଗେଇ ଚାଲ, ଏକଥା ଖାଲି ଆମ ସହିତ ସେୟାର୍ କଲେ ହେବ ନି, କହିଲେ ହେବନି, ସେ ୟୁକ୍ରେନୀୟ ମହିଳାମାନଙ୍କ ସହିତ ଦୁଷ୍କର୍ମ କର।
ତେଣୁ, ଏଥିପାଇଁ ବୈଶ୍ବିକ ପ୍ରତିବାଦ ଆବଶ୍ୟକ ବୋଲି ଜେଲେନ୍ସ୍କା କହିଛନ୍ତି।
Follow Us