Image Courtesy of NDTV
କିବ୍: ରୁଷୀୟ ଆକ୍ରମଣ ସମୟରୁ ଉତ୍ସର୍ଗୀକୃତ ସେବାକୁ ସ୍ବୀକୃତି ଜଣାଇ ରବିବାର ଦିନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ୟୁକ୍ରେନ୍ର ପ୍ରଖ୍ୟାତ ବୋମା ସନ୍ଧାନୀ ଶ୍ବାନ (କୁକୁର) ‘ପେଟ୍ରୋନ୍’ ଓ ତା’ର ମାଲିକଙ୍କୁ ପଦକ ଦେଇ ସମ୍ମାନିତ କରିଛନ୍ତି।
କ୍ଷୁଦ୍ରକାୟ ଜ୍ୟାକ୍ ରସେଲ୍ ପ୍ରଜାତିର କୁକୁର ‘ପେଟ୍ରୋନ୍’ ଫେବ୍ରୁଆରି ୨୪ରୁ ଆରମ୍ଭ ହୋଇଥିବା ଯୁଦ୍ଧ ସମୟରୁ ଏଯାବତ୍ ୨୦୦ରୁ ଅଧିକ ବିସ୍ଫୋରକର ସନ୍ଧାନ ଦେଇ ସେଗୁଡ଼ିକୁ ଅକାମିକା କରାଇବାରେ ସହାୟତା କରିବା ସହ ଦେଶପ୍ରେମୀ ଶ୍ବାନ ଭାବେ ପରିଚୟ ପାଇଛି।
Image Courtesy of The New York Timesକାନଡୀୟ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁଙ୍କ ସହିତ କିବ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜେଲେନ୍ସ୍କି ‘ପେଟ୍ରୋନ୍’ ଏବଂ ତା’ର ମାଲିକଙ୍କୁ ପୁରସ୍କୃତ କରିଥିଲେ। ସେତେବେଳେ ‘ପେଟ୍ରୋନ୍’ ଲାଞ୍ଜ ହଲାଇ ଭୁକିବାରୁ ଉପସ୍ଥିତ ଶ୍ରୋତାମାନେ ହସି ଉଠିଥିଲେ। କୁକୁର ପାଇଁ ସତେ ଯେମିତି କିଛି ଖୋଜୁଥିବା ଭଳି ଟ୍ରୁଡ୍ୟୁ ତାଙ୍କ ପକେଟ୍ରେ ହାତ ଥାପୁଡ଼ାଉ ଥିଲେ।
ସାମ୍ବାଦିକ ସମ୍ମିଳନୀ ପରେ ବିବୃତି ଦେଇ ଜେଲେନ୍ସ୍କି କହିଲେ, ପୋତା ଯାଇଥିବା ବୋମାରୁ ଆମ ଦେଶକୁ ମୁକ୍ତ କରୁଥିବା ୟୁକ୍ରେନୀୟ ବୀରମାନଙ୍କୁ ମୁଁ ଆଜି ପୁରସ୍କାର ପ୍ରଦାନ କରିବି। ଆମ ବୀରମାନଙ୍କ ସମେତେ ମୁଁ ଜଣେ ବିସ୍ମୟକର କ୍ଷୁଦ୍ର ସୈନିକ ‘ପେଟ୍ରୋନ୍’କୁ ପୁରସ୍କୃତ କରିବି। ସେ କେବଳ ବିସ୍ଫୋରକ ସବୁକୁ ଅକାମିକା କରିବାରେ ସହାୟକ ହୋଇନାହିଁ, ଆମ ପିଲାମାନଙ୍କୁ ବୋମା ବିପଦ ଥିବା ଅଞ୍ଚଳରେ ଆବଶ୍ୟକ ସୁରକ୍ଷା ନିୟମ ବାବଦରେ ଶିକ୍ଷା ଦେଉଛି।
‘ପେଟ୍ରୋନ୍’ ସମେତ ତା’ର ମାଲିକ ‘ସିଭିଲ୍ ପ୍ରୋଟେକ୍ସନ୍ ସର୍ଭିସ୍’ର ମେଜର୍ ମିହାଇଲୋ ଇଲିଏଭ୍ଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।
Follow Us