ଦେଶକୁ ବଞ୍ଚାଇବା ପାଇଁ ଅଭିନୟ ଛାଡିଥିଲେ, ରୁଷର ବୋମାରେ ଗଲା ୟୁକ୍ରେନୀୟ ଅଭିନେତାଙ୍କ ଜୀବନ

Advertisment
ଦେଶକୁ ବଞ୍ଚାଇବା ପାଇଁ ଅଭିନୟ ଛାଡିଥିଲେ, ରୁଷର ବୋମାରେ ଗଲା ୟୁକ୍ରେନୀୟ ଅଭିନେତାଙ୍କ ଜୀବନ

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ହଜାର ହଜାର ଲୋକଙ୍କ ଜୀବନ ଯାଇଛି। ଏହି ଯୁଦ୍ଧ ୟୁକ୍ରେନବାସୀଙ୍କୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଏପର୍ଯ୍ୟନ୍ତ ଅନେକ ନିରୀହ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୟୁକ୍ରେନୀୟ ଅଭିନେତା ପାଶା ଲି ମଧ୍ୟ ନିଜ ଦେଶକୁ ବଞ୍ଚାଇବାକୁ ଯାଇ ସହିଦ ହୋଇଥିବା ଜଣାପଡ଼ିଛି। ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ପାଶା ଅଭିନୟ ଛାଡ଼ି ଦେଶକୁ ଯୁଦ୍ଧ ଲଢ଼ିବାରେ ସାହାଯ୍ୟ କରିବେ ବୋଲି ମନସ୍ଥ କରିଥିଲେ। ହେଲେ ରୁଷ ସେନା ସହ ଲଢ଼ିବା ସମୟରେ ତାଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ରବିବାର ଦିନ ଓଡେସା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପାଶାଙ୍କ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଥିଲା।

Stream PASHA LEE music | Listen to songs, albums, playlists for free on SoundCloud soundcloud

ସୂଚନା ମୁତାବକ, ଅଭିନୟ ଛାଡ଼ି ପାଶା ୟୁକ୍ରେନର ଟେରିଟେରାଲ୍ ଡିଫେନ୍ସ ୟୁନିଟରେ ଯୋଗ ଦେଇଥିଲେ। ୩୩ ବର୍ଷୀୟ ପାଶା ରୁଷ ସହିତ ଯୁଦ୍ଧ ଲଢ଼ି ନିଜ ଦେଶ ୟୁକ୍ରେନକୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲେ। ହେଲେ ମାର୍ଚ୍ଚ ୬ ରେ ଇରପିନରେ ହୋଇଥିବା ବୋମା ବିସ୍ଫୋରଣରେ ପାଶାଙ୍କର ମୃତ୍ୟୁ ହୋଇଥିଲା। ପାଶା ଲି ୟୁକ୍ରେନର ଜଣେ ଜଣାଶୁଣା ଅଭିନେତା ଥିଲେ। ସେ ଅଭିନୟ, ଡବିଂ, ଗୀତ ଏବଂ ସଙ୍ଗୀତ ରଚନାରେ ସୁନାମ ଅର୍ଜନ କରିଥିଲେ। ସେ 'କୋଲେସୋ' ଥିଏଟରର ଏକ ଅଂଶ ହେବା ସହିତ ଅନେକ ଚଳଚ୍ଚିତ୍ର ଏବଂ ବିଜ୍ଞାପନରେ ଅଭିନୟ କରିଥିଲେ। ସେ 'ଶଟୋଲନ୍ୟା', 'ଶ୍ୟାଡୋଜ୍ ଅଫ୍ ଅନଫରଗେଟବଲ ଆସସେସଷ୍ଟର', 'ଦ ଫାଇଟ୍ ରୁଲସ୍' ଭଳି ଚଳଚ୍ଚିତ୍ରରେ କାମ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe