ନୂଆଦିଲ୍ଲୀ: ରୁଷୀୟ ସେନା ୟୁକ୍ରେନ୍ ଆକ୍ରମଣ ଜାରି ରଖିଥିବା ବେଳେ ୟୁକ୍ରେନୀୟ ସେନା ଦାବି କରିଛି ଯେ, ମସ୍କୋ ମେ ୯ ତାରିଖ ସୁଦ୍ଧା ଯୁଦ୍ଧ ଶେଷ କରିବାକୁ ଚାହୁଁଛି।
‘କିବ୍ ଇଣ୍ଡିପେଣ୍ଡେଣ୍ଟ୍’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ୟୁକ୍ରେନ୍ ସଶସ୍ତ୍ର ବାହିନୀର ‘ଜେନେରାଲ୍ ଷ୍ଟାଫ୍’ଙ୍କ ଗୁଇନ୍ଦାସୂତ୍ର ଦାବି କରିଛି ଯେ, ମେ ୯ ତାରିଖ ସୁଦ୍ଧା ଯୁଦ୍ଧର ଅବସାନ ଘଟାଇବାକୁ ରୁଷୀୟ ସେନାକୁ କୁହାଯାଇଛି।
ସୂଚନାଯୋଗ୍ୟ, ନାଜି ଜର୍ମାନି ଉପରେ ବିଜୟ ହାସଲ୍ କରିଥିବାରୁ ମେ ୯ ତାରିଖ ଦିନଟି ସମଗ୍ର ରୁଷ୍ରେ ମହାଡ଼ମ୍ବରେ ପାଳନ କରାଯାଏ।
ଏହାଛଡ଼ା, ୟୁକ୍ରେନୀୟ ବନ୍ଦରଗୁଡ଼ିକରେ ଥିବା ଜାହାଜ ସବୁକୁ ଛାଡ଼ିବା ଲାଗି ରୁଷ୍ ଆଜି ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସମୟ ଦେଇଥିବା କଥା ମଧ୍ୟ ‘ଦି କିବ୍ ଇଣ୍ଡିପେଣ୍ଡେଣ୍ଟ୍’ ରିପୋର୍ଟ କରିଛି। ଜାହାଜଗୁଡ଼ିକ ପାଇଁ ରୁଷ୍ ଖୋଲିଥିବା ମାନବୀୟ କରିଡର୍ର ପ୍ରସ୍ତ ୩ ମାଇଲ୍ ଯାଏ ପରିବ୍ୟାପ୍ତ ହେବ।
Image Courtesy of 19FortyFiveତେଣେ, ୟୁକ୍ରେନ୍ କହିଛି ଯେ, ମସ୍କୋ ବଳପୂର୍ବକ ୟୁକ୍ରେନ୍ର ହଜାର ହଜାର ସାଧାରଣ ନାଗରିକଙ୍କୁ ଧରି ନେଇଯାଉଛି। ଯୁଦ୍ଧ ପରିତ୍ୟାଗ କରିବା ଲାଗି କିବ୍ ଉପରେ ଚାପ ପକାଇବାକୁ ସେମାନଙ୍କୁ ପଣବନ୍ଦୀ ଭାବେ ଉପଯୋଗ କରାଯିବ।
ୟୁକ୍ରେନ୍ର ଲୋକପାଳ ଲ୍ୟୁଡ୍ମିଲା ଡେନିସୋଭ୍ କହିଛନ୍ତି, ୮୪,୦୦୦ ପିଲାଙ୍କ ସମେତ ୪୦୨,୦୦୦ ଲୋକଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ରୁଷ୍କୁ ନିଆଯାଇଛି।
Image Courtesy of India Todayକ୍ରେମ୍ଲିନ୍ ମଧ୍ୟ ପ୍ରାୟ ସେତିକି ସଂଖ୍ୟକ ଲୋକ ନେଇଥିବା ହିସାବ ଦେଇ କହିଛି ଯେ, ସେ ଲୋକମାନେ ରୁଷ୍ ଯିବାକୁ ଚାହୁଁଥିଲେ।
ଅନ୍ୟ ପକ୍ଷରେ, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ପଶ୍ଚିମ ରାଷ୍ଟ୍ର ସଂଘ ରୁଷ୍ ଉପରେ ନୂଆ କଟକଣା ଜାରି କରିବାକୁ ଘୋଷଣା କରିଛନ୍ତି। ଏହାଛଡ଼ା, ୟୁକ୍ରେନ୍କୁ ମାନବୀୟ ସହାୟତା ଯୋଗାଇ ଦେବାକୁ ମଧ୍ୟ ସେମାନେ ସ୍ଥିର କରିଛନ୍ତି। କିନ୍ତୁ, ସାମରିକ ସହାୟତା ପାଇଁ ୟୁକ୍ରେନ୍ର ରାଷ୍ଟ୍ରପତି ଭିଡିଓ ବାର୍ତ୍ତାରେ ଯେଭଳି ନିବେଦନ କରିଛନ୍ତି, ସେ ବିଷୟରେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ନିରବ ରହିଛନ୍ତି।
Follow Us