ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିବା ପାଇଁ ଆଉ କିଛି ସମୟ ପରେ ହେବ ଦ୍ବିତୀୟ ଶାନ୍ତି ଆଲୋଚନା। ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ଜଣେ ପରାମର୍ଶଦାତା ନିଶ୍ଚିତ କରିଛନ୍ତି ଯେ ରୁଷ ସହିତ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଉଡ଼ାଣ କରିସାରିଛନ୍ତି। ତେବେ ପ୍ରଥମ ଆଲୋଚନା ବିଫଳ ହେବାପରେ ରୁଷ ଆକ୍ରମଣକୁ ତୀବ୍ର କରିଥିବା ବେଳେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି। ଏହା ସଫଳ ନହେଲେ ରୁଷ ଆହୁରି କେତେ କ୍ରୁର ହେବ, ସେ ଡର ଏବେ ସମସ୍ତଙ୍କ ମନରେ।
aajtakତେବେ ଏମଧ୍ୟରେ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାରୁ ରୁଷ ଉପରେ ଡିୟାଜିଓ, ଆଇକିଆ, ସ୍ପୋଟିଫାଏ ଓ ଏଫ ୧ର ବଡ଼ କାର୍ଯ୍ୟାନୁଷ୍ଠାନ। ମଦ ତିଆରି କରୁଥିବା କମ୍ପାନି ଡିୟାଜିଓ ରୁଷକୁ ମଦ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛି। ଡିୟାଜିଓ କମ୍ପାନି ଜନି ୱାକର, କ୍ୟାପଟେନ ମାର୍ଗନ, ଗିନିଜ, ସ୍ମିର୍ନଫ, ହ୍ବାଇଟ ହର୍ସ ଏବଂ ଅନ୍ୟାନ୍ୟ ବ୍ରାଣ୍ଡର ମଦ ତିଆରି କରେ। ଡିୟାଜିଓ ସହିତ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାରୁ ରୁଷ ଉପରେ ବିଶ୍ୱର ସର୍ବବୃହତ ଆସବାବପତ୍ର ବ୍ରାଣ୍ଡ ଆଇକିଆ ରୁଷ ଓ ବେଲାରୁଷରେ କାର୍ଯ୍ୟ ବନ୍ଦ କରିଦେଇଛି।
indiatodayଅନ୍ୟପକ୍ଷରେ, ରୁଷ ୟୁକ୍ରେନ ଉପରେ କରୁଥିବା ଆକ୍ରମଣକୁ ଆହୁରି ତୀବ୍ର କରୁଥିବା ଦେଖି ଏଫ୍୧ ବଡ଼ ନିଷ୍ପତ୍ତି ନେଇଛି। ଏଫ୍୧ ରୁଷ ସହିତ କରିଥିବା ଚୁକ୍ତିନାମାକୁ ଶେଷ କରି ଦେଇଛି। ସେହିଭଳି ମ୍ୟୁଜିକ୍ ଷ୍ଟ୍ରିମିଂ ସେବା ଯୋଗାଉଥିବା ସ୍ପୋଟିଫାଏ ରୁଷରେ ଥିବା ନିଜ କାର୍ଯ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛି।
ଉଲ୍ଲେଖଯୋଗ୍ୟ, ୟୁକ୍ରେନ-ବେଲାରୁଷ୍ ସୀମା ନିକଟରେ ଥିବା ପ୍ରିପାଟ୍ ନଦୀ ନିକଟରେ ହୋଇଥିଲା ପ୍ରଥମ ପର୍ଯ୍ୟାୟ ଶାନ୍ତି ଆଲୋଚନା। ଏହା ଉପରେ ସମଗ୍ର ବିଶ୍ବର ନଜର ରହିଥିଲା । ଏପରିକି ଆସନ୍ତା ୨୪ ଘଣ୍ଟା ୟୁକ୍ରେନ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କହିଥିଲେ । କିନ୍ତୁ କଥାବାର୍ତ୍ତା ବିଫଳ ହେବା ପରେ ରୁଷ ଯୁଦ୍ଧକୁ ଆହୁରି ଘମାଘୋଟ କରିଥିଲା।
Follow Us