ୟୁକ୍ରେନ ବିଦେଶ ମନ୍ତ୍ରୀଙ୍କ ଅଭିଯୋଗ: ରୁଷ୍‌ ଦଖଲରେ ଥିବା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ କରାଯାଉଛି

Advertisment

ମିଛ ଖବର ପ୍ରସାର ହିଁ ୟୁକ୍ରେନ୍‌ର ରଣନୀତି: ରୁଷ୍‌

ମିଛ ଖବର ପ୍ରସାର ହିଁ ୟୁକ୍ରେନ୍‌ର ରଣନୀତି: ରୁଷ୍‌

ୟୁକ୍ରେନ ବିଦେଶ ମନ୍ତ୍ରୀଙ୍କ ଅଭିଯୋଗ: ରୁଷ୍‌ ଦଖଲରେ ଥିବା ଅଞ୍ଚଳରେ ମହିଳାଙ୍କୁ  ଦୁଷ୍କର୍ମ କରାଯାଉଛି

Republic World

କିବ୍‌: ୟୁକ୍ରେନ୍‌ ବି‌ଦେଶ ମନ୍ତ୍ରୀ ଡିମିଟ୍ରୋ କୁଲେବା ଆଜି ରୁଷ୍‌ ସୈନିକଙ୍କ ବିରୋଧରେ ଅତି ଗୁରୁତର ଅଭିଯୋଗ ଆଣିଛନ୍ତି। ରୁଷ୍‌ ସୈନିକମାନେ ଦଖଲ କରିନେଇଥିବା ସହରରେ ମହିଳାମାନଙ୍କୁ ଦୁଷ୍କର୍ମ କରୁଛନ୍ତି ବୋଲି କୁଲେବା ଅଭିଯୋଗ କରିଛନ୍ତି। ଏକ୍‌ ଅନଲାଇନ୍‌ କାର୍ଯ୍ୟକ୍ରମରେ କୁଲେବା ଏହି ଟିପ୍ପଣୀ ଦେଇଛନ୍ତି। କ‌ୁ‌ଲେବା କହିଛନ୍ତି, ଦେଶର ଏଭଳି ଜଟିଳ ସ୍ଥିତି ସମୟରେ ଅନ୍ତର୍ଜାତୀୟ ଆଇନ ସଂକ୍ରାନ୍ତରେ କିଛି କହିବା କଷ୍ଟଦାୟକ। କିନ୍ତୁ ରୁଷ୍‌ ସୈନିକମାନେ ଯ‌େଉଁ ଅଞ୍ଚଳ ଦଖଲ କରିନେଇଛନ୍ତି ସେଠାରେ ଅନେକ ଦୁଷ୍କର୍ମ ଅଭିଯୋଗ ଆସିଛି। ବିଦେଶ ମନ୍ତ୍ରୀ କୁଲେବା ତାଙ୍କ ଦାବିକୁ ନେଇ କୌଣସି ତଥ୍ୟ ଉପସ୍ଥାପନ କରିନଥିବାରୁ ଏହାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି।

ଖେରସନ୍‌ରେ ୧୧ ଦୁଷ୍କର୍ମ ମାମଲା ହୋଇଛି ବୋଲି ୟୁକ୍ରେନ୍‌ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଛି। ୟୁକ୍ରେନ୍‌ ବିରୋଧରେ ରୁଷ୍‌ ଅପରାଧର ସତ୍ୟତା ପ୍ରସାରଣ ପାଇଁ କୁଲେବା ଗଣମାଧ୍ୟମକୁ କହିଛନ୍ତି। କୁଲେବା କହିଛନ୍ତି, ଆମଠାରୁ ଖୁବ୍‌ ଶକ୍ତିଶାଳୀ ରାଷ୍ଟ୍ର ସହ ଆମେ ଲଢ଼ୁଛୁ। କିନ୍ତୁ ଅନ୍ତର୍ଜାତୀୟ ଆଇନ ଆମ ସହ ରହିଛି ଏବଂ ଆମେ ଆଶା କରୁଛୁ ଯେ ଏହା ଆମକୁ ସାହାଯ୍ୟ କରିବ। ତେବେ ରୁଷ୍‌ ସେନା ମୁଖପାତ୍ର କହିଛନ୍ତି ଯେ କେବଳ ମିଥ୍ୟା ଓ ବିଭ୍ରାନ୍ତିକର ଖବର ଦ୍ବାରା ତିଷ୍ଠି ରହିବାକୁ ଚାହୁଥିବା ୟୁକ୍ରେନ୍‌ ସେନା ତା’ର ରଣନୀତିରେ ସଫଳ ହେବନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe