Image Courtesy of NDTV
ନୂଆଦିଲ୍ଲୀ: ରୁଷୀୟ ଆକ୍ରମଣର ମୁକାବିଲା କରିବା ପାଇଁ ୟୁକ୍ରେନ୍କୁ ସାହାଯ୍ୟ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଜୋ ବାଇଡେନ୍ ବିଶେଷ କିଛି କରୁ ନ ଥିବାରୁ ଜଣେ ୟୁକ୍ରେନ୍ ସାଂସଦ ତାଙ୍କୁ ସମାଲୋଚନା କରିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ରାଷ୍ଟ୍ରପତି ବାଇଡେନ୍ ପୋଲାଣ୍ଡ୍ରେ ୟୁକ୍ରେନର ଶୀର୍ଷସ୍ତରୀୟ ମନ୍ତ୍ରୀମାନଙ୍କୁ ଭେଟିଥିଲେ। ଏକ ଜନସମାବେଶରେ ଉଦ୍ବୋଧନ ଦେବା ବେଳେ ପୁଟିନ୍ଙ୍କୁ ଉଦ୍ଦେଶ୍ୟ କରି କହିଥିଲେ, ‘ନାଟୋ’ ପରିସୀମାର ସାମାନ୍ୟତମ ଅଞ୍ଚଳ ମଧ୍ୟକୁ ପ୍ରବେଶ କରିବା କଥା କଳ୍ପନା ବି କରନାହିଁ। ଏ ଯୁଦ୍ଧ ରୁଷୀୟ ରଣନୀତିର ବିଫଳତାକୁ ଦର୍ଶାଇ ସାରିଛି। ରୁଷୀୟ ଜନସାଧାରଣ ଆମର ଶତ୍ରୁ ନୁହନ୍ତି। ଏ ବ୍ୟକ୍ତିଜଣକ କ୍ଷମତାରେ ରହିପାରିବେ ନାହିଁ।
Image Courtesy of India Todayକିନ୍ତୁ, ୟୁକ୍ରେନୀୟ ସାଂସଦ ଇନ୍ନା ସୋଭ୍ସୁନ୍ ଟୁଇଟ୍ କରି କହିଛନ୍ତି, ଯଥେଷ୍ଟ ସହାୟତା ପାଉଛନ୍ତି ବୋଲି ୟୁକ୍ରେନୀୟମାନେ ଅନୁଭବ କରିବା ଭଳି ପଦେ ହେଲେ କଥା ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି କହିନାହାନ୍ତି। ମୁଁ ଆନନ୍ଦିତା ଯେ, ସେ ପୋଲାଣ୍ଡ୍କୁ ଭରସା ଦେଇଛନ୍ତି, କିନ୍ତୁ ୱାର୍ସଅରେ ନୁହେଁ କିବ୍ ଏବଂ ଖାର୍କିଭ୍ରେ ବୋମା ଫୁଟୁଛି।
ସେହିପରି, ଜାତିସଂଘ କହିଛି ଯେ, ରୁଷ୍ ଆକ୍ରମଣ ଯୋଗୁଁ ଏ ପର୍ଯ୍ୟନ୍ତ ୩.୭ ନିୟୁତ ୟୁକ୍ରେନୀୟ ଦେଶ ଛାଡ଼ି ପଳାୟନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୯୦% ହେଉଛନ୍ତି ମହିଳା ଓ ପିଲା। ୟୁକ୍ରେନ୍ରେ ମଧ୍ୟ ପ୍ରାୟ ୬.୫ ନିୟୁତ ଜନତା ବାସହରା ହୋଇଛନ୍ତି।
Follow Us