ନୋଟ ଭର୍ତ୍ତି ସୁଟକେସ ସହିତ ଧରାପଡ଼ିଲେ ୟୁକ୍ରେନର ପୂର୍ବତନ ସାଂସଦଙ୍କ ପତ୍ନୀ

Advertisment
ନୋଟ ଭର୍ତ୍ତି ସୁଟକେସ ସହିତ ଧରାପଡ଼ିଲେ ୟୁକ୍ରେନର ପୂର୍ବତନ ସାଂସଦଙ୍କ ପତ୍ନୀ

କିଭ: ଋଷର ଆକ୍ରମଣ ମଧ୍ୟରେ ଦେଶ ଛାଡି ଚାଲିଯାଇଥିବା ୟୁକ୍ରେନର ଜଣେ ପୂର୍ବତନ ସାଂସଦଙ୍କ ପତ୍ନୀଙ୍କ ସୁଟକେସରୁ ବିପୁଳ ପରିମାଣରେ ନଗଦ ଟଙ୍କା  ଜବତ ହୋଇଛି।

ହଙ୍ଗରିର କଷ୍ଟମ୍ସ ବିଭାଗ କହିଛି ଯେ ଏହି ଟଙ୍କା ଆମେରିକୀୟ ଡଲାର ଏବଂ ୟୁରୋରେ ଅଛି। ୬ ଟି ସୁଟକେସରେ ପ୍ରାୟ ୨୮ମିଲିୟନ୍ ଡଲାର୍ ଏବଂ ୧.୩ ମିଲିୟନ୍ ୟୁରୋ ମିଳିଛି ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଟଙ୍କା ବିବାଦରେ ଥିବା ୟୁକ୍ରେନର ପୂର୍ବତନ ସାଂସଦ ଇଗୋର କୋଭିତସ୍କିଙ୍କ ପତ୍ନୀ ଅନାସ୍ତାସିଆ କୋଭିତସ୍କିଙ୍କ ସୁଟକେସରୁ ମିଳିଛି। ୫୨ ବର୍ଷୀୟ କୋଭିତସ୍କି ଏକଦା ୟୁକ୍ରେନର ସବୁଠାରୁ ଧନୀ ସାଂସଦ ଭାବରେ ବିବେଚିତ ହୋଇଥିଲେ । ତେବେ ଆନାସ୍ତାସିଆ ଏପର୍ଯ୍ୟନ୍ତ ଏ ବିଷୟରେ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି।

ଅନାସ୍ତାସିଆ ରିଫ୍ୟୁଜି ସୀମା ଦେଇ ନିଜ ସହିତ ଏତେ ପରିମାଣର ନଗଦ ଟଙ୍କା ନେଇଆସିଥିଲେ। କିନ୍ତୁ ହଙ୍ଗରି କଷ୍ଟମ ବିଭାଗ ହାତରେ ସେ ଧରାପଡ଼ି ଯାଇଥିଲେ। ବିଭାଗ ଦ୍ବାରା ଜାରି କରାଯାଇଥିବା ଫଟୋରେ ନୋଟରେ ପରିପୂର୍ଣ୍ଣ ୬ଟି ସୁଟକେସ୍ ଦୃଶ୍ୟମାନ ହେଉଛି।

ପଚରାଉଚରା ସମୟରେ ପୂର୍ବତନ ସାଂସଦଙ୍କ ପତ୍ନୀଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନଥିଲା। ଏଥିସହିତ କୋଭିତସ୍କି ସୋସିଆଲ ମିଡିଆରେ କହିଥିଲେ ଯେ ‘ମୋର ସମସ୍ତ ଟଙ୍କା ୟୁକ୍ରେନ ବ୍ୟାଙ୍କରେ ଜମା ହୋଇଛି। ମୁଁ ସେଠାରୁ କିଛି ବାହାର କରି ନଥିଲି।’

ଏହା ପରେ ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe