ୟୁକ୍ରେନ୍‌ ରାଷ୍ଟ୍ରପତି ଜଣେ ପୂର୍ବତନ ହାସ୍ୟାଭିନେତା

Advertisment
ୟୁକ୍ରେନ୍‌ ରାଷ୍ଟ୍ରପତି ଜଣେ ପୂର୍ବତନ ହାସ୍ୟାଭିନେତା

US News & World Report

କିବ୍‌ : ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲ୍‌ଡିମିର୍‌ ଜେଲେନସ୍କି ଏକଦା ହିଟ୍‌ କମେଡି ସୋ’ର ଷ୍ଟାର୍‌ ଥିଲେ। ୨୦୧୯ରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପୂର୍ବରୁ ୪୪ ବର୍ଷୀୟ ବୋଲ୍‌ଡିମିର୍‌ ରାଜନୈତିକ ବ୍ୟଙ୍ଗ କଳାକାର ଭାବେ ଜଣେ ଶିକ୍ଷକ ଭୂମିକାରେ ଅଭିନୟ କରି ବେଶ୍‌ ସୁଖ୍ୟାତି ଅର୍ଜନ କରିଥିଲେ। ଏହି ସୋ’ ନେଟଫ୍ଲିକ୍ସରେ ପ୍ରସାରିତ ହୋଇଥିଲା। ସୋ’ରେ ବୋଲ୍‌ଡିମିର୍‌ ଜେଲେନସ୍କିଙ୍କ ଚରିତ୍ର ଓ ତାଙ୍କର ଆଭିମୁଖ୍ୟ ନେଇ ବିଭିନ୍ନ ଭିଡିଓ ଭାଇରାଲ ହୋଇଥିଲା ଏବଂ ସେ ସକ୍ରିୟ ରାଜନୀତିକୁ ଓହ୍ଲାଇ ସଫଳତା ପାଇଥିଲେ।।

୨୦୧୮ରେ ଜେଲେନସ୍କିଙ୍କ ପ୍ରଡକ୍ସନ କମ୍ପାନି ଦ୍ବାରା ଏକ ରାଜନୈତିକ ଦଳ ଆରମ୍ଭ କରାଯାଇଥିଲା। ୨୦୧୯ରେ ଦଳ ଜେଲେନସ୍କିଙ୍କୁ ୟୁକ୍ରେନର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ନିର୍ବାଚନ ପ୍ରଚାରରେ ଜେଲେନସ୍କି ନିଜକୁ ଦୁର୍ନୀତି ବିରୋଧୀ ରାଜନେତା ଭାବରେ ଉପସ୍ଥାପନ କରି ସଫଳତା ହାସଲ କରିଥିଲେ। ସେ ରାଷ୍ଟ୍ରପତି ପେଟ୍ରୋ ପୋରୋସୋଙ୍କୋଙ୍କୁ ୭୦ ପ୍ରତିଶତରୁ ଅଧିକ ଭୋଟ ହାସଲ କରି ପରାସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe