ଯୁଦ୍ଧ ଭିତରେ ମାଗାଜିନ୍‌ ପାଇଁ ଫଟୋସୁଟ୍‌ କଲେ ୟୁକ୍ରେନ ରାଷ୍ଟ୍ରପତି-ପତ୍ନୀ

Advertisment
ଯୁଦ୍ଧ ଭିତରେ ମାଗାଜିନ୍‌ ପାଇଁ ଫଟୋସୁଟ୍‌ କଲେ ୟୁକ୍ରେନ ରାଷ୍ଟ୍ରପତି-ପତ୍ନୀ

ନୂଆଦିଲ୍ଲୀ : ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏବଂ ତାଙ୍କ ପତ୍ନୀ ଓଲେନା‌ ଜେଲେନସ୍କି ଭୋଗ୍‌ ମାଗାଜିନ ପାଇଁ ପୋଜ୍‌ ଦେଇଛନ୍ତି। ରୁଷ୍‌ ସହ ଯୁଦ୍ଧ ମଧ୍ୟ‌ରେ ରାଷ୍ଟ୍ରପତି ଜେଲେନ୍‌ସ୍କି ଏବଂ ପ୍ରଥମ ମହିଳା ଜେଲେନସ୍କା ଭୋଗ୍‌ ମାଗାଜିନ କଭର ପେଜ୍‌ ପାଇଁ ପୋଜ୍‌ ଦେଇଛନ୍ତି। ଏହି ଦମ୍ପତି ମାଗାଜିନ ସହ ସେମାନଙ୍କ ଜୀବନ କାହାଣୀ, ଯୁଦ୍ଧ ସମୟରେ ଜୀବନ ଏବଂ ୟୁକ୍ରେନର ଭବିଷ୍ୟତ ସଂକ୍ରାନ୍ତରେ ମତ ଦେଇଛନ୍ତି।

ତେବେ ଏହି ଫଟୋସୁଟ୍‌କୁ ନେଇ ମିଶ୍ରିତ ପ୍ରତିକ୍ରିୟା ଆସିଛି। କିଛି ଇଣ୍ଟର‌ନେଟ୍‌ ବ୍ୟବହାରକାରୀ ଏହାକୁ ପ୍ରଶଂସା କରିଥିବା‌ ବେଳେ ଅନ୍ୟ କିଛି ଏହାକୁ ସମାଲୋଚନା କରିଛନ୍ତି। ତେବେ ୟୁକ୍ରେନ‌ରେ ଯୁଦ୍ଧ ଚାଲିଥିବାବେଳେ ସେମାନେ ଫଟୋସୁଟ୍‌ କରିବାକୁ ନେଇ ଅଧିକାଂଶ ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe