Image Courtesy of India Today
ୱାସିଂଟନ୍: ପ୍ରଶଂସକମାନେ ଥରକୁ ଥର ଅନୁରୋଧ କରିବାରୁ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କ ରାଜନୈତିକ ଜୀବନ ଉପରେ ଆଧାରିତ ଜନପ୍ରିୟ ‘ୱେବ୍ସିରିଜ୍’ ‘ସର୍ଭେଣ୍ଟ୍ ଅଫ୍ ଦି ପିପୁଲ୍’ ପୁଣି ‘ନେଟ୍ଫ୍ଲିକ୍ସ୍’କୁ ଫେରିଛି।
ଏବେ ଏହି ୟୁକ୍ରେନୀୟ ରାଜନୈତିକ ହାସ୍ୟରସାତ୍ମକ ସିରିଜ୍ ‘ନେଟ୍ଫ୍ଲିକ୍ସ୍’ରେ ଉପଲବ୍ଧ ହେବାରୁ ପ୍ରଶଂସକମାନେ ଅତ୍ୟନ୍ତ ଖୁସ ହୋଇଯାଇଛନ୍ତି। ତିନୋଟି ସେସନ୍ ଥିବା ଏହି ସୋ’ ୨୦୧୬ ରୁ ୨୦୧୯ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା।
ବୁଧବାର ଦିନ ଟୁଇଟ୍ କରି ‘ନେଟ୍ଫ୍ଲିକ୍ସ୍’ କହିଛି, ଆପଣମାନେ ଅନୁରୋଧ କରିବାରୁ ତାହା ଫେରି ଆସିଛି। ଯୁକ୍ତରାଷ୍ଟ୍ର ଆମେରିକାରେ ‘ନେଟ୍ଫ୍ଲିକ୍ସ୍’ରେ ପୁଣି ଥରେ ‘ସର୍ଭାଣ୍ଟ୍ ଅଫ୍ ଦି ପିପୁଲ୍’ ଉପଲବ୍ଧ ହେଉଛି। ୨୦୧୫ର ଏହି ବ୍ୟଙ୍ଗାତ୍ମକ ସିରିଜ୍ରେ ଅଭିନୟ କରିଛନ୍ତି ଭୋଲୋଦିମିର୍ ଜେଲେନ୍ସ୍କି। ଏଥିରେ ଜେଲେନସ୍କି ହଠାତ୍ ରାଷ୍ଟ୍ରପତି ହୋଇଯାଉଥିବା ଜଣେ ଶିକ୍ଷକ ଭୂମିକାରେ ଅଭିନୟ କରିଛନ୍ତି। ଜଣେ ଶିକ୍ଷକ ହିସାବରେ ସେ ଦୁର୍ନୀତି ସଂକ୍ରାନ୍ତରେ ଅଭିଯୋଗ କରୁଥିବାର ଭିଡିଓ ହଠାତ୍ ଭାଇରାଲ୍ ହୋଇଯାଇଥିଲା।
Image Courtesy of Fox Businessଏହି ସୋ’ରେ ଦେଖାଯାଉଛି ଦୁର୍ନୀତିଗ୍ରସ୍ତ ରାଜନେତାମାନଙ୍କ ଉପରେ ବିରକ୍ତ ହୋଇଯାଉଥିବା ଜଣେ ଶ୍ରଦ୍ଧାଶୀଳ ସ୍କୁଲ୍ ଶିକ୍ଷକ (ଜେଲେନ୍ସ୍କି) ରାଷ୍ଟ୍ରପତି ହୋଇଯାଉଛନ୍ତି। ୨୦୧୦ ଦଶକରେ ଏହି ୟୁକ୍ରେନୀୟ ହାସ୍ୟରସାତ୍ମକ ସିରିଜ୍ ଖୁବ୍ ଜନପ୍ରିୟ ହେବା ସହ ୪୪ ବର୍ଷିୟ ଜେଲେନ୍ସ୍କି ଦେଶର ଶ୍ରେଷ୍ଠ ମନୋରଞ୍ଜନକାରୀ ମାନ୍ୟତା ଦେଇଥିଲା। ୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ ‘ସର୍ଭେଣ୍ଟ୍ ଅଫ୍ ଦି ପିପୁଲ୍’ର ‘ନେଟ୍ଫ୍ଲିକ୍ସ୍’ ଲାଇବ୍ରେରିରେ ଥିଲା।
୨୦୧୯ରେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଜେଲେନସ୍କି ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ୩ଟି ସିଜନ୍ରେ ପ୍ରସାରିତ ହୋଇଥିବା ଉକ୍ତ ସୋ’ର ପରିସମାପ୍ତି ଘଟିଥିଲା।
Follow Us