Image Courtesy of Zee News
ନୂଆଦିଲ୍ଲୀ: ଗତ ମାସଠାରୁ ଅକାରଣରେ ୟୁକ୍ରେନ୍ ଆକ୍ରମଣ କରିଥିବା ରୁଷ୍ ବିରୋଧରେ ସମଗ୍ର ବିଶ୍ବର ପ୍ରତିକ୍ରିୟାରେ ଅସନ୍ତୁଷ୍ଟ ହୋଇ ୟୁକ୍ରେନୀୟ ଶରଣାର୍ଥୀମାନେ ‘ନାଟୋ’ ଶିଖର ସମ୍ମଳନୀ ସ୍ଥାନ ବାହାରେ ପାଶ୍ଚାତ୍ୟ ଶକ୍ତିମାନଙ୍କ ବିପକ୍ଷରେ ବ୍ୟାପକ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ସେତେବେଳେ ‘ୟୁରୋପୀୟ ସଂଘ’ ନେତାମାନଙ୍କ ସହିତ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ଶିଖର ବୈଠକ କରୁଥିଲେ।
‘ପ୍ରମୋଟ୍ ୟୁକ୍ରେନ୍’ ନେତୃତ୍ବରେ ଆୟୋଜିତ ଏହି ପ୍ରତିବାଦ ‘କାଉନ୍ସିଲ୍ ଅଫ୍ ୟୁରୋପିଆନ୍ ୟୁନିୟନ୍’ ସମ୍ମୁଖରେ ପ୍ରଦର୍ଶିତ ହୋଇଥିଲା। ସେହି ସମୟରେ ଜୋ ବାଇଡେନ୍ ୟୁରୋପୀୟ ନେତାମାନଙ୍କୁ ଉଦ୍ଯାପନୀ ଅଭିଭାଷଣ ପ୍ରଦାନ କରୁଥିଲେ ବୋଲି ‘ଦି କିବ୍ ଇଣ୍ଡିପେଣ୍ଡେଣ୍ଟ୍’ ରିପୋର୍ଟ କରିଛି।
Image Courtesy of The New York Timesପାଶ୍ଚାତ୍ୟ ରାଷ୍ଟ୍ରମାନେ ମସ୍କୋ ବିପକ୍ଷରେ ଅଧିକ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିବାଦକାରୀମାନେ ଦାବି କରିଥିଲେ। ‘ନାଟୋ’ ନିକଟରେ ପ୍ରତିବାଦକାରୀମାନଙ୍କ ପ୍ରାଥମିକ ଦାବି ଥିଲା ଯୁଦ୍ଧ-ବିକ୍ଷତ ଆକାଶକୁ ‘ନୋ-ଫ୍ଲାଇ’ ଜୋନ୍ ଘୋଷଣା କରିବା। କିନ୍ତୁ, ‘ନାଟୋ’ ତାହା ଅଗ୍ରାହ୍ୟ କରି ଦେବାରୁ ଏବେ ପ୍ରତିବାଦକାରୀମାନେ ଦାବି କରୁଛନ୍ତି କି, ପାଶ୍ଚାତ୍ୟ ରାଷ୍ଟ୍ରସଂଘ ୟୁକ୍ରେନ୍କୁ ଅଧିକ ‘ଆଣ୍ଟି-ଏୟାର୍ ଡିଫେନ୍ସ୍’ ଏବଂ ଲଢୁଆ ବିମାନ ପଠାନ୍ତୁ।
ଉକ୍ତ ସଙ୍ଗଠନର ସ୍ବେଚ୍ଛାସେବୀ ଆୟୋଜକ ଓଲେନା କୁଝିମ୍ କହିଛନ୍ତି ଯେ, ଏହି ପ୍ରତିବାଦ ବାଇଡେନ୍ ଏବଂ ଅନ୍ୟ ନେତାମାନଙ୍କ ସମ୍ମୁଖରେ ସ୍ପଷ୍ଟ ଦାବି ଉପସ୍ଥାପନ କରିଛି।
Follow Us