ଶହଶହ ଲୋକଙ୍କ ଜୀବନ ବଞ୍ଚାଇ ହିରୋ ପାଲଟିଗଲା ୟୁକ୍ରେନର ଏହି କୁକୁର

ଶହଶହ ଲୋକଙ୍କ ଜୀବନ ବଞ୍ଚାଇ ହିରୋ ପାଲଟିଗଲା ୟୁକ୍ରେନର ଏହି କୁକୁର

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଏକ ସର୍ଭିସ କୁକୁର ହିରୋ ହୋଇଯାଇଛି। ଏହି କୁକୁରକୁ ପ୍ରଶଂସା କରାଯିବା ସହିତ ସବୁ ସ୍ଥାନରେ ତାର ଚର୍ଚ୍ଚା ହେଉଛି ।

ଏପରିକି ୟୁକ୍ରେନର ବୈଦେଶିକ ମନ୍ତ୍ରାଳୟ ଏକ ବିବୃତ୍ତି ଜାରି କରି କୁକୁରକୁ ପ୍ରଶଂସା କରିବା ସହ ଶହଶହ ଲୋକଙ୍କ ଜୀବନ ରକ୍ଷା କରିଥିବାରୁ ତାକୁ ଧନ୍ୟବାଦ ଜଣାଇଛି। ବାସ୍ତବରେ, ପାଟ୍ରନ୍ ନାମକ ଏହି କୁକୁରଟି ୟୁକ୍ରେନର ରାଜ୍ୟ ଜରୁରୀକାଳୀନ ସେବା ସହିତ ଜଡିତ ଅଛି।

ୟୁକ୍ରେନର ବୈଦେଶିକ ମନ୍ତ୍ରାଳୟ ଦାବି କରିଛି ଯେ ପାଟ୍ରନ୍ ବର୍ତ୍ତମାନ ପର୍ଯ୍ୟନ୍ତ ଋଷ ସୈନିକ ଦ୍ୱାରା ଖଞ୍ଜା ଯାଇଥିବା ୧୫୦ ରୁ ଅଧିକ ବିସ୍ଫୋରକ ଉପକରଣ ଚିହ୍ନଟ କରିଛି। ଯାହାଦ୍ବାରା ଶହ ଶହ ଲୋକଙ୍କ ଜୀବନ ରକ୍ଷା ପାଇଯାଇଛି। ଯଦି ପାଟ୍ରନ୍ ଏହା ନକରି ଥାଆନ୍ତା ତେବେ ୟୁକ୍ରେନକୁ ବହୁ କ୍ଷତି ସହିବାକୁ ପଡ଼ିଥାଆନ୍ତା।

ଗତ ସୋମବାର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଏକ ଟୁଇଟ୍‌ରେ କୁହାଯାଇଛି ଯେ ୟୁକ୍ରେନର ଚୋର୍ନିହାଇୱ ସହର ନିକଟରେ ବିସ୍ଫୋରକ ଉପକରଣ ଖୋଜିବା ଏବଂ ନିଷ୍କ୍ରିୟ ପାଇଁ  ଥିବା ଦାୟିତ୍ବ ପ୍ରାପ୍ତ ଦଳ ସହିତ ପାଟ୍ରନ କୁକୁର କାମ କରୁଛି।

ଏହି ଟୁଇଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ଋଷ ଆକ୍ରମଣ ପରଠାରୁ ପାଟ୍ରନ୍ ୧୫୦ରୁ ଅଧିକ ବିସ୍ଫୋରକ ଉପକରଣ ଚିହ୍ନଟ କରିଛି। ୟୁକ୍ରେନ ସହରକୁ ସୁରକ୍ଷିତ କରିଥିବାରୁ ଆମେ ପାଟ୍ରନଙ୍କୁ ଧନ୍ୟବାଦ ଦେଉଛୁ। ପାଟ୍ରନ ବୟସ ୨ବର୍ଷ ପାଖାପାଖି ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe