ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ଟିକଟକ ଜରିଆରେ ଏଭଳି ଭାବେ ଜୀବିତ ଥିବା ପରିବାରକୁ ଜଣାଇଲେ ସେନା

Advertisment
ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ଟିକଟକ ଜରିଆରେ ଏଭଳି ଭାବେ ଜୀବିତ ଥିବା ପରିବାରକୁ ଜଣାଇଲେ ସେନା

Zee News

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ଜଣେ ୟୁକ୍ରେନ ସେନା ସୋସିଆଲ ନେଟୱାର୍କର ସର୍ବୋତ୍ତମ ବ୍ୟବହାର କରିଛନ୍ତି । ସେ ଏକ ଟିକଟକ ଭିଡିଓ ପ୍ରସ୍ତୁତ କରି ତାଙ୍କ ପରିବାର ସଦସ୍ୟଙ୍କୁ ଜଣାଇଛନ୍ତି ଯେ ସେ ଯୁଦ୍ଧ ପରିସ୍ଥିତି ମଧ୍ୟରେ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ଉକ୍ତ ୟୁକ୍ରେନ ସେନାଙ୍କ ସ୍ତ୍ରୀ ଓ ତିନିଜଣ ଝିଅ ଅଛନ୍ତି, ଯେଉଁମାନଙ୍କ ପାଇଁ ସେ ଏହି ଟିକଟକ ଭିଡିଓ ପ୍ରସ୍ତୁତ କରିଥିଲେ। ସେନା ଏହା ଏଥିପାଇଁ କରିଥିଲେ କି ତାଙ୍କ ପରିବାର ଜାଣିପାରିବେ କି ସେ ଜୀବନ ଓ ଠିକ ଅଛନ୍ତି।

ଟିକଟକ ଭିଡିଓ ପ୍ରସ୍ତୁତ କରୁଥିବା ସମୟରେ ୟୁକ୍ରେନ ସେନାଙ୍କ ମୁହଁରେ କୌଣସି ଦୁଃଖ ନଥିଲା। ସେ ତାଙ୍କ ପରିବାର ମୁହଁରେ ହସ ଆଣିବା ପାଇଁ ଏକ ନୃତ୍ୟ ମଧ୍ୟ କରିଥିଲେ । ଏହି ସେନା‌ଙ୍କ ଟିକଟକ ଆକାଉଣ୍ଟରେ ପ୍ରାୟ ଚାରି ଲକ୍ଷ ଅନୁସରଣକାରୀ ଅଛନ୍ତି । ସେନାଙ୍କ ନାମ ଅନାତୋଲି ଷ୍ଟିଫନ। ତାଙ୍କର ଟିକଟକ୍ ଉପଭୋକ୍ତାମାନେ ତାଙ୍କୁ ଆଲେକ୍ସ ହୁକ୍ ଭାବରେ ଜାଣନ୍ତି । ସେ ୨୦୨୦ରୁ ଟିକଟକରେ ଭିଡିଓ ଅପଲୋଡ୍ କରିବା ଆରମ୍ଭ କରିଥିଲେ |

କିଛି ମାସ ପୂର୍ବେ ଯେତେବେଳେ ରଷ ସହିତ ତିକ୍ତତା ବଢ଼ିବାକୁ ଲାଗିଲା, @ alexHuk2303  ଟିକଟକରେ ତାଙ୍କ ଡ୍ୟାନ୍ସ ଭିଡିଓ ଅପଲୋଡ୍ କରିବା ଆରମ୍ଭ କରଥିଲେ ଏବଂ ପରିବାରକୁ ଜଣାଇଥିଲେ କି ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି । ଏହି କାରଣରୁ ଅନାତୋଲି ଷ୍ଟିଫନଙ୍କ ଭିଡିଓଗୁଡିକ ବହୁତ ଲୋକପ୍ରିୟ ହୋଇଥିଲା।

ତେବେ ରଷ ୟୁକ୍ରେନ ଉପରେ ଆକ୍ରମଣ ଘୋଷଣା କରିବା ପରେ ଅନାତୋଲି ଷ୍ଟିଫନ ଭିଡିଓ ପୋଷ୍ଟ କରିବା ବନ୍ଦ କରି ଦେଇଥିଲେ। ଏହାପରେ ତାଙ୍କର ଅନୁଗାମୀମାନେ ଭାବିଥିଲେ ଷ୍ଟିଫନ ଯୁଦ୍ଧରେ ନିହତ ହୋଇଯାଇଛନ୍ତି। ଏହାପରେ କେତେକ ଲୋକ ଷ୍ଟିଫନ୍ ପରିବାରକୁ ସମବେଦନା ମଧ୍ୟ ଜଣାଇଥିଲେ।

ତେବେ ଗତ ସୋମବାର ଦିନ ଅନାତୋଲି ଏକ ଭିଡିଓ ପୋଷ୍ଟ କରି ଜୀବିତ ଥିବା ନିଶ୍ଚିତ କରିଥିଲେ। ଭିଡିଓରେ ଅନାତୋଲି କହିଛନ୍ତି, 'ମୁଁ ଜୀବିତ, ମୁଁ ୟୁକ୍ରେନର ସ୍ୱାଧୀନତା ପାଇଁ ସଂଗ୍ରାମ କରୁଛି।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe