ରୁଷ୍‌ ସହ ଉତ୍ତେଜନା ଜାରି: ନୂଆ ବ୍ରିଟିସ୍‌ ଅସ୍ତ୍ରଶସ୍ତ୍ର ବ୍ୟବହାର ଶିଖୁଛନ୍ତି ୟୁକ୍ରେନୀୟ ସୈନିକ

Advertisment
ରୁଷ୍‌ ସହ ଉତ୍ତେଜନା ଜାରି: ନୂଆ ବ୍ରିଟିସ୍‌ ଅସ୍ତ୍ରଶସ୍ତ୍ର ବ୍ୟବହାର ଶିଖୁଛନ୍ତି ୟୁକ୍ରେନୀୟ ସୈନିକ

Image Courtesy of NDTV

ୟାଭୋରିଭ୍‌ (ୟୁକ୍ରେନ୍‌): ରୁଷ୍‌ ଆକ୍ରମଣରୁ ରକ୍ଷା ପାଇବା ପାଇଁ ୟୁକ୍ରେନ୍‌ ସୈନିକମାନେ ଇଂଲଣ୍ଡ୍‌ ଯୋଗାଇ ଥିବା ନୂଆ ଅସ୍ତ୍ରଶସ୍ତ୍ରଗୁଡ଼ିକର ବ୍ୟବହାର ପାଇଁ ତାଲିମ ନେଉଛନ୍ତି। ଶୁକ୍ରବାର ଦିନ ଲୋମଶ କଳାଧଳା ଶୀତ ୟୁନିଫର୍ମ ପରିହିତ ୟୁକ୍ରେନୀୟ ସୈନିକମାନେ ବ୍ରିଟେନ୍‌ ଯୋଗାଇ ଥିବା ‘ଆଣ୍ଟି-ଟ୍ୟାଙ୍କ୍‌ ଲଞ୍ଚର୍‌’ ଫାଇରିଙ୍ଗ୍‌ ଶିଖିଥିଲେ।

ଏହା ହେଉଛି ରୁଷ୍‌ ଆକ୍ରମଣରୁ ୟୁକ୍ରେନ୍‌କୁ ରକ୍ଷା କରାଇବା ପାଇଁ ପାଶ୍ଚାତ୍ୟ ସହାୟତାର ଅଂଶବିଶେଷ। ୟୁକ୍ରେନ୍‌ ସୀମାନ୍ତରେ ରୁଷ୍‌ ୧ ଲକ୍ଷରୁ ଅଧିକ ସୈନ୍ୟ ସମବେତ କରି ୟୁରୋପ୍‌ରେ ନୂଆ ‘ସିକ୍ୟୁରିଟି ଗ୍ୟାରେଣ୍ଟି’ ଦାବି କରୁଛି। ଫଳରେ ପାଶ୍ଚାତ୍ୟ ରାଷ୍ଟ୍ରସମୂହ ରୁଷ୍‌ ସହ କୂଟନୈତିକ ଆଲୋଚନା ପାଇଁ ବାଧ୍ୟ ହେଉଛନ୍ତି। ସୂଚନାଯୋଗ୍ୟ, ସମ୍ପ୍ରତି ‘ନାଟୋ’ରେ ଯୋଗ ଦେବାକୁ ଇଚ୍ଛୁକ ୟୁକ୍ରେନ୍‌ ପୂର୍ବତନ ସୋଭିଏତ୍‌ ସଂଘରେ ଥିଲା।

publive-image Image Courtesy of The Japan Times

ଚଳିତ ମାସ ପ୍ରାରମ୍ଭରେ ବ୍ରିଟେନ୍‌ କହିଥି‌ଲା ଯେ, ୟୁକ୍ରେନ୍‌କୁ ‘ଲାଇଟ୍‌ ଆଣ୍ଟି-ଆର୍ମୋର୍‌ ଡିଫେନ୍‌ସିଭ୍‌ ଉଇପନ୍‌ ସିଷ୍ଟମ୍‌’ ଯୋଗାଇ ଦେବା ସହ ସୈନିକମାନଙ୍କୁ ତାଲିମ ଦେବ। ଏହା ଆକ୍ରମଣ ପାଇଁ ନୁହେଁ ପ୍ରତିରକ୍ଷା ପାଇଁ ବୋଲି ମଧ୍ୟ ଇଂଲଣ୍ଡ୍‌ କହିଥିଲା।

ଗୋଟିଏ ରାଉଣ୍ଡ୍‌ ଫାଇରିଙ୍ଗ୍‌ରେ ଏହା ଶତ୍ରୁର ଯାନକୁ ସମ୍ପୂର୍ଣ୍ଣ ଧ୍ବଂସ କରିବାକୁ ସମର୍ଥ ବୋଲି ସର୍ଭିସ୍‌ମ୍ୟାନ୍‌ ଜିନୋଭି ଲୁଝାନସ୍କି କହିଛନ୍ତି। ଶତ୍ରୁର ଯେକୌଣସି ପ୍ରକାର ସୁରକ୍ଷିତ ସାମରିକ ଯାନକୁ ଏହା ଅଚିରେ ଧ୍ବଂସ କରି ପାରୁଥିବାରୁ ଏଥିରେ ରୁଷୀୟ ଫେଡେରେସନ୍‌ ସହ ଲଢ଼େଇ କରିବାକୁ ଖୁବ୍‌ ସହଜ ହେବ।

ସୂଚନାଯୋଗ୍ୟ, ରୁଷ୍‌ ଆକ୍ରମଣକୁ ପ୍ରତିହତ କରିବା ଲାଗି ବ୍ରିଟେନ୍‌ ଓ ଯୁକ୍ତରାଷ୍ଟ୍ର ଆମେରିକା ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଣ ବୃଦ୍ଧି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe