Image Courtesy of India Today
କିବ୍: ଅସୁସ୍ଥ ମାଆଙ୍କ ପାଇଁ ଔଷଧ ଖୋଜିବାକୁ ବାହାରି ଥିବା ଜଣେ ୟୁକ୍ରେନୀୟ ଡାକ୍ତରାଣୀଙ୍କର ରୁଷ୍ ସେନାଙ୍କ ଅତର୍କିତ ଆକ୍ରମଣରେ ମୃତ୍ୟୁ ଘଟିଛି।
କିବ୍ ବାହାରେ ଥିବା ଗୋଟାଏ ଗ୍ରାମରେ ୩୧ ବର୍ଷୀୟ ୟୁକ୍ରେନୀୟ ଯୁବତୀ ଭାଲେରିଆ ମାକ୍ସେତ୍ସ୍କା ଔଷଧ ଖୋଜୁଥିବା ବେଳେ ରୁଷ୍ର ଏକ ଟ୍ୟାଙ୍କ୍ ତାଙ୍କ ଉପରେ ତୋପ ବର୍ଷଣ କରିବାରୁ ସେ ଧ୍ବଂସ ହୋଇଯାଇଥିବା କୁହାଯାଉଛି।
ଗାଡ଼ିରେ ବସିଥିବା ତାଙ୍କ ମାଆ ଇରିନା ଏବଂ ଡ୍ରାଇଭର୍ ମଧ୍ୟ ଏହି ଅତର୍କିତ ଆକ୍ରମଣରେ ପ୍ରାଣ ହରାଇଛନ୍ତି।
ଭାଲେରିଆ ମାକ୍ସେତ୍ସ୍କା ଥିଲେ ସେନାରେ କାମ କରିବା ନିମନ୍ତେ ଜଣେ ତାଲିମପ୍ରାପ୍ତ ଡାକ୍ତରାଣୀ। ମୃତ୍ୟୁ ପୂର୍ବରୁ ସେ ‘ୟୁନାଇଟେଡ୍ ଷ୍ଟେଟ୍ସ୍ ଏଜେନ୍ସି ଫର୍ ଇଣ୍ଟର୍ନ୍ୟାସ୍ନାଲ୍ ଡେଭ୍ଲପ୍ମେଣ୍ଟ୍’ରେ କାର୍ଯ୍ୟରତ ଥିଲେ। ରୁଷ୍ ଆକ୍ରମଣ କରିବା ପରେ ସେ ଦେଶ ଛାଡ଼ି ଚାଲି ନ ଯାଇ ସ୍ଥାନୀୟ ଲୋକମାନଙ୍କୁ ସାହାଯ୍ୟ କରିବେ ବୋଲି ନିଷ୍ପତ୍ତି ନେଇଥିଲେ।
Image Courtesy of Tecnno Trenzକିନ୍ତୁ, ମାଆଙ୍କ ଔଷଧ ଶେଷ ହୋଇଯିବାରୁ ସେ ଦେଶ ଛାଡ଼ି ଚାଲିଯିବାକୁ ସ୍ଥିର କଲେ। ସେଥିପାଇଁ ସେମାନେ ୟୁକ୍ରେନ୍ର ପଶ୍ଚିମ ସୀମାନ୍ତ ଆଡ଼କୁ ଗାଡ଼ି ଚଳାଇ ଯାଉଥିଲେ। ବାଟରେ ଗାଡ଼ି ରଖି ଭାଲେରିଆ ମାଆଙ୍କ ପାଇଁ ଔଷଧ ଖୋଜିବାକୁ ଯାଇଥିବା ବେଳେ ରୁଷୀୟ ସେନା ହାବୁଡ଼ରେ ପଡ଼ି ମୃତ୍ୟୁବରଣ କରିଛନ୍ତି।
‘ଡେଲି ମେଲ୍’ ରିପୋର୍ଟ ଅନୁସାରେ, ରୁଷୀୟ ସେନାବାହିନୀ ଆସୁଥିବାରୁ ବାଟ ଛାଡ଼ିବାକୁ ସେମାନେ ବ୍ରେକ୍ କଷି କାର୍ ଅଟକାଇଥିଲେ। କିନ୍ତୁ, ରାସ୍ତା ଅତିକ୍ରମ କରୁଥିବା ରୁଷ୍ ସୈନିକମାନଙ୍କ ମଧ୍ୟରୁ ଜଣେ ତାଙ୍କ କାର୍ ଉପରକୁ ତୋପ ମାରିଥିଲେ। ଫଳରେ କାର୍ ସମେତ ସେଥିରେ ଥିବା ସମସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।
Follow Us