ରୁଷ୍‌ରେ ୟୁକ୍ରେନ୍‌ର ପ୍ରଥମ ବିମାନ ଆକ୍ରମଣ, ତୈଳ ଡିପୋରେ ବୋମାମାଡ଼

Advertisment
ରୁଷ୍‌ରେ ୟୁକ୍ରେନ୍‌ର ପ୍ରଥମ ବିମାନ ଆକ୍ରମଣ, ତୈଳ ଡିପୋରେ ବୋମାମାଡ଼

India Today

ମସ୍କୋ : ୟୁକ୍ରେନ୍‌ ଯୁଦ୍ଧକୁ ଶୁକ୍ରବାର ଦିନ ୩୭ ଦିନ ପୂରିଥିବାବେଳେ ୟୁକ୍ରେନ୍‌ ପ୍ରଥମ ଥର ପାଇଁ ରୁଷ୍‌ରେ ବିମାନ ଆକ୍ରମଣ କରିଥିବା ଅଭିଯୋଗ କରିଛି। ରୁଷ୍‌ର ଏକ ସୀମାବର୍ତ୍ତୀ ସହର ସ୍ଥିିତ ତୈଳ ଡିପୋରେ ୟୁକ୍ରେନ୍‌ ହେଲିକପ୍ଟର ଦ୍ବାରା ଆକ୍ରମଣ କରିଛି ବୋଲି ରୁଷ୍‌ ଅଭିଯୋଗ କରିଛି। ୟୁକ୍ରେନ୍‌ର ଏଭଳି କାର୍ଯ୍ୟଦ୍ବାରା କଥାବାର୍ତ୍ତାରେ ବାଧା ଉପୁଜିବ ବୋ‌ଲି କ୍ରେମଲିନ କହିଛି।

ଇତି ମଧ୍ୟରେ ଶୁକ୍ରବାର ଦିନ ରୁଷ୍‌ -ୟୁକ୍ରେନ୍‌ ମଧ୍ୟରେ ଭିଡିଓ କନଫରେନ୍ସ ଦ୍ବାରା ଶାନ୍ତି କଥାବାର୍ତ୍ତା ଆରମ୍ଭ ହୋଇଛି। ୟୁକ୍ରେନ୍‌ ସୀମାଠାରୁ ୪୦ କିମି ଦୂର ବେଲ୍‌ଗୋରଡ୍‌ର ରୋସନେଫ୍‌ଟ ଫୁଏଲ୍‌ ଷ୍ଟୋରେଜ୍‌ ଫ୍ୟାସିଲିଟିରେ ହେଲିକପ୍ଟର ଆକ୍ରମଣ ହୋଇଛି। ୟୁକ୍ରେନ୍‌ ସେନାର ହେଲିକପ୍ଟର ଆକ୍ରମଣ ଦ୍ବାରା ପେଟ୍ରୋଲ ଡିପୋରେ ନିଆଁ ଲାଗି ଯାଇଛି। ରୁଷ୍‌ ୟୁକ୍ରେନ୍‌ର ବାୟୁସେନା ଧ୍ବଂସ କରିଦେଇଛି ବୋଲି ବାରମ୍ବାର କହିବାପରେ ୟୁକ୍ରେନ୍‌ ରୁଷ୍‌ରେ ଏହି ବିମାନ ଆକ୍ରମଣ କରିଛି। ଷ୍ଟୋରେଜ୍‌ ଫ୍ୟାସିଲିଟିର ୨ଜଣ କର୍ମଚାରୀ ଏହି ଅଗ୍ନିକାଣ୍ଡ ଯୋଗୁଁ ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe