Image Courtesy of NY Times
ନୂଆଦିଲ୍ଲୀ: କିବ୍ ଅଭିମୁଖେ ଅଗ୍ରସର ହେଉଥିବା ରୁଷୀୟ ସୈନିକମାନଙ୍କୁ ବାଧା ଦେବା ପାଇଁ ୟୁକ୍ରେନ୍ବାସୀମାନେ ବାଟରେ ପଡୁଥିବା ଗାଁଗଣ୍ଡାରେ ଜାଣିଶୁଣି ବନ୍ୟା କରାଉଛନ୍ତି ବୋଲି ‘ଦି ନ୍ୟୁୟର୍କ ଟାଇମ୍ସ୍’ ରିପୋର୍ଟ କରିଛି।
ଉକ୍ତ ରିପୋର୍ଟ ଅନୁସାରେ, କିବ୍ର ଉତ୍ତର ପ୍ରାନ୍ତରେ ଥିବା ଦେମିଦିଭ୍ ଗ୍ରାମର ବାସିନ୍ଦାମାନେ ଗତ ମାର୍ଚ ମାସରେ ବନ୍ୟା କରାଇ ରୁଷୀୟ ସେନାଙ୍କ କମାଣ ଆକ୍ରମଣ ଭଣ୍ଡୁର କରିଦେବା ସହ ଯୁଦ୍ଧ ପ୍ରସ୍ତୁତି ପାଇଁ ସେମାଙ୍କର ବହୁମୂଲ୍ୟ ସମୟ ନଷ୍ଟ କରିଛନ୍ତି।
ଗ୍ରାମବାସୀମାନେ ପୂର୍ବପାର୍ଶ୍ବରେ ପ୍ରବାହିତ ଦିନିପ୍ରୋ ନଦୀରୁ ନାଳ କାଟି ପାଣି ପ୍ରବାହ କରାଇ ସେ ଅଞ୍ଚଳରେ ବନ୍ୟା ସୃଷ୍ଟି କରିଥିଲେ। ଫଳରେ ଗ୍ରାମରେ ବ୍ୟାପକ କ୍ଷତି ହୋଇଥିଲା। ତାହା ସତ୍ତ୍ବେ ସେମାନେ ସଗର୍ବ କହିଥିଲେ ଯେ, ସେମାନଙ୍କ ଦୁର୍ଦ୍ଦଶା ଠାରୁ ଏହି ରଣନୈତିକ ସଫଳତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।
Image Courtesy bdnews24.comବନ୍ୟା ପାଣି ପଶିଥିବା କୋଠରିରେ ଥାଇ ସେ ଗ୍ରାମର ଅଣ୍ଟୋନିଆନ୍ କୋସ୍ତୁଚେଙ୍କୋ ନାମରେ ଜଣେ ବୟୋବୃଦ୍ଧ ବ୍ୟକ୍ତି କହନ୍ତି, ସମସ୍ତେ ହୃଦୟଙ୍ଗମ କରିପାରୁଛନ୍ତି କିନ୍ତୁ, କେହି କ୍ଷଣିକ ପାଇଁ ସୁଦ୍ଧା ଦୁଃଖ ପ୍ରକାଶ କରୁ ନାହାନ୍ତି।
ଆଉ ଜଣେ ଗ୍ରାମବାସୀ କହନ୍ତି, ଏମିତି କରି ଆମେ କିବ୍କୁ ରକ୍ଷା କରିଛୁ।
ଗାଁକୁ ବନ୍ୟା ପ୍ଳାବିତ କରିବାରୁ ରୁଷୀୟ ଯୁଦ୍ଧଯାନ ଯିବା ବାଟରେ ପ୍ରଶସ୍ତ ଏବଂ ଅଗଭୀର ଜଳାଶୟ ସୃଷ୍ଟି ହୋଇଥିଲା। ଫଳରେ ସେମାନେ ଆଉ କିବ୍ ଅଭିମୁଖେ ଅଗ୍ରସର ହୋଇ ପାରି ନ ପ୍ରତ୍ୟାବର୍ତ୍ତନ କରିଥିଲେ। ଏଥିସହ ହଷ୍ଟୋମେଲ୍, ବୁଚା ଏବଂ ଇର୍ପିନ୍ ନଗରୀ ଅତର୍କିତ ରୁଷୀୟ କମାଣ ଆକ୍ରମଣରୁ ରକ୍ଷା ପାଇଯାଇଥିଲା।
Follow Us