timesnow
ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବାଜି ଲାଗିଯାଇଛି। ଏହାରି ଭିତରେ ସେନା ପୋଷାକ ଉପରେ ଶୋଇଥିବା ଏକ ଶିଶୁ ପୁତ୍ରର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଫଟୋରେ ୟୁକ୍ରେନର ଶିଶୁ ଶାନ୍ତିରେ ନିଜ ବାପା-ମାଆଙ୍କ ବର୍ଦ୍ଦିରେ ଶୋଇଥିବା ଦେଖିବାକୁ ମିଳୁଛି । ଏହି ଫଟୋ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ୪୭,000,ରୁ ଅଧିକ ଲାଇକ ଓ ୪,୨୦୦ରୁ ଅଧିକ ଥର ରିଟୁଇଟ କରାଯାଇଛି।
କୋଭିକ ସୋରାଭା ନାମକ ଜଣେ ୟୁଜର ଏହି ଫଟୋକୁ ଟ୍ୱିଟରେ ସେୟାର କରି ଲେଖିଛନ୍ତି, ‘ବିଦାୟ ମୋର ପୁଅ.. ମୋର ଆଶା ମୁଁ ପୁଣିଥରେ ଜୀବିତ ରହି ତୁମକୁ ଦେଖିବି’।
ଏହି ହୃଦୟସ୍ପର୍ଶୀ ଫଟୋକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି ‘ଏହା ହେଉଛି ଏଯାବତ ସବୁଠାରୁ ଅଧିକ ହୃଦୟସ୍ପର୍ଶୀ ଟ୍ୱିଟ୍’ ।
ତେବେ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ୯ମ ଦିନରେ ପହଞ୍ଚିଛି।। ଆଗକୁ ଏହାର ଆହୁରି ଖରାପ ପରିସ୍ଥିତି ଆସୁଛି ବୋଲି ପୁଟିନ୍ଙ୍କ ସହ ଫୋନ୍ରେ କଥାବାର୍ତ୍ତା ପରେ ଫ୍ରାନ୍ସ୍ର ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନ୍ କହୁଛନ୍ତି।
Follow Us