ରୁଷ ସୈନିକଙ୍କୁ କାବୁ କରି ୟୁକ୍ରେନ ନା‌ଗରିକ ଦେଖାଇଲେ ଏଭଳି ବ୍ୟବହାର, ମା’ଙ୍କ ସହିତ କରାଇଲେ କଥା

Advertisment
ରୁଷ ସୈନିକଙ୍କୁ କାବୁ କରି ୟୁକ୍ରେନ ନା‌ଗରିକ ଦେଖାଇଲେ ଏଭଳି ବ୍ୟବହାର, ମା’ଙ୍କ ସହିତ କରାଇଲେ କଥା

ନୂଆଦିଲ୍ଲୀ: ହଠାତ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରି ବିଶ୍ୱକୁ ଦୋହଲାଇ ଦେଇଛି । ରୁଷ ସେନା ୟୁକ୍ରେନର ରାଜଧାନୀ କିଭରେ  ପ୍ରବେଶ କରିବାକୁ ଯାଉଛି । ଯୁଦ୍ଧ ପରେ ୟୁକ୍ରେନରେ ପରିସ୍ଥିତି ଭଲ ନଥିବା ନେଇ ଅନେକ ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ପୋଷ୍ଟ ହେଉଛି।  ଏହି କ୍ରମରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଜଣେ ରୁଷର ‌‌ସୈନିକ ୟୁକ୍ରେନ ନାଗରିକଙ୍କ କବଜାରେ ଥିବା ଦେଖିବାକୁ ମିଳୁଛି।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ୟୁକ୍ରେନ ନାଗରିକଙ୍କ ପ୍ରତି ସମ୍ମାନ ସାରା ବିଶ୍ୱରେ ଲୋକଙ୍କ ମନରେ ବୃଦ୍ଧି ପାଇଛି। ଭିଡିଓରେ ଜଣେ ରୁଷ ସୈନିକ କାନ୍ଦୁଥିବା ଦେଖିବାକୁ ମିଳିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷ ସୈନିକ ଜଣକ ୟୁକ୍ରେନର ନାଗରିକଙ୍କ କବଜାକୁ ଆସିଯାଇଥିଲେ। ଏହା ପରେ ସେ କାନ୍ଦିବାକୁ ଲାଗିଥିଲେ।  ୟୁକ୍ରେନର ନାଗରିକମାନେ ତାଙ୍କ ସହିତ କୌଣସି ପ୍ରକାର ଖରାପ ବ୍ୟବହାର ନ ଦେଖାଇ ଭଲ ବ୍ୟବହାର ପ୍ରଦର୍ଶନ କରିଥିଲେ।

ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ୟୁକ୍ରେନର ଲୋକମାନେ ସେହି ରୁଷ ସୈନିକଙ୍କୁ  ଚା ପିଇବାକୁ ଦେବା ସହ ଖାଇବାକୁ ବି ଦେଉଛନ୍ତି। ଏଥିସହିତ ଭିଡିଓ କଲ ମାଧ୍ୟମରେ ତାଙ୍କ ମା’ଙ୍କ ସହିତ କଥାବାର୍ତ୍ତା ବି କରାଉଛନ୍ତି। ଭିଡିଓଟି ପ୍ରକୃତରେ ବେଶ୍ ହୃଦୟସ୍ପର୍ଶୀ । ଶତ୍ରୁପକ୍ଷର ଜଣେ ସୈନିକକୁ ଏଭଳି ବ୍ୟବହାର ପ୍ରଦର୍ଶନ କରିବା ସତରେ ବିରଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe