Image Courtesy of Hindustan Times
ଲଣ୍ଡନ: ଜଣେ ସ୍ବେଚ୍ଛାସେବୀଙ୍କ ଠାରେ ଅଜଣା ଅସୁସ୍ଥତାର ଲକ୍ଷଣ ପ୍ରକାଶ ପାଇବାରୁ ଅନ୍ୟତମ ଅଗ୍ରଣୀ କୋଭିଡ୍-୧୯ ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷଣ ସ୍ଥଗିତ ରଖାଯାଇଥିବା କଥା ମଙ୍ଗଳବାର ଦିନ ଆଷ୍ଟ୍ରାଜେନିକା କହିଛି।
କମ୍ପାନିର ମୁଖପାତ୍ରୀ ମିସେଲ୍ ମୁଇକ୍ସଲ୍ ଏକ ଇମେଲ୍ ବିବୃତିରେ କହିଛନ୍ତି, ଆମର ମାନକ ସମୀକ୍ଷା ପ୍ରକ୍ରିୟା ପ୍ରତିକ୍ରିୟାଶୀଳ ହୋଇ ଉଠିବାରୁ ନିରାପତ୍ତା ତଥ୍ୟାବଳୀ ଏକ ସ୍ବାଧୀନ କମିଟି ଦ୍ବାରା ସମୀକ୍ଷା କରାଇବାକୁ ଆମ୍ଭେ ସ୍ବେଚ୍ଛାକୃତ ଭାବେ ଟିକାକରଣ ସ୍ଥଗିତ ରଖିଛୁ।
ଅସୁସ୍ଥତାର ଲକ୍ଷଣ ପ୍ରକାଶ ପାଇଥିବା ଇଂଲଣ୍ଡ ସମେତ ଅନ୍ୟ କେତେକ ସ୍ଥାନରେ ଆଷ୍ଟ୍ରାଜେନିକା ଏବଂ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଗବେଷକଙ୍କ ଦ୍ବାରା ବିକଶିତ କୋଭିଡ୍-୧୯ଟିକାର ପରୀକ୍ଷଣକୁ ଅଧ୍ୟୟନ କରାଯାଉଛି।
Image Courtesy of India Todayସ୍ବେଚ୍ଛାସେବୀଙ୍କ ଶରୀରରେ ଦେଖା ଦେଇଥିବା ଅସୁସ୍ଥତା ବିଷୟରେ ସବିଶେଷ ବିବରଣୀ ମିଳିନାହିଁ। କିନ୍ତୁ, ‘ଷ୍ଟାଟ୍ ନିଉଜ୍’ ରିପୋର୍ଟ ଅନୁସାରେ ସମ୍ପୃକ୍ତ ସ୍ବେଚ୍ଛାସେବୀଜଣକ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି।
‘ଷ୍ଟାଟ୍ ନିଉଜ୍’ ଆହୁରି ମଧ୍ୟ ରିପୋର୍ଟ କରିଛି ଯେ, ଆଷ୍ଟ୍ରାଜେନିକା ଟିକା ପରୀକ୍ଷଣ ବନ୍ଦ ରଖିବା ପରେ ଅନ୍ୟ ଟିକା ନିର୍ମାତାମାନେ ମଧ୍ୟ ଏ ଭଳି ଅସୁସ୍ଥତା ଆଶଙ୍କା କରି ସେମାନଙ୍କ ଟିକାର ନୈଦାନିକ ପରୀକ୍ଷା ସ୍ଥଗିତ ରଖିଛନ୍ତି।
ଏକ ବିବୃତିରେ ଆଷ୍ଟ୍ରାଜେନିକା କହିଛି, ବ୍ୟାପକ ପରୀକ୍ଷଣରେ, କଦବା କ୍ବଚିତ୍ ଅସୁସ୍ଥତା ପ୍ରକାଶ ପାଇଥାଏ। କିନ୍ତୁ, ଏହାକୁ ତନ୍ନତନ୍ନ କରି ଯାଞ୍ଚ କରିବା ନିମନ୍ତେ ପୃଥକ୍ ଭାବେ ସମୀକ୍ଷା କରାଯିବା ଆବଶ୍ୟକ।
Follow Us