ଆଜି ଶେଷ ହେଲା ଅପେକ୍ଷା, ୩୭ଦିନ ପରେ ସ୍ବଦେଶ ଫେରିଲା ବ୍ରିଟେନର ଲଢ଼ୁଆ ବିମାନ

New Project (6)

ତିରୁବନନ୍ତପୁରମ: ଶେଷ ହେଲା ଅପେକ୍ଷା। ୩୭ଦିନ ବିଦେଶରେ ରହିବା ପରେ ଘରକୁ ଫେରିଯାଇଛି ଲଢ଼ୁଆ ବିମାନ। କେରଳର ତିରୁବନନ୍ତପୁରମ ବିମାନବନ୍ଦରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକି ରହିଥିବା ବ୍ରିଟେନର ଏଫ୍-୩୫ ଲଢ଼ୁଆ ବିମାନ ଆଜି ବ୍ରିଟେନକୁ ଉଡ଼ାଣ କରିଛି। ଏକ ମାସରୁ ଅଧିକ ସମୟ ଧରି କେରଳରେ ଅଟକି ରହିବା ପରେ ସେ ଆଜି ସକାଳେ ବ୍ରିଟେନକୁ ଉଡ଼ାଣ ଆରମ୍ଭ କରିଥିଲା। ଜୁନ୍ ୧୪ରୁ ବିମାନଟି ଯାନ୍ତ୍ରିକ ଏବଂ ଲଜିଷ୍ଟିକ୍ ସମସ୍ୟା ଯୋଗୁଁ ଅଟକି ରହିଥିଲା ବୋଲି ଜଣାଯାଇଛି।

ସୂଚନା ମୁତାବକ, ଭାରତ ମହାସାଗର ଉପରେ ଉଡ଼ାଣ ସମୟରେ ଖରାପ ପାଗ ଯୋଗୁଁ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା ଏହି ବିମାନ। ଅନ୍ୟ କିଛି ବାଟ ନଥିବାରୁ ଜୁନ୍ ୧୪ ତାରିଖରେ ଏଫ୍-୩୫ବି ଲଢ଼ୁଆ ବିମାନ କେରଳର ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା। ବ୍ରିଟିଶ ରୟାଲ ବାୟୁସେନାର ଏକ ୨୪ ଜଣିଆ ଦଳ ଦ୍ୱାରା ପ୍ରାରମ୍ଭିକ ଯାଞ୍ଚ ଏବଂ ୟୁକେ ରୟାଲ ନୌସେନାର ଇଞ୍ଜିନିୟରମାନଙ୍କ ଦ୍ୱାରା ପରବର୍ତ୍ତୀ ମରାମତି ପ୍ରୟାସ ସତ୍ତ୍ୱେ ବିମାନର ତ୍ରୁଟି ସଜଡ଼ା ଯାଇପାରିନଥିଲା, ଯାହା ଫଳରେ ଏହି ଅତ୍ୟାଧୁନିକ ବିମାନ ୩୭ଦିନ ବିଦେଶୀ ମାଟିରେ ରହିବାକୁ ବାଧ୍ୟ ହୋଇଥିଲା। 

ମରାମତି କରିବାର ପ୍ରୟାସ ବିଫଳ ହେବା ପରେ, ଜେଟ୍‌ର ପୁନରୁଦ୍ଧାର ଏବଂ ରକ୍ଷଣାବେକ୍ଷଣରେ ସହାୟତା କରିବା ପାଇଁ ୟୁକେ ପ୍ରତିରକ୍ଷା ମନ୍ତ୍ରାଳୟର ଏକ ୧୪ଜଣିଆ ଇଞ୍ଜିନିୟରିଂ ଦଳକୁ ସ୍ୱତନ୍ତ୍ର ଉପକରଣ ସହିତ ଭାରତ ପଠାଯାଇଥିଲା। ଏହା ପରେ ମରାମତି ପାଇଁ ବିମାନକୁ, ତିରୁବନନ୍ତପୁରମ ବିମାନବନ୍ଦରର ଏକ ସୁରକ୍ଷିତ ହ୍ୟାଙ୍ଗରକୁ ସ୍ଥାନାନ୍ତର କରାଯାଇଥିଲା। ସମ୍ପୂର୍ଣ୍ଣ ଯାଞ୍ଚ ପରେ, ବ୍ରିଟିଶ ଇଞ୍ଜିନିୟରମାନେ ବିମାନକୁ ପୁଣି ଥରେ ଚାଲୁ କରିବାରେ ସଫଳ ହୋଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe