ଏବେ ଆଉ ମନ୍ଦିର ନୁହେଁ, ଅନ୍ୟ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢ଼ାଯିବ: ଉମା ଭାରତୀ

Advertisment
ଏବେ ଆଉ ମନ୍ଦିର ନୁହେଁ, ଅନ୍ୟ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢ଼ାଯିବ: ଉମା ଭାରତୀ

ନୂଆଦିଲ୍ଲୀ : ଏବେ ମନ୍ଦିରକୁ ନେଇ ନୁହେଁ ବରଂ ଶିକ୍ଷା ଓ ବିକାଶକୁ ନେଇ ନିର୍ବାଚନ ଲଢ଼ାଯିବ ବୋଲି ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ କହିଛନ୍ତି। ସୁପ୍ରିମ୍‌ କୋର୍ଟଙ୍କ ଐତିହାସିକ ରାୟ ପ୍ରକାଶ ପାଇବାର କେଇ ଘଣ୍ଟା ପରେ ଉମା ଭାରତୀ ଏଭଳି କହିଛନ୍ତି। ତେବେ ଅଯୋଧ୍ୟା ଆନ୍ଦୋଳନରେ ବରିଷ୍ଠ ବିଜେପି ନେତା ଏଲ୍‌.କେ. ଆଡ୍‌ଭାନୀଙ୍କ ଭୂମିକାକୁ ଉମା ଭାରତୀ ସ୍ମରଣ କରିଛନ୍ତି। ଆଡଭାନୀଙ୍କ ଯୋଗୁଁ ଆଜି ହିନ୍ଦୁମାନଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି ବୋଲି ଉମା ଭାରତୀ କହିଛନ୍ତି। ସେ କହିଛନ୍ତି ଆଡଭାନୀ ତାଙ୍କ ନେତା ଏବଂ ସେ ତାଙ୍କର ସନ୍ତାନ। ଆଡଭାନୀ ଭାରତୀୟ ଜନତା ପାର୍ଟି ଏବଂ ଅଯୋଧ୍ୟା ପ୍ରସଙ୍ଗକୁ ଏତେ ବାଟକୁ ଆଣି ପାରିଛନ୍ତି ବୋଲି ଉମା ଭାରତୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe