photo-ndtv
ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ପ୍ରିୟଙ୍କା ଗାନ୍ଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେ ଯାହାଙ୍କ ସ୍ୱାମୀ ଚୋରି ଅଭିଯୋଗରେ ଅଭିଯୁକ୍ତ,ତାଙ୍କୁ ଲୋକେ କେଉଁ ନଜରରେ ଦେଖିବେ,ଚୋରର ସ୍ତ୍ରୀକୁ ଯେଉଁ ନଜରରେ ଦେଖାଯାଏ,ଦେଶ ତାଙ୍କୁ ସେହି ନଜରରେ ଦେଶ ଦେଖିବ।
photo-navbharattimesଲୋକସଭା ନିର୍ବାଚନ ପ୍ରଚାର ଲାଗି ଉମା ଭାରତୀ ଛତିଶଗଡର ଦୁର୍ଗ ଜିଲ୍ଲାରେ ପହଞ୍ଚିଥିଲେ। ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକମାନେ ତାଙ୍କୁ ଏକ ପ୍ରଶ୍ନ କରିଥିଲେ। ତାହା ହେଲା କି ଏହି ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ କି ପ୍ରଭାବ ପକାଇବେ? ଏହାର ଉତ୍ତରରେ ଏହା କହିଥିଲେ କେନ୍ଦ୍ରମନ୍ତ୍ରୀ ସୁଶ୍ରୀ ଉମା ଭାରତୀ।
photo- Zee Newsସେ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ ନିର୍ବାଚନ କମିସନଙ୍କର ସମ୍ମାନ କରନ୍ତି, କିନ୍ତୁ ଏସ୍ପି ନେତା ଆଜମ୍ ଖାନ୍ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମିଳିଥିବା ସମାନ ଦଣ୍ଡକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ଯୋଗୀ ଆଦିତ୍ୟନାଥ ମାୟାବତୀଙ୍କୁ ଜବାବ୍ ଦେଇଥିଲେ,କିନ୍ତୁ ଆଜମ୍ ଖାନ୍ ମହିଳାଙ୍କର ଅପମାନ କରିଥିଲେ। ଏଣୁ ଆଜମ୍ ଖାନଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋର୍ଡ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି କହିଥିଲେ ଉମା ଭାରତୀ।
Follow Us